ମାତ୍ର ୧୩ ବର୍ଷ ବୟସରୁ ହିଁ ଏହି ଅଭିନେତ୍ରୀ ମା’ ଚରିତ୍ରରେ ଆସିଥିଲେ ନଜର

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବଲିଉଡ୍‌ର ଚାନ୍ଦିନୀଙ୍କ ମଙ୍ଗଳବାର ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ତାମିଲ ହୋଇଥିବା ବେଳେ ମା’ ତେଲଗୁ ଥିଲେ। ଶ୍ରୀଙ୍କ ପିତା ଜଣେ ଭଲ ଓକିଲ ଥିଲେ। ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ ସେ ବହୁ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଶ୍ରୀଦେବୀଙ୍କୁ ହିନ୍ଦୀ ଫିଲ୍ମରେ ପ୍ରଥମ ‘ଫିମେଲ ସୁପରଷ୍ଟାର’ ବୋଲି କୁହାଯାଏ। କାରଣ ୯୦ ଦଶକରେ ଫିଲ୍ମ ହିଟ୍‌ ହେବା ପାଇଁ କୌଣସି ପୁରୁଷ ସୁପରଷ୍ଟାରଙ୍କ ଠାରୁ ଅଧିକ ଫିଲ୍ମରେ ଶ୍ରୀଦେବୀଙ୍କ ରହିବା ଜରୁରୀ ମନେକରାଯାଉଥିଲା। ସେହି ସମୟରେ ଦର୍ଶକ ଶ୍ରୀଙ୍କୁ ବେଶ୍‌ ପସନ୍ଦ କରୁଥିଲେ। ଶ୍ରୀ ମାତ୍ର ୪ ବର୍ଷ ବୟସରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ ‘ଥୁନେବାନ’ରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ସେ ଡେବ୍ୟୁ କରିଥିଲେ। ସେହିପରି ମାତ୍ର ୧୩ ବର୍ଷ ବୟସରେ ସେ ବଡ଼ ପରଦାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ମା’ ଚରିତ୍ରରେ ନଜର ଆସିଥିଲେ। କେ.ବାଲାଚନ୍ଦରଙ୍କ ଫିଲ୍ମ ‘ଏକ ମୋଦରୁ ମୁଦିଚୁ’ରେ ସେ ରଜନୀକାନ୍ତଙ୍କ ସାବତ ମା’ ଚରିତ୍ରରେ ଅଭିନୟ କରିଥିଲେ। ଯଦି ବଲିଉଡ୍‌ର କଥା କହିବା ତେବେ ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ ସୋଲହା ଶାଓ୍ବନ’। ଏହି ଫିଲ୍ମ ୧୯୭୮ରେ ରିଲିଜ୍‌ ହୋଇଥିଲା। ହେଲେ ୧୯୮୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିମ୍ମତଓ୍ବାଲା’ରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା। କାରଣ ସେହି ବର୍ଷ ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା। ସେହିପରି ୧୯୯୧ରେ ଫିଲ୍ମ ‘ଲମହେ’ରେ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ଶ୍ରୀଙ୍କୁ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ମିଳିଥିଲା। ଏହାପରେ ଶ୍ରୀ କେବେ ଆଉ ପଛକୁ ଚାହିଁ ନାହାନ୍ତି। ଫିଲ୍ମ ‘ସଦ୍‌ମା’, ‘ଖୁଦା ଗଓ୍ବା’, ‘ଚାନ୍ଦନୀ’, ‘ଜୁଦାଇ’, ‘ଆର୍ମି’, ‘ଲାଡଲା’ ଓ ‘ଗୁମରାହ’ ସମେତ ପ୍ରାୟ ୩ଶହ ଫିଲ୍ମରେ ସେ କାମ କରିସାରିଛନ୍ତି। ୧୯୯୬ରେ ଶ୍ରୀ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିବା ପରେ କିଛି ସମୟ ପାଇଁ ସେ ଲାଇମ ଲାଇଟ୍‌ରୁ ଦୂରେଇ ଯାଇଥିଲେ। ହେଲେ ୨୦୧୨ରେ ଫିଲ୍ମ ‘ଇଂଲିଶ ଭିଙ୍ଗଲିଶ୍‌’ରେ ବଲିଉଡ୍‌ ଚାନ୍ଦନୀଙ୍କ ପୁଣି ଥରେ ଦମ୍‌ଦାର ଏଣ୍ଟ୍ରି ହୋଇଥିଲା। ଏହି ଫିଲ୍ମ ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ଶ୍ରୀଦେବୀଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ତେବେ ୨୦୧୭ରେ ତାଙ୍କର ଶେଷ ଫିଲ୍ମ ‘ମମ୍‌’ ହୋଇଥିବା ବେଳେ ୨୦୧୮ ଫେବୃୟାରୀ ୨୪ରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା। ତାଙ୍କୁ ମୃତ୍ୟୁକୁ ନେଇ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri