Posted inଖେଳ

ମାଞ୍ଚେଷ୍ଟର ଟେଷ୍ଟ ଲାଗି ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅପରାଜେୟ ସ୍ଥିତିରେ ଥିବା ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟରେ ଓହ୍ଲାଇପାରେ। ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ସମ୍ପୂର୍ଣ୍ଣ ଫିଟ୍‌। ଗୋଇଠି ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଥିବାରୁ ସେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଲାଗି ଉପଲବ୍ଧ ରହିବେ। ଶାମି ଓ ବରିଷ୍ଠ ପେସର ଇଶାନ୍ତ ଶର୍ମାଙ୍କୁ ଓଭାଲ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା। ବୁଧବାର ଦଳର ଟ୍ରେନିଂ ସେସନରେ ଶାମି ଯୋଗ ଦେଇଥିବା ଜଣାପଡ଼ିଛି। ଶାମି ଏବେ ଫିଟ୍‌। ସେ ଫିଟ୍‌ ଅଛନ୍ତି ମାନେ ମ୍ୟାଚ୍‌ରେ ଖେଳିବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

୧୪ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିବାକୁ ସୁଯୋଗ ପାଇଥିବା ଟିମ୍‌ ଇଣ୍ଡିଆ ପାଇଁ ଦଳୀୟ ଏକାଦଶ ଚୟନ କରିବା କଷ୍ଟକର। କାରଣ ଭାରତୀୟ ବୋଲିଂର କର୍ଣ୍ଣଧାର କୁହାଯାଉଥିବା ଯଶ୍ରପୀତ ବୁମରା ଏପର୍ଯ୍ୟନ୍ତ ସିରିଜ୍‌ର ୭ଟି ଇନିଂସରେ ୧୫୧ ଓଭର ବୋଲିଂ କରି ସାରିଛନ୍ତି। ସେଥିରୁ ସେ ହାତେଇଛନ୍ତି ୧୮ ଉଇକେଟ। କିନ୍ତୁ କଥା ହେଲା ଆଗକୁ ଆଇପିଏଲ ଆସୁଛି ଓ ପରେ ଟି୨୦ ବିଶ୍ୱକପ୍‌ ଥିବାରୁ ବୁମରାଙ୍କୁ ଅନ୍ତିମ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇପାରେ।

ଯଦି ବୁମରାଙ୍କୁ ବିଶ୍ରାମ ଦିଆଯାଏ, ତେବେ ତାଙ୍କ ସ୍ଥାନରେ ଶାମି ଖେଳିପାରନ୍ତି। ଏହାବାଦ୍‌ ପେସର ବିଭାଗରେ କୌଣସି ପରିବର୍ତ୍ତନ ଆଶା କରାଯାଉ ନାହିଁ। କାରଣ ମହମ୍ମଦ ସିରାଜ ଓ ଉମେଶ ଯାଦବ ଓଭାଲ ଟେଷ୍ଟରେ ୬ ଲେଖାଏ ଉଇକେଟ ନେଇଥିଲେ। ଅନ୍ୟପଟେ ଦୁଇଟି ଅର୍ଦ୍ଧଶତକ ସହ ୩ ଉଇକେଟ ନେଇଥିବା ଶାର୍ଦ୍ଦୁଳଙ୍କୁ ବାଦ୍‌ ଦିଆଯାଇ ପାରିବ ନାହିଁ। ବିଶେଷଜ୍ଞ ମତରେ ମାଞ୍ଚେଷ୍ଟର ପିଚ୍‌ ପେସରଙ୍କ ସହ ସ୍ପିନରଙ୍କୁ ମଧ୍ୟ ସୁହାଇବ। ଏହାର ଅର୍ଥ ସିରିଜ୍‌ରେ ଏପର୍ଯ୍ୟନ୍ତ ଖେଳି ନ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ। ତେବେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ଫିଟ୍‌ନେସ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରୋହିତ ଆଣ୍ଠୁରେ ଓ ପୂଜାରାଙ୍କ ଗୋଇଠିରେ ଆଘାତ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ଆଉ ଏକ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, କେଉଁକେଉଁ ଦେଶରେ ନିଷେଧ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ପଶ୍ଚିମବଙ୍ଗ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ

କୋଲକାତା,୧।୬: ସୋମବାର ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଶୁଭେନ୍ଦୁଙ୍କ ଦଳରେ ୩୫ ଜଣ ନୂତନ ମନ୍ତ୍ରୀ ଶପଥ ନେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ପାକିସ୍ତାନ ନୁହେଁ ଏହି ଦେଶ କରୁଛି ଆମେରିକା-ଇରାନ ମଧ୍ୟରେ ମଧ୍ୟସ୍ଥତା, ବଡ଼ ଦାବି କଲେ ରାଷ୍ଟ୍ରପତି

କାଏରୋ,୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପର୍କରେ ପାକିସ୍ତାନର ନାମ ପ୍ରାୟତଃ ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ…

ବାପାଙ୍କୁ ମେଡିକାଲରେ ଭର୍ତ୍ତି କରି ଘରକୁ ଫେରିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri