Posted inଜାତୀୟ

ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ନିର୍ଭୟା ପାଣ୍ଠି ପଡ଼ିରହିଛି: ୧୬ଶହ ୪୯ କୋଟିରୁ ୧୪୭ କୋଟି ହୋଇଛି ବିନିଯୋଗ; ୬ ରାଜ୍ୟରେ ଶୂନ ଖର୍ଚ୍ଚ

ନୂଆଦିଲ୍ଲୀ, ୧୬।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରାଯାଇଥିବା ନିର୍ଭୟା ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ୨୦୧୩ଠାରୁ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଟଙ୍କାର ୯ ପ୍ରତିଶତ ଖର୍ଚ୍ଚ ହୋଇଛି। ମୋଟ ୧୬ଶହ ୪୯ କୋଟି ଟଙ୍କାରୁ କେବଳ ୧୪୭ କୋଟି ଟଙ୍କା ହୋଇଛି ବିନିଯୋଗ କରାଯାଇଛି। ଦେଶର ୬ଟି ରାଜ୍ୟରେ ଏହି ପାଣ୍ଠିରେ ଜମା ହାତ ବି ମରାଯାଇନି। ଏପରି ସ୍ଥଳେ ମହିଳାଙ୍କ ସୁରକ୍ଷା ପାଇଁ ହୋଇଥିବା ଲକ୍ଷ୍ୟ କିଭଳି ପୂରଣ ହୋଇପାରିବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ମେଘାଳୟ, ମଣିପୁର, ତ୍ରିପୁରା, ସିକିମ୍‌, ମହାରାଷ୍ଟ୍ର ଓ ଡାମନ୍‌ ଏବଂ ଡିୟୁରେ ନିର୍ଭୟା ପାଣ୍ଠିରୁ ଶୂନ ଟଙ୍କା ଖର୍ଚ୍ଚ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପକ୍ଷରୁ ଲୋକସଭାରେ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ନିର୍ଭୟା ପାଣ୍ଠିରୁ ଅଧିକ ଟଙ୍କା କର୍ନାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀକୁ ଆବଣ୍ଟିତ କରାଯାଇଛି। କର୍ନାଟକ ଏହି ପାଣ୍ଠିରୁ ଆବଣ୍ଟିତ ହୋଇଥିବା ୧୯୧ କୋଟି ଟଙ୍କାରୁ କେବଳ ୭ ପ୍ରତିଶତ ଅର୍ଥାତ୍‌ ୧୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେହିପରି ତାମିଲ୍‌ନାଡୁରେ ମୋଟ ୧୯୦ କୋଟି ୬୮ ଲକ୍ଷ ଟଙ୍କାରୁ ମାତ୍ର ୬ କୋଟି ଖର୍ଚ୍ଚ ହୋଇଛି। ଏହା ଆବଣ୍ଟିତ ଟଙ୍କାର ମାତ୍ର ୩ ପ୍ରତିଶତ। ଦିଲ୍ଲୀରେ ନିର୍ଭୟା ପାଣ୍ଠିରୁ ୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଦିଲ୍ଲୀକୁ ୩୯୦ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ତେବେ ଏଥିରୁ ୧୯ କୋଟି ୪୧ ଲକ୍ଷ ଖର୍ଚ୍ଚ ହୋଇଥିବା ରିପୋର୍ଟରେ ସୂଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri