ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜି.ଉଦୟଗିରି, ୪ା୯(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ମଙ୍ଗଳବାର ଜି.ଉଦୟଗିରିରୁ ୩ କିମି ଦୂର ଲାଣ୍ଡା ନିକଟ ପେଟାଗୁଡ଼ା ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଜଣ ସିରିକି କାମିନାଯୁ ଗ୍ରାମର ମାନିନୀ ପ୍ରଧାନ (୨୭)। ମୃତଦେହର ପାଦ ତଳେ ଲାଗିଥିବା ଓ ଅନ୍ୟ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ନଂ.୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ତଦନ୍ତ କରୁଥିବା ପୋଲିସ ଏସ୍‌ଆଇ କୌଶଲ୍ୟା ବେହେରା କହିଛନ୍ତି।
ସୂଚନା ମୁତାବକ, ମାନିନୀ ୧୦ ବର୍ଷ ପୂର୍ବେ ରାଇକିଆ ଅଞ୍ଚଳରେ ବିବାହ କରିଥିଲେ। କୌଣସି କାରଣରୁ ପ୍ରାୟ ୩ ବର୍ଷ ହେବ ଶାଶୁଘରୁ ଚାଲିଆସି ବାପା, ମା’ଙ୍କ ପାଖରେ ସିରିକି ଗ୍ରାମରେ ରହୁଥିଲେ। ତାଙ୍କର ୮ ବର୍ଷର ପୁଅ ଓ ୬ ବର୍ଷର ଝିଅ ଅଛନ୍ତି। ସୋମବାର ଅପରାହ୍ନ ୨ଟାବେଳେ ଘରୁ ବାହାରି ଆଉ ଫେରି ନ ଥିଲେ। ମା’ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ମଙ୍ଗଳବାର ଝିଅର ମୃତଦେହ ଲାଣ୍ଡା ନିକଟସ୍ଥ ପେଟାଗୁଡ଼ା ଜଙ୍ଗଲରେ ଗଛରେ ଝୁଲୁଥିବା ଗ୍ରାମବାସୀଙ୍କଠାରୁ ଖବର ପାଇଥିଲେ। ମା’ ରମନ୍ତୀ ପ୍ରଧାନଙ୍କ ଏତଲା ପ୍ରକାରେ ଜି.ଉଦୟଗିରି ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri