ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ପ୍ରକାଶ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଉଭୟ ଢ଼ାଞ୍ଚାଗତ ଏବଂ ଚକ୍ରିୟ ବୋଲି ଉଲ୍ଲେଖ କରି ମନମୋହନ ଏଥିରୁ ବାହାରି ଆସିବା ଲାଗି ମୋଦି ସରକାର ୬ ସୂତ୍ରୀ ଉପାୟ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାର ଦେଇ ମନମୋହନ କହିଛନ୍ତି ଯେ, ମୋଦି ସରକାର ତାଙ୍କ ଦ୍ୱାରା ପ୍ରଦତ୍ତ ୬ଉପାୟ ଲାଗୁ କରିବା ପୂର୍ବରୁ ଦେଶ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛି ବୋଲି ପ୍ରଥମେ ସ୍ବୀକାର କରନ୍ତୁ। ବିଶେଷଜ୍ଞ ଏବଂ ହିତାକାଂକ୍ଷୀଙ୍କ ପରାମର୍ଶକୁ ସରକାର ଖୋଲା ମନରେ ଶୁଣନ୍ତୁ। ତେବେ ଏକ୍ଷେତ୍ରରେ ମୋଦି ସରକାରଙ୍କ ଦୃଷ୍ଟିକୋଣରେ କୌଣସି ପରିବର୍ତ୍ତନ ହେଲା ଭଳି ସେ ଦେଖୁ ନଥିବା ଡ.ସିଂ କହିଛନ୍ତି।
ମନମୋହନ କହିଛନ୍ତି ଯେ, ମୋଦି ସରକାରଙ୍କୁ ପ୍ରଥମେ ହେଡ୍‌ଲାଇନ ମ୍ୟାନେଜମେଣ୍ଟ କରିବାର ଅଭ୍ୟାସ ଛାଡିବାକୁ ହେବ। ସେ କହିଛନ୍ତି ଯେ, ଅର୍ଥନୀତି ସଜାଡିବା ଲାଗି ବହୁ ସମୟ ବରବାଦ ହୋଇସାରିଛି। ଗୋଟିଏ ଗୋଟିଏ ସେକ୍ଟର ପାଇଁ ସହାୟତା ଘୋଷଣା କରିବା ପରିବର୍ତ୍ତେ ସରକାର ସମ୍ପୂର୍ଣ୍ଣ ଆର୍ଥିକ ଢ଼ାଞ୍ଚାକୁ ଏକାଠି ଆଗକୁ ବଢ଼ାଇବା ଲାଗି ପ୍ରୟାସ କରନ୍ତୁ। ତାଙ୍କ ମତରେ ଏବେ ନିଯୁକ୍ତି ସୃଷ୍ଟି କରୁଥିବା ସେକ୍ଟରକୁ ଅଧିକ ଗୁରୁତ୍ୱ ଦେବାକୁୁ ହେବ। ବିମୁଦ୍ରୀକରଣ ଯୋଗୁ ଅର୍ଥନୀତିର ଯେଉଁ କ୍ଷତି ହୋଇଛି, ତାହାକୁ ସଜାଡିବା ଲାଗି ସରକାର ପରବର୍ତ୍ତୀ ପିଢ଼ିର ଢ଼ାଞ୍ଚାଗତ ସଂସ୍କାର କରନ୍ତୁ। ତାଙ୍କ ମତରେ ପ୍ରଥମତଃ ଜିଏସ୍‌ଟିକୁ ତର୍କସଙ୍ଗତ କରିବାକୁ ହେବ। ଏଥିଲାଗି ଟିକସ ହ୍ରାସଜନିତ କ୍ଷତିକୁ ସହିବାକୁ ହେବ। ଦ୍ୱିତୀୟରେ ଗ୍ରାମାଞ୍ଚଳରେ ଖର୍ଚ୍ଚ ବଢ଼ାଇବା ଏବଂ କୃଷିକୁ ପୁନରୁଜ୍ଜୀବିତ କରିବା ଲାଗି ନୂଆ ପନ୍ଥାପଦ୍ଧତି ସରକାର ଖୋଜନ୍ତୁ। ସରକାର ଚାହିଁଲେ କଂଗ୍ରେସର ଘୋଷଣାପତ୍ରରୁ ଉପାୟ ଖୋଜି ପାରିବେ। ସେ କହିଛନ୍ତି ଯେ, କୃଷି ବଜାରକୁ ମୁକ୍ତ କରିବା ଦ୍ୱାରା ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ନଗଦ ପହଞ୍ଚାଇବା ଲାଗି କଂଗ୍ରେସ ଘୋଷଣାପତ୍ରରେ ଉଲ୍ଲେଖ ରହିଛି। ତାଙ୍କ ମତରେ ଅର୍ଥନୀତିରେ ସୃଷ୍ଟି ହୋଇଥିବା ନଗଦ ସଙ୍କଟ ଦୂର କରିବାକୁ ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଏନ୍‌ବିଏଫ୍‌ସିଗୁଡ଼ିକ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଲ୍ଲେଖ କରି ମନମୋହନ ତାଙ୍କର ତୃତୀୟ ବିକଳ୍ପ ଭାବେ ପୁଞ୍ଜି ନିର୍ମାଣ ଲାଗି ଋଣ ସଙ୍କଟକୁ ଦୂର କରିବା ଉପରେ ଜୋର୍‌ ଦେଇଛନ୍ତି। ବୟନଶିଳ୍ପ, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଏବଂ ଶସ୍ତା ଘର ନିର୍ମାଣ ଭଳି ପ୍ରମୁଖ ରୋଜଗାର ସୃଷ୍ଟିକାରୀ କ୍ଷେତ୍ରଗୁଡ଼ିକୁ ପୁନରୁଜ୍ଜୀବିତ କରିବାକୁ ମନମୋହନ ତାଙ୍କ ଚତୁର୍ଥ ଉପାୟ ସ୍ବରୂପ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସହଜ ଋଣ ଉପଲବ୍ଧ କରାଇବାକୁ ହେବ। ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ ଯୁଦ୍ଧ କାରଣରୁ ନୂଆକରି ବାହାରି ଆସୁଥିବା ବଜାରଗୁଡ଼ିକୁ ଚିହ୍ନଟ କରିବା ପଞ୍ଚମ ଉପାୟ ହେବ। ଏଥିସହ ଢ଼ାଞ୍ଚାଗତ ନିବେଶ ବୃଦ୍ଧି କରିବାକୁ ହେବ ବୋଲି ସେ ତାଙ୍କର ୬ଷ୍ଠ ଉପାୟରେ କହିଛନ୍ତି। ଏ ଦିଗରେ ଘରୋଇ ନିବେଶ ବୃଦ୍ଧି ଉପରେ ଜୋର୍‌ ଦେବାକୁ ହେବ ବୋଲି ତାଙ୍କର ମତ ରହିଛି। ସେ କହିଛନ୍ତି ଯେ, ଉଭୟ ଢ଼ାଞ୍ଚାଗତ ଏବଂ ଚକ୍ରିୟ ସମସ୍ୟାକୁ ଦୂର କରିବା ଅତ୍ୟନ୍ତ ଜରୁରୀ। ଏହିସବୁ ପଦକ୍ଷେପ ଗ୍ରହଣ କରାଗଲେ ଆସନ୍ତା ୩-୪ ବର୍ଷ ମଧ୍ୟରେ ଦେଶ ପୁଣିଥରେ ଉଚ୍ଚ ବିକାଶ ହାର ହାସଲ କରିପାରିବ ବୋଲି ମନମୋହନ କହିଛନ୍ତି।
ଦେଶର ଅର୍ଥନୀତିର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ଦେଇ ଡ.ସିଂ କହିଛନ୍ତି ଯେ, ସରକାର ପ୍ରତ୍ୟାଖ୍ୟାନ ମୁଦ୍ରାରେ ବେଶି ଦିନ ରହିପାରିବେ ନାହିଁ। ଦେଶର ଅର୍ଥନୀତି ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ରହିଛି ବୋଲି ଉଲ୍ଲେଖ କରି ମନମୋହନ କହିଛନ୍ତି ଯେ, ଗତ ତ୍ରୈମାସରେ ଜିଡିପି ହାର ୫%କୁ ଖସି ଆସିଛି, ଯାହା କି ୬ ବର୍ଷରେ ସର୍ବନିମ୍ନ। ଅର୍ଥନୀତିର କେତେକ ପ୍ରମୁଖ କ୍ଷେତ୍ର ପ୍ରଭାବିତ ହୋଇଛି। ଅଟୋମୋବାଇଲ କ୍ଷେତ୍ରରେ ଉତ୍ପାଦନ ହ୍ରାସ ଯୋଗୁ ଏବେ ଭାରି ସଙ୍କଟ ଦେଇ ଗତି କରୁଛି। ଏ କ୍ଷେତ୍ରରେ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ଇତିମଧ୍ୟରେ ନିଯୁକ୍ତି ହରାଇସାରିଲେଣି। ମାନେସର, ପିମ୍ପରୀ-ଚିଞ୍ଚବଡ଼ ଓ ଚେନ୍ନାଇ ଭଳି ଅଟୋମୋଟିଭ ହବ୍‌ର ଅବସ୍ଥା ସାଂଘାତିକ। ଏହାର ପ୍ରଭାବ ଏସମ୍ପର୍କିତ ଉଦ୍ୟୋଗଗୁଡ଼ିକ ଉପରେ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?