ମାଓବାଦୀ ଗଡରେ ମହିଳା ଜିଲାପାଳ; ସୁନାବେଡାବାସୀଙ୍କ ସବୁ ସମସ୍ୟା ବୁଝିଲେ

ନୂଆପଡା ଅଫିସ,୧୬ା୯: ନୂଆପଡା ଜିଲାର ମାଓବାଦୀଙ୍କ ଗଡ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଖୁବ କମ୍‌ ଅଧିକାରୀ ପାଦ ମାଡିଛନ୍ତି । ସେମାନେ ବି କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଯାଇଥିବାବେଳେ ବର୍ତ୍ତମାନ ଜିଲାପାଳ ମଧୁସ୍ମିତା ସାହୁ ବିନା ପୋଲିସ କର୍ଡନରେ ଦିନସାରା ସୁନାବେଡା ଅଭୟାରଣ୍ୟ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା କଥା ବୁଝି ନିର୍ଭିକତାର ପରିଚୟ ଦେଇଛନ୍ତି । ବନବାସୀ ଆଦିବାସୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ସହ ଅଧିକାରୀମାନଙ୍କୁ ମଧ୍ୟ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଆସିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ସମୁଦ୍ର ପତନରୁ ୩ ହଜାର ଫୁଟ ଉଚ୍ଚରେ ଥିବା ସୁନାବେଡା ଅଣୟାରଣ୍ୟ ଭିତରେ ୫୫ଟି ଜନବସତି ରହିଛି। ସେମାନେ ସାଧାରଣ ମୌଳିକ ସୁବିଧା ବିଜୁଳି, ପାନୀୟ ଜଳ, ଗମନାଗମନ ସୁବିଧାରୁ ଅପହଞ୍ଚ। ଏସବୁ ଦେଖିବାକୁ ସରକାରୀ ଅଧିକାରୀମାନଙ୍କ ବର୍ଷାଧିକକାଳ ଦେଖାସାକ୍ଷାତ ମିଳି ନ ଥାଏ। ବ୍ଲକ ପ୍ରଶାସନ ଲୋକଙ୍କଠାରୁ ବିଭିନ୍ନ ବାହାନା କରି ଦୂରେଇ ରହୁଥିବା ଅଭିଯୋଗ ହେଉଛି। ଜିଲାପାଳ ନୂତନ ଭାବେ ଜିଲାକୁ ଆସି ଏସବୁ ଗୁରୁତ୍ୱ ଦେଇ ହଠାତ ରବିବାର ଗସ୍ତ କରିଥିଲେ। ତାଙ୍କ ସହ କୌଣସି ପୋଲିସ ବ୍ୟବସ୍ଥା ମଧ୍ୟ ନ ଥିଲା। ଗାଡିର ଲାଲ ବତୀ କେବଳ ଓହ୍ଲାଇ ରଖାଯାଇଥିଲା। ଅଗନାଅଗନି ବନସ୍ତ ମଧ୍ୟରେ ଜଙ୍ଗଲ ତଳି ମିଛାପାଲି ଗାଁଠାରୁ ଦୀର୍ଘ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଯାଇଥିଲେ। ସୁନାବେଡା ବସ୍ତିରେ ପହଞ୍ଚତ୍ ସେଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଚାଲିଥିବା ସେବାଶ୍ରମ ବିଦ୍ୟାଳୟ ବୁଲି ଦେଖିଥିଲେ। ସେଠାରେ ବହୁ ଦିନ ଧରି ଅଧାପନ୍ତରିଆ ହୋଇ ପଡିରହିଥିବା ସ୍କୁଲ ଗୃହଗୁଡିକର ସ୍ଥିତି ଦେଖିଥିଲେ। ପିଲାଙ୍କ ଉପସ୍ଥାନ ସହ ଖାଇବା ପିଇବା କଥା ପଚାରି ବୁଝିଥିଲେ। ଏହା ପରେ ସିବିଡିଏ (ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା) ତରଫରୁ କରାଯାଇଥିବା କେତୋଟି ରାସ୍ତା କାମ ଦେଖିଥିଲେ। ବସ୍ତିରେ ଭୁଞ୍ଜିଆ ସମ୍ପ୍ରଦାୟର କେତେକ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା କଥା ବୁଝିଥିଲେ। ସୁନାବେଡାରେ ଆଦିବାସୀଙ୍କ ଜୀବନ ଜିବିକା ସକାଶେ ସେଭଳି କୌଣସି କାମ ହେଉ ନ ଥିବାରୁ ତୁରନ୍ତ ରୋଜଗାର ବ୍ୟବସ୍ଥା କରିବାକୁ କହିଥିଲେ। ଜିଲାପାଳ ଏହା ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଥିଲେ। ଅଙ୍ଗନୱାଡି କେନ୍ଦ୍ର ବୁଲି ସମନ୍ବିତ ଶିଶୁ ବିକାଶ ଯୋଜନା ଉପରେ ଦୃଷ୍ଟି ଦେଇଥିଲେ। ପରେ ମିଛାପାଲି ନିକଟରେ ଥିବା ସିବିଡିଏର ସ୍ବତନ୍ତ୍ର କମ୍ପ୍ଲେକ୍ସ ଦେଖିଥିଲେ। ସେଠାରେ କର୍ମଚାରୀମାନଙ୍କୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ପରିଦର୍ଶନ ବେଳେ ସିବିଡିଏ ସ୍ବତନ୍ତ୍ର ଅଧିକାରୀ ଭକ୍ତବନ୍ଧୁ ଅଗସ୍ତୀ, ସହକାରୀ ଯନ୍ତ୍ରୀ ସୀତାକାନ୍ତ ସାହୁ, ଯନ୍ତ୍ରୀ ସୁନୀଲ କୁମାର ଅର୍ଗାର, ଓପିଲିପି ପ୍ରୋଜେକ୍ଟ ମ୍ୟାନେଜର ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri