Posted inଖେଳ

ବିଶ୍ୱକପ୍‌: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା

ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ ପାଇସାରିଛନ୍ତି। କିନ୍ତୁ ଆଉ କିଛି ଦିନ ପରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ୍‌ରେ କୋହଲିଙ୍କ ସମ୍ମୁଖରେ ଏକ ଭିନ୍ନ ଧରଣର ପରୀକ୍ଷା ଅପେକ୍ଷା କରି ରହିଛି। ନିଜ ନେତୃତ୍ୱ ଓ ପଡିଆରେ ସାମରିକ କୌଶଳକୁ କିପର କାର୍ଯ୍ୟକାରୀ କରିବା ନେଇ ସେ ପରୀକ୍ଷାର ସମ୍ମୁଖୀନ ହେବେ।
ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ କୋହଲି ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ବିଶ୍ୱକପ୍‌ରେ କଥା ଟିକିଏ ଅଲଗା। ତାଙ୍କୁ ବିଶେଷ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ହେବ। ୪ ନମ୍ବରରେ କିଏ ବ୍ୟାଟିଂ କରିବେ ତାହା ଏକ ବଡ଼ ପ୍ରଶ୍ନ। ପୁଣି ଦଳରେ ଜଣେ ତୃତୀୟ ଦ୍ରୁତ ବୋଲରକୁ ନିଆଯିବା ଠିକ୍‌ ହେବ ନା ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ଖେଳାଯିବ? ବିଶ୍ୱକପ୍‌ରେ କୋହଲି କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବେ ନୁହେଁ ଜଣେ ଅଧିନାୟକ ଭାବେ ସାରା ବିଶ୍ୱ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ତେବେ ସେ କେତେ ସଫଳ ବା ବିଫଳ ହେଉଛନ୍ତି ତାହା ଅବଶ୍ୟ ପରେ ଜଣାପଡିବ। ବିଶ୍ୱକପ୍‌ ଜିତିଲେ କୋହଲିଙ୍କ ପାଇଁ ନିଶ୍ଚିତ ଭାବେ ସ୍ବତନ୍ତ୍ର ହେବ। ଏହି ମେଗା ଇଭେଣ୍ଟରେ ତାଙ୍କର ବୁଦ୍ଧିର ପରୀକ୍ଷା ହେବ। ୭ ସପ୍ତାହଧାରି ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ କୋହଲି ୧୧,୦୦୦ ରନ ପାର କରିବା ଆଶା ମଧ୍ୟ କରାଯାଉଛି। ଏପର୍ଯ୍ୟନ୍ତ ସେ ୪୧ଟି ଶତକ ହାସଲ କରିଛନ୍ତି। ଆଉ କେତୋଟି ଶତକ ହାସଲ କରି ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସେ ସମକକ୍ଷ ହେବେ। ଇଂଲଣ୍ଡର ପିଚ୍‌ଗୁଡିକ ଫ୍ଲାଟ ରହିଛି। ତେଣୁ ପ୍ରାୟ ସବୁ ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ଆଶାକରାଯାଉଛି। ତାରକା ଓପନର ତଥା ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜ ଦମ୍‌ ଦେଖାଇବାର ଭରପୂର ସୁଯୋଗ ହାସଲ କରିବେ। ସେ ୩ଟି ଦ୍ୱିଶତକ ହାସଲ କରିଥିବା ବେଳେ ଆଉ କେତୋଟି ଶତକ ଓ ଏକ ଦ୍ୱିଶତକ ହାସଲ କରିବେ ବୋଲି ଆଶା କରାଯାଉଛି। ପୁଣି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଇଭେଣ୍ଟଗୁଡିକରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ସବୁବେଳେ ଭଲ ପ୍ରଦର୍ଶନ କରିବାର ଉଦାହରଣ ରହିଛି। ସେ ପୁଣି ଏଥର ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଟପ୍‌ ୩ଜଣ ବ୍ୟାଟ୍ସମ୍ୟାନ ଦମ୍‌ଦାର ପ୍ରଦର୍ଶନ କରି ଆସିଛନ୍ତି। ତେବେ ଏହା ପରେ ଟିମ୍‌ ଇଣ୍ଡିଆରେ ସମସ୍ୟା ଦେଖାଯାଉଛି। ଅମ୍ବାତି ରାୟୁଡୁ ଓ ରିଷଭ ପନ୍ତ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି। ତେଣୁ ୪ ନମ୍ବରରେ ଏହି ଦୁଇ ଖେଳାଳି ବ୍ୟାଟିଂ କରିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଏହାର ଆଉ ଆବଶ୍ୟକତା ନାହିଁ।
ଦୀନେଶ କାର୍ତ୍ତିକ ଚାପରେ ଭଲ ପ୍ରଦର୍ଶନ କରିବେ ବୋଲି ପନ୍ତଙ୍କୁ ପଛରେ ପକାଇ ତାଙ୍କୁ ଦଳରେ ନିଆଯିବା କଥା କୋହଲି ଓ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ ପୂର୍ବରୁ କହିସାରିଛନ୍ତି। ଅଲରାଉଣ୍ଡର ବିଜୟ ଶଙ୍କର ଓ ସ୍ପେଶାଲିଷ୍ଟ ଓପନର ଲୋକେଶ ରାହୁଲଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ନିର୍ଭର କରୁଛି। ଏହି ଦୁହଁିଙ୍କ ମଧ୍ୟରୁ ଜଣକୁ ୪ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏହି ବିଶ୍ୱକପ୍‌ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ସେ କ୍ୟାରିୟର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ତାଙ୍କର ଷ୍ଟ୍ରାଇକରେଟ ୭୦ ଥିବା ବେଳେ ଓ ୩୫ରୁ ୫୦ ଓଭରରେ ସେ ଦ୍ରୁତ ବୋଲରଙ୍କୁ ସଫଳତାର ସହ ସାମ୍ନା କରବାକୁ ସଂଘର୍ଷ କରୁଛନ୍ତି। ତେଣୁ ତାଙ୍କ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆଇପିଏଲ୍‌ରେ ଧୋନୀ ଯୁବ ଭାରତୀୟ ବୋଲରଙ୍କୁ ସାମ୍ନା କରି ରନ ସଂଗ୍ରହ କରୁଥିଲେ। ତେବେ ବିଶ୍ୱକପ୍‌ରେ ତାଙ୍କୁ କାଗିସୋ ରାବାଡ଼ା, ପ୍ୟାଟ କୁମିନ୍ସ କିମ୍ବା ମହମ୍ମଦ ଆମୀରଙ୍କୁ ସାମ୍ନା କରିବାକୁ ହେବ। ୬ ନମ୍ବରରେ ଫିଟ୍‌ ଘୋଷିତ ହୋଇଥିବା କେଦାର ଯାଦବ ବ୍ୟାଟିଂ କରିବାକୁ ଆସିବେ। ୭ ନମ୍ବରରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବେ। ଡେଥ ଓଭରରେ ବଡ଼ ଛକା ମାରିବାର କ୍ଷମତା ତାଙ୍କ ପାଖରେ ରହିଛି ଓ ସେ ଦଳ ପାଇଁ ଟୁର୍ନାମେଣ୍ଟରେ ଉପଯୋଗୀ ସାବ୍ୟସ୍ତ ହେବେ।
ଗତ ଦୁଇବର୍ଷ ହେବ ଭାରତ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛି। ଏମାନେ ମଧ୍ୟ ସଫଳ ହୋଇଛନ୍ତି ଓ ବିଶ୍ୱକପ୍‌ରେ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ଏମାନେ ଅବଶ୍ୟ ସଫଳ ହୋଇପାରି ନ ଥିଲେ। ଆଇପିଏଲ୍‌ରେ କୁଲଦୀପ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଭାରତ ପାଇଁ ମ୍ୟାଚ୍‌ ଓ୍ବିନର ସାବ୍ୟସ୍ତ ହେବେ। ସେହିପରି ଦ୍ରୁତ ବୋଲର ମହମ୍ମଦ ସାମି ସୁଇଂ ଓ ବୁମ୍‌ରାଙ୍କ ୟର୍କର ଡେଥ ଓଭରରେ ଭାରତ ପାଇଁ ବେଶ୍‌ କାମରେ ଆସିବ। ୯ଟି ଲିଗ୍‌ ମ୍ୟାଚ୍‌ରୁ ୬ଟିରେ ବିଜୟୀ ହେଲେ ଗୋଟିଏ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିପାରିବ। ତେଣୁ ଏଥିରେ ଭାରତ ଅବଶ୍ୟ ସଫଳ ହେବ ବୋଲି ଜୋର ଦେଇ କୁହାଯାଇପାରେ। ଭାରତ ମଧ୍ୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରକା, ଅଷ୍ଟ୍ରେଲିଆ ସମେତ ବିଶ୍ୱକପ୍‌ ଫେଭରାଇଟ୍‌ ବିବେଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

‘ଏନ୍‌ଇଇଟି’ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧।୮(ପି.ଟି.): ଚଳିତବର୍ଷ ଜୁଲାଇ ୨୦ରେ ହୋଇଥିବା ପାର୍ଲାମେଣ୍ଟ ଘେରାଉ ଆନ୍ଦୋଳନ ବେଳେ ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri