ଏଇ ଭାରତରେ

ଭାରତରେ ଗାନ୍ଧୀ ବିଚାରଧାରାରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ସମ୍ବଳରେ ଗାନ୍ଧୀବାଦର ବାର୍ତ୍ତା ଦେଇଚାଲିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଶଶିଭୂଷଣ ସିଂ। ସେ ବିହାରର ସୀତାମଢି ମେଜରଗଞ୍ଜ ବ୍ଲକର ଟୁମରିକଲା ଗାଁରେ ରହନ୍ତି। ଭାରତ ସରକାରଙ୍କ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ବଚ୍ଛତା ତାଙ୍କ ଜୀବନଚର୍ଯ୍ୟାରେ ସାମିଲ ହୋଇଯାଇଛି। ସ୍ବଚ୍ଛତାର ଆଧୁନିକ ସିପାହି ଶଶିଭୂଷଣ ୨୦୧୧ରୁ ତାଙ୍କ ଗାଁରେ ସ୍ବଚ୍ଛତା ଅଭିଯାନ ଚଲାଇଛନ୍ତି। କିଛି ସମ୍ବଳ ନ ଥାଇ ବି ହୃଦୟରେ ସ୍ବଚ୍ଛତାକୁ ସ୍ଥାନ ଦେଇ ସକାଳୁ ଝାଡୁ ଧରି ବାହାରିଯାଆନ୍ତି ଶଶିଭୂଷଣ। ପ୍ରଥମରୁ ଲୋକେ ‘ବେକାରିର ଟାଇମ୍‌ପାସ’ ଓ ପରେ ‘ପାଗଳ ଝାଡୁଦାର’ ବୋଲି କହୁଥିଲେ ବି ସେ କେବେ ବି ଏପରିି କାର୍ଯ୍ୟରୁ ପଛକୁ ହଟିନାହାନ୍ତି। ତାଙ୍କ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲେ ମଧ୍ୟ ନିଜେ ଟଙ୍କା ଖର୍ଚ୍ଚକରି ଝାଡୁ ଓ ଟୋକେଇ କିଣୁଛନ୍ତି। ଏହା ସହ ଲୋକମାନଙ୍କୁ ବାହାରେ ଶୌଚ ବିରୋଧରେ ସଚେତନ କରାଉଛନ୍ତି। ବିବାହ ପରେ ଶଶିଭୂଷଣଙ୍କ ସ୍ତ୍ରୀ ତାଙ୍କ ସହ ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଯାଇଛନ୍ତି। ପାଗଳ ଝାଡୁବାଲା ଡାକରେ ଲୋକମାନଙ୍କର ସ୍ନେହ ରହିଛି ବୋଲି କୁହନ୍ତି ଶଶିଭୂଷଣ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri