Posted inଖେଳ

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ ଶନିବାର ସକାଳେ କୋରିଆ ଅଭିମୁଖେ ଯାତ୍ରା କରିଛି। ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଆଶା ପ୍ରକାଶ କରିଛନ୍ତି। କାନ୍ଧରେ ଆଘାତପ୍ରାପ୍ତ ଯୋଗୁ ପୂର୍ବରୁ ମାଲେସିଆ ସିରିଜରେ ଖେଳିପାରି ନ ଥିଲେ। ସେହିପରି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ଡ୍ରାଗ୍‌ ଫ୍ଲିକର ଗୁରଜିତ୍‌ କୌର ମଧ୍ୟ ଏହି ସିରିଜରେ ସାମିଲ ହୋଇ ପାରି ନ ଥିଲେ। ଆଗକୁ ହିରୋସିମାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରସ୍ତୁତି କ୍ଷେତ୍ରରେ ଏହି ସିରିଜ ବେଶ୍‌ ଉପଯୋଗୀ ହେବ ବୋଲି ରାଣୀ ପ୍ରକାଶ କରିଛନ୍ତି। ରିହାବିଲିଟେଶନରୁ ଫେରିଥିବାରୁ ଏହି ସିରିଜ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରଜିତ୍‌ କହିଛନ୍ତି। ଅନ୍ୟପକ୍ଷରେ ରାଣୀ କହିଛନ୍ତି, ନିକଟରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପରେ ଆମକୁ ସର୍କଲ ଭିତରେ କିପରି ବିବିଧତା ସୃଷ୍ଟି କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଛି। ଏହି ପଦ୍ଧତିକୁ ଆମେ କୋରିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଚେଷ୍ଟା କରି ଦେଖିବୁ। ମହିଳା ସିରିଜ ଫାଇନାଲ୍ସ ହିରୋସିମା ୨୦୧୯ ଆସନ୍ତା ମାସ ୧୫ରୁ ୨୩ ତାରଖ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ବର୍ଷ ଆରମ୍ଭ ଜାନୁୟାରୀ-ଫେବୃୟାରୀରେ ଭାରତୀୟ ଦଳ ସ୍ପେନ ଗସ୍ତ କରିଥିଲା। ସେଠାରେ ଦଳ ଆୟୋଜକ ଦେଶ ବ୍ୟତୀତ ଆୟର୍ଲାଣ୍ଡ ବିପକ୍ଷରେ ଖେଳିଥିଲା। ଭାରତ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ତିନୋଟି ଡ୍ର ରଖିବାରେ ସକ୍ଷମ ହୋଇଥିଲା ଏବଂ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା। ଦଳ ଏପ୍ରିଲରେ ମାଲେସିଆ ଟୁର୍‌ରେ ଯାଇଥିଲା ଏବଂ ଅପରାଜିତ ରହିଥିଲା। ଚାରୋଟିରେ ବିଜୟ ଲାଭ କରିଥିବାବେଳେ ଗୋଟିଏ ଡ୍ର ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri