ମା’ଙ୍କ ଧରାବତରଣ

ଡ. କିଶୋର ମହାନ୍ତି
ମା’ ପ୍ରକୃତରେ କିଏ? କ’ଣ ତାଙ୍କର ସ୍ବରୂପ? ସେ ହେଉଛନ୍ତି ଜଗଜ୍ଜନନୀ ମା’ ଯୋଗମାୟା, ବିଶ୍ୱେଶ୍ୱରୀ, ଜଗନ୍ମାତା ମା’ ଦୁର୍ଗା। ମାତୃ୍‌ରୂପରେ ସେ ଆବିର୍ଭୂତା ହୋଇଥାନ୍ତି ଏ ବିଶାଳ ଧରାରେ ଶାରଦୀୟ ପ୍ରକୃତି ଓ ନୈସର୍ଗିକ ସୌନ୍ଦର୍ଯ୍ୟର ମନୋରମ ମାହେନ୍ଦ୍ର ବେଳାରେ। ନଈପଠାରେ ଧାଡ଼ି ଧାଡ଼ି ଶୁଭ୍ର ହିଲ୍ଲୋଳିତ କାଶତଣ୍ଡୀ ଫୁଲ ଜଣାଇଦିଏ ମା’ଙ୍କ ଧରାବତରଣକୁ। ହିନ୍ଦୁ ଶାସ୍ତ୍ରାନୁସାରେ ମା’ ଦୁର୍ଗା ସର୍ବଶକ୍ତିର ଅନନ୍ତ ଉତ୍ସ। ସେ ଭିନ୍ନ ଭିନ୍ନ ରୂପରେ ଶକ୍ତିକୁ ନିୟନ୍ତ୍ରଣ କରିଥାନ୍ତି। ସେ ମହାଲକ୍ଷ୍ମୀ, ସେ ମାତା ସରସ୍ବତୀ ଓ ମାତା କାଳୀ। ଦୁର୍ଗାର ଅର୍ଥ ସେ ହେଉଛନ୍ତି ଦୁର୍ଗ ରକ୍ଷାକାରିଣୀ, ଦୁର୍ଗତିନାଶିନୀ। ମାଟିର କବି ସାରଳା ଦାସ ଚଣ୍ଡୀପୁରାଣରେ ଲେଖିଛନ୍ତି- ”ଦୁର୍ଗତିରୁ ଯେଣୁକରି କରନ୍ତି ଉଦ୍ଧାର, ତେଣୁକରି ଦୁର୍ଗା ନାମ ଅଟଇ ତାଙ୍କର।“
ସେ ଦୁର୍ଗ ରକ୍ଷାକାରିଣୀ। ପୁଣି ସେ ଦୁର୍ଗମ ନାମକ ମହାସୁରକୁ ବଧ କରିଥିଲେ ବୋଲି ତାଙ୍କର ନାମ ଦୁର୍ଗା। ଏହିପରି ବିଶ୍ୱର ଆଦ୍ୟାଶକ୍ତିଙ୍କର ସ୍ବରୂପ ପ୍ରକଟନ କରାଯାଇଛି ବିଭିନ୍ନ ମାର୍ଗରେ। ସେ ପୁଣି ଦୁର୍ଗତିନାଶିନୀ, ଯିଏକି ସମସ୍ତ ଦୁଃଖ, କ୍ଳେଶକୁ ଦୂରୀଭୂତ କରିଥାନ୍ତି। ସେ ଚାରୋଟି ମନ୍ଦ ପ୍ରକୃତିକୁ ଦମନ କରିଥାନ୍ତି- ଯେପରି ଦାରିଦ୍ର୍ୟ, ଦୁର୍ଭିକ୍ଷ, ଦୁଃଖ ଓ ଦୁରାଚାର। ଅନ୍ୟାୟ ଓ ଅନୀତି ବିରୋଧରେ ଖଡ୍ଟ ଉତ୍ତୋଳନ କରିଥାନ୍ତି। ବ୍ୟଭିଚାରକୁ ପ୍ରଶ୍ରୟ ଦିଅନ୍ତି ନାହିଁ ଓ ଆଳସ୍ୟକୁ ଦୂରେଇଥାନ୍ତି। ପୃଥିବୀରୁ ଦୁଃଖ, ଶୋକ, ତାପ, ପାପ, କଳୁଷ ଦୂରୀଭୂତ ହୋଇଥାଏ ମା’ଙ୍କର ଆଗମନୀରେ। ମା’ ଓହ୍ଲାଇ ଆସନ୍ତି ଧରାବକ୍ଷକୁ, ବିଶ୍ୱବାସୀଙ୍କୁ ଅଭୟ ପ୍ରଦାନ କରନ୍ତି।
ମାତା ଦୁର୍ଗା ହେଉଛନ୍ତି ଅଯୋନିଜା। ସେ ବିଶ୍ୱସୁନ୍ଦରୀ, ତାଙ୍କ ସୁନ୍ଦରପଣର ତୁଳନା ନାହିଁ। ସେ ସତ୍ୟ-ଶିବ-ସୁନ୍ଦରର ପ୍ରତୀକ। ମା’ଙ୍କ ହାତରେ ଶୋଭା ପାଉଥାଏ ବିଭିନ୍ନ ପ୍ରକାର ଅସ୍ତ୍ର ଓ ସରଞ୍ଜାମ। ସେ ପୁଣି ହାତରେ ଶଙ୍ଖ ଧରିଥାନ୍ତି। ଯାହାକି ସ୍ପଷ୍ଟ ସୂଚିତ କରେ ପ୍ରଣବ ବା ଓଁକାର ଧ୍ୱନିକୁ। ଧନୁ ଓ ଶର ତାଙ୍କ ହାତରେ ଶୋଭା ପାଇଥାଏ। ତାହା ସ୍ପଷ୍ଟ କରେ ଯେ ସକଳ ଶକ୍ତି ଓ ସେଇ ଶକ୍ତିକୁ ନିୟନ୍ତ୍ରଣ କରିବାର କ୍ଷମତା ତାଙ୍କ ହାତରେ ଅଛି। ବଜ୍ର ବି ଥାଏ ତାଙ୍କ ହାତରେ। ତାହା କହିଦିଏ ଦୃଢ଼ଚିତ୍ତ ହୁଅ। ମା’ଙ୍କ ହାତରେ ଶୋଭା ପାଇଥାଏ ଅର୍ଦ୍ଧ ପ୍ରସ୍ଫୁଟିତ କମଳ। ତାହା ସଫଳତାର ସୂଚନା ପ୍ରଦାନ କରେ। କୁହେ ସମ୍ପୂର୍ଣ୍ଣ ଫଳ ପ୍ରାପ୍ତିର ଆଶା ରଖିବାର ଚିନ୍ତାଠାରୁ ଦୂରେଇ ରୁହ। ଚକ୍ର ଯାହା ତାଙ୍କ ତର୍ଜନୀରେ ଶୋଭାପାଏ। ତାହା ସୂଚିତ କରେ ସକଳ ବିଶ୍ୱ ତାଙ୍କ ଅଧୀନରେ। ତୀକ୍ଷ୍‌ଣ କରବାଳ ହାତରେ ମା’ଙ୍କର ଥାଏ। ତାହା ସୂଚିତ କରେ ଅଜ୍ଞାନରୂପୀ ଅନ୍ଧକାରକୁ ଜ୍ଞାନ ହିଁ ଦୂରୀଭୂତ କରିପାରେ। ତେଣୁ ସେ ଜ୍ଞାନଦାତ୍ରୀ। ଯେଉଁ ତ୍ରିଶୂଳ ତାଙ୍କ ହାତରେ ଥାଏ, ତାହା ପ୍ରକାଶ କରେ ସତ୍ତ୍ୱ-ରଜ-ତମକୁ। ସେ ପ୍ରକୃତରେ ତିନିପ୍ରକାର ତାପକୁ ଖଣ୍ଡନ କରିଥାନ୍ତି- ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ। ମା’ ଦୁର୍ଗା ହେଉଛନ୍ତି ଚିନ୍ମୟୀ। ଶକ୍ତି ଓ ସୌନ୍ଦର୍ଯ୍ୟ ସମନ୍ବିତ ବିଶ୍ୱ ଚେତନାର ଏକ ଗୁଣାଧିକ ପରିପ୍ରକାଶ। ସେ ସର୍ବଶକ୍ତିର ଆଧାର। ତାଙ୍କ ସହାୟତା ବିନା ସ୍ବୟଂ ଶିବ ମଧ୍ୟ ଶବ ପ୍ରାୟ ଶକ୍ତିହୀନ।
ଆଜିର ଏହି ପବିତ୍ର ଶାରଦୀୟ ବେଳାରେ ମା’ଙ୍କର ଧରାବତରଣ ଭକ୍ତ ମନରେ ଯୁଗପତ୍‌ ଆନନ୍ଦର ଫୁଆର ଖେଳାଇଦିଏ। ମା’ ଆସିଛନ୍ତି ଆଶିଷ ପ୍ରଦାନ ନିମନ୍ତେ। ଆଜି ଏ ଧରା ସତରେ କଳୁଷିତ। ନାରୀ ନିର୍ଯାତନା ଏଠି ବୃଦ୍ଧି ପାଇବାରେ ଲାଗିଛି। ଆସୁରିକ ପ୍ରବୃତ୍ତିରେ ଆଚ୍ଛନ୍ନ ଏ ମଣିଷ ଅମୃତର ପୁତ୍ର ହୋଇ ଆଉ ରହିନାହିଁ। ସମାଜରେ ଅହିତ ସାଧନ ପାଇଁ ଜନ୍ମ ନେଇଛନ୍ତି ଅନେକ ମହିଷାସୁର ଓ ଶୁମ୍ଭନିଶୁମ୍ଭ ଏମାନଙ୍କୁ ନିପାତ କରିବା ପାଇଁ ମା’ଙ୍କର ଏ ଅଭିଯାନ ବାସ୍ତବିକ ସ୍ବାଗତଯୋଗ୍ୟ। ପ୍ରତିଟି ମଣିଷକୁ ସମୁଚିତ ଶିକ୍ଷା ଦେବା ହେଉଛି ମା’ଙ୍କର ମନ୍ତ୍ର ଓ ବାଣୀ। ତେଣୁ ତ ଭକ୍ତ ଚାହିଁଛି ମା’ଙ୍କର ଶୁଭ ଆଗମନରେ ଏ ଧରାରୁ ସକଳ ପାପ କଳୁଷ ଦୂର ହେଉ। ମା’ଙ୍କର ପବିତ୍ର ପଦପାତରେ ଏ ଧରା ସ୍ବର୍ଗରେ ପରିଣତ ହେଉ। ଭକ୍ତ ଆଜି ଯୋଡ଼ହସ୍ତରେ ମିନତି କରୁଛି- ‘ଶରଣ୍ୟେ ତ୍ର୍ୟମ୍ବକେ ଗୌରି ନାରାୟଣି ନମସ୍ତୁତେ।’
ଇ/୫୦, ସେକ୍ଟର-୭, ସିଡିଏ, କଟକ, ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?