ଆଜି ବିଶ୍ୱ ମସ୍ତିଷ୍କ ଦିବସ : ଜାଣନ୍ତୁ ‘ମାଇଗ୍ରେନ୍‌’ ରୋଗର କାରଣ, ନିରାକରଣ

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ମସ୍ତିଷ୍କ ଅନ୍ୟତମ। ଏହା ସୁସ୍ଥ ରହିଲେ ଆମର ଶାରୀରିକ ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ। ମସ୍ତିଷ୍କ ସମ୍ପର୍କିତ ରୋଗ, ତାହାର କାରଣ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨କୁ ବିଶ୍ୱ ମସ୍ତିଷ୍କ ଦିବସ (ଓ୍ବାଲର୍‌ଡ ବ୍ରେନ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ଥିମ ରହିଛି ‘ମାଇଗ୍ରେନ୍‌ : ଦ ପେନ୍‌ଫୁଲ୍‌ ଟ୍ରୁଥ’। ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ମୁଣ୍ଡବିନ୍ଧା ଯନ୍ତ୍ରଣାକୁ ଏକ ସାଧାରଣ ରୋଗ ଭାବେ ଧରାଯାଇଥାଏ।

ତେବେ ବେଳେବେଳେ ଏହି ମୁଣ୍ଡବିନ୍ଧା ଅତିଶୟ ହୋଇ ବାନ୍ତି ସାଙ୍ଗକୁ ଆଖିକୁ ସାମୟିକ ଭାବେ ଦେଖାଯାଏ ନାହିଁ। ସେହିପରି ଦୈନନ୍ଦିନ କାମର ଚାପ ବଢ଼ିବାରେ ଲାଗିଛି ଏବଂ ଏହି ପରିପ୍ରେକ୍ଷୀରେ ଥରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲେ ଘଣ୍ଟାଏ କି ଓଳିଏ ନୁହେଁ, ସମ୍ପୂର୍ଣ୍ଣ ୧ ଦିନ କିମ୍ବା ତା’ଠାରୁ ବେଶିଦିନ ପର୍ଯ୍ୟନ୍ତ ଅତିଶୟ ମୁଣ୍ଡ ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ମୁଣ୍ଡବ୍ୟଥା ସାଧାରଣତଃ ଦୁଇ ପ୍ରକାର :- ପ୍ରାଥମିକ (ପ୍ରାଇମେରୀ) ମୁଣ୍ଡବ୍ୟଥା ଏବଂ ସେକେଣ୍ଡାରୀ ମୁଣ୍ଡବ୍ୟଥା। ପ୍ରାଥମିକ ମୁଣ୍ଡବିନ୍ଧାରେ ଏହାର ପ୍ରକୃତ କାରଣ ଜଣା ପଡି ନ ଥାଏ। ସେକେଣ୍ଡାରୀ ମୁଣ୍ଡବ୍ୟଥା, ଯେଉଁଠାରେ ମସ୍ତିଷ୍କଜନିତ ବିଭିନ୍ନ ସମସ୍ୟା ଯଥା- ବ୍ରେନ୍‌ ଟ୍ୟୁମର, ବ୍ରେନ୍‌ ହାମରେଜ, ମେନିନଜାଇଟିସ୍‌ ଇତ୍ୟାଦି କାରଣରୁ ହିଁ ମୁଣ୍ଡବିନ୍ଧା ଅତିଶୟ ହୋଇଥାଏ।
ମାଇଗ୍ରେନ୍‌ଜନିତ ସମସ୍ୟାରେ ଆକ୍ରାନ୍ତ ବ୍ୟକ୍ତି ସାଧାରଣତଃ ଘଣ୍ଟା ଘଣ୍ଟା ଧରି ଉପବାସ ରହିବା, ସୂର୍ଯ୍ୟକିରଣ / ଖରାରେ ବହୁ ସମୟ ବୁଲିବା, ମାନସିକ ଚାପ, ଅତ୍ୟଧିକ କଫି ସେବନ କରିବା ଏବଂ ଅତ୍ୟଧିକ ମଦ୍ୟପାନ କରିବା ସାଙ୍ଗକୁ ରାତ୍ରି ଅନିଦ୍ରା ରହିବା ଯୋଗୁ ଏହିପରି ସମସ୍ୟା ଦେଖା ଦେଇଥାଏ। ଏହା ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ।
ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ଜାଣିବା ପାଇଁ ରକ୍ତ ଓ ରକ୍ତଚାପ ପରୀକ୍ଷା, ସିଟି ସ୍କାନ, ଏମ୍‌ଆରଆଇ ସ୍କାନ ସହ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥାଏ।
ପ୍ରାଥମିକ ଲକ୍ଷଣ : ମାଇଗ୍ରେନ୍‌ ବା ଅର୍ଦ୍ଧକପାଳିଜନିତ ମୁଣ୍ଡବିନ୍ଧା ପୂର୍ବରୁ କିଛି ଲୋକଙ୍କୁ ଦୃଷ୍ଟିଗତ ସମସ୍ୟା ଦେଖା ଯାଇଥାଏ। ସୂର୍ଯ୍ୟକିରଣ କିମ୍ବା ଲାଇଟ୍‌କୁ ଚାହିଁଲେ ଅତ୍ୟଧିକ ମୁଣ୍ଡବିନ୍ଧା ହୋଇଥାଏ।
ଚତୁଃପାର୍ଶ୍ୱ ଘୂରିବା ଭଳି ଲାଗେ ଏବଂ ବାନ୍ତି ହୁଏ। ତେବେ ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଭୋକ ଲାଗିବା ସମୟରେ ଆହାର ନେବା ଜରୁରୀ।
ଅତ୍ୟଧିକ ସମୟ ଉପବାସରେ ନ ରହିବା ଭଲ। ଅଧିକ ରାତ୍ରି ଉଜାଗର ନ ରହିବା ଦରକାର। ମାନସିକ ଚାପରୁ ଦୂରେଇ ରହିବା ଆବଶ୍ୟକ। ପ୍ରତିଦିନ ନିୟମିତ ବ୍ୟାୟାମ ତଥା ଯୋଗ, ପ୍ରାଣାୟାମ କଲେ ଅଧିକ ସୁଫଳ ମିଳିଥାଏ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ଦରକାର। ଅତ୍ୟଧିକ କଫି କିମ୍ବା କଫି ଜାତୀୟ ଦ୍ରବ୍ୟ ଏବଂ କୋଲ୍ଡଡ୍ରିଙ୍କସଠାରୁ ଦୂରେଇ ରୁହନ୍ତୁ। ପ୍ରଥମତଃ ମୁଣ୍ଡବିନ୍ଧାର କାରଣକୁ ନିରୂପଣ କରନ୍ତୁ। ତାହାପରେ ଜଣେ ବିଜ୍ଞ ସ୍ନାୟବିକ ବିଶେଷଜ୍ଞଙ୍କୁ ପରାମର୍ଶ କରି ଔଷଧ ଖାଆନ୍ତୁ। ଏହାବ୍ୟତୀତ ଅତ୍ୟଧିକ ଚାପ କିମ୍ବା ଅନ୍ୟ କେତେଗୁଡିଏ କାରଣରୁ ମଧ୍ୟ ମାଇଗ୍ରେନର ସମସ୍ୟାା ଦେଖା ଦେଇଥାଏ। କିନ୍ତୁୁ ଆମ୍ଭେ ଏହାକୁ ଅବହେଳା କରି ନେଇଥାଉ କିମ୍ବା ଯେ କୌଣସି ମେଡିସିନ୍‌ ଦୋକାନରୁ ପଚାରି ମେଡିସିନ ବ୍ୟବହାର କରିଥାଉ, ଯାହାଫଳରେ ମୁଣ୍ଡବିନ୍ଧା ସେହି କ୍ଷଣିକ ସମୟ ପାଇଁ କମି ଯାଇଥାଏ। କିନ୍ତୁ ଏହାର କାରଣ ନିରୂପଣ ନ କଲେ କିମ୍ବା ସ୍ନାୟୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ ନ କଲେ, ଏହି ମୁଣ୍ଡବିନ୍ଧା କେବେକେବେ ଜଟିଳ ରୂପ ଧାରଣ କରିଥାଏ। ତେଣୁ ମୁଣ୍ଡବିନ୍ଧା ସମସ୍ୟାକୁ ସାଧାରଣ ସମସ୍ୟା ବୋଲି ନ ଧରି ଏହାର ପ୍ରାରମ୍ଭରୁ ହିଁ ଚିକିତ୍ସା କରାଇ ନେବା ଆବଶ୍ୟକ ରହିଛି।

ଡା. ମିତାଲୀ କର
-ସ୍ନାୟୁରୋଗ ବିଶେଷଜ୍ଞ, କେୟାର ହସ୍‌ପିଟାଲ, ଚନ୍ଦ୍ରଶେଖରପୁର,ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?