ମହିଳାଙ୍କୁ ହତ୍ୟା ଘଟଣା :  ଅଭିଯୁକ୍ତ ଟୁନାଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୯ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୧ ଡ.ପ୍ରସନ୍ନ କୁମାର ପଣ୍ଡା ଜଣେ ମହିଳାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଥିବା ମାମଲାର ବୁଧବାର ଶୁଣାଣି କରିଥିଲେ। ଅଭିଯୁକ୍ତ ଟୁନା ଡାକୁଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନଦାୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ପାଇଁ ରାୟରେ ଉଲ୍ଲେଖ କରାଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଗଁାରେ ସଞ୍ଜୁ ବେହେରା କୌଣସି କାରଣରୁ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ବାପ ଘରେ ରହୁଥିଲେ। ୨୦୧୮ ଜୁନ ୧୯ରେ ଉକ୍ତ ଥାନା ଅନ୍ତର୍ଗତ ରାଳବ ରୋଡ ବୃଦ୍ଧାଶ୍ରମ ନିକଟରୁ ସଞ୍ଜୁଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଏପରିକି ସେହି ସମୟରେ ପୋଲିସ ଘଟଣାସ୍ଥଳରୁ ରକ୍ତଭିଜା ବିୟର ବୋତଲ ମଧ୍ୟ ଜବତ କରିଥିଲା। ମୃତ ମହିଳାଙ୍କ ଭାଇ ଅଜିତ କୁମାର ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ନଂ.୧୧୫/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ୨୦୧୮ ଜୁନ ୧୭ ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ କାଉଖତ ଗ୍ରାମର ଟୁନା ଡାକୁଆ ହଳଦିଆପଦର ଆସି ସଞ୍ଜୁଙ୍କୁ ଘରୁ ଡାକି ନେଇଥିଲେ ବୋଲି ଭାଇ ଅଜିତ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଥିଲେ। ପୋଲିସ ଟୁନାଙ୍କୁ ଗିରଫ କରିଥିଲା। ସଞ୍ଜୁଙ୍କୁ ଟୁନା ଭଲ ପାଉଥିବା ବେଳେ ତାଙ୍କ ଚରିତ୍ରକୁ ସନ୍ଦେହ କରି ସେ ହତ୍ୟା କରିଥିଲେ ବୋଲି ପୋଲିସକୁ କହିଥିଲେ। ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ଆଲୋକ ଜେନା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ଟୁନା ବିଚାରାଧୀନ ବନ୍ଦୀ ଭାବେ ଥିଲେ। ୨୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଜ୍ଞାନେନ୍ଦ୍ର ନାଥ ଜେନା ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri