ମହିଳା କଲ୍ୟାଣ ପାଇଁ ପ୍ରତିଯୋଗିତା

ସୌଭାଗ୍ୟ ରଞ୍ଜନ ମହାନ୍ତି

ଦେଶରେ ଲୋକ ସଭା ସହ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମହିଳା ଭୋଟ ହାତେଇବା ପାଇଁ ଦଳଗୁଡ଼ିକ ମଧ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଘୋଷଣା ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆର୍ଥତ୍କ ସହାୟତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଗୃହିଣୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗତ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ହଠାତ୍‌ ରନ୍ଧନ ଗ୍ୟାସ୍‌ର ସିଲିଣ୍ଡର ପିଛା ମୂଲ୍ୟ ୨୦୦ଟଙ୍କା ହ୍ରାସ କରିଦେଇଥିଲେ। ସେହିପରି ମହିଳା ତୁଷ୍ଟୀକରଣ ଯୋଜନା ଭାବେ ପରିଚିତ ‘ଉଜ୍ଜ୍ୱଳା’ର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ରେ ୩୦୦ଟଙ୍କାର ସ୍ବତନ୍ତ୍ର ରିହାତି ଘୋଷଣା କରିଥିଲେ। ଏବେ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ମହିଳା ଭୋଟଦାତାଙ୍କୁ ଆକୃଷ୍ଟ କରିବା ପାଇଁ ରନ୍ଧନ ଗ୍ୟାସ୍‌ର ସିଲିଣ୍ଡର ପିଛା ଦର ଆଉ ୧୦୦ଟଙ୍କା କମାଇ ଦେଇଛନ୍ତି। କହିବା ବାହୁଲ୍ୟ ଯେ ୨୦୧୪ରେ ଭାଜପା କେନ୍ଦ୍ରରେ କ୍ଷମତାକୁ ଆସିବାବେଳେ ଦେଶରେ ରନ୍ଧନ ଗ୍ୟାସ୍‌ର ସିଲିଣ୍ଡର ପିଛା ମୂଲ୍ୟ ମାତ୍ର ୪୮୦ଟଙ୍କା ରହିଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ଏହାର ମୂଲ୍ୟ ୧୧୫୦ଟଙ୍କା ଅତିକ୍ରମ କରିଥିଲା। କେବଳ ଭାଜପା ନୁହେଁ କଂଗ୍ରେସ ସମେତ ବହୁ ଦଳ ମଧ୍ୟ କ୍ଷମତାକୁ ଆସିଲେ ୫୦୦ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇସାରିଲେଣି। କେବଳ ଏତିକି ନୁହେଁ, ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଚଳିତ ବଜେଟରେ ୧୮ବର୍ଷରୁ ଊର୍ଦ୍ଧ୍ୱ ମହିଳା ଯେଉଁମାନେ ସରକାରୀ କର୍ମଚାରୀ କିମ୍ବା ଆୟକରଦାତା ନୁହନ୍ତି, ସେମାନଙ୍କୁ ମାସିକ ୨୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବା ଲାଗି ଘୋଷଣା କରିଛନ୍ତି। ଏଥିଲାଗି ବଜେଟରେ ମଧ୍ୟ ବ୍ୟୟ ବରାଦ କରିଛନ୍ତି। ପୂର୍ବରୁ ଆପ୍‌ ସରକାର ଦିଲ୍ଲୀରେ ସରକାରୀ ବସ୍‌ ଏବଂ ମେଟ୍ରୋରେ ମାଗଣା ଯାତାୟାତ ସୁବିଧା ପ୍ରଦାନ କରିଛନ୍ତି। କେବଳ ଦିଲ୍ଲୀରେ ନୁହେଁ କଂଗ୍ରେସ କ୍ଷମତାସୀନ ଥିବା କର୍ନାଟକ, ତେଲଙ୍ଗାନା, ହିମାଚଳ ପ୍ରଦେଶରେ ଗରିବ, ଅସହାୟ, ବିଧବା, ଭିନ୍ନକ୍ଷମ ମହିଳାଙ୍କ ପାଇଁ ମାସିକ ୨୦୦୦ଟଙ୍କା ଲେଖାଏ ଆର୍ଥତ୍କ ସହାୟତା(ଭତ୍ତା) ପ୍ରଦାନ କରୁଛନ୍ତି। ଲୋକ ସଭା ନିର୍ବାଚନରେ ଦଳ ଯଦି କ୍ଷମତାକୁ ଆସେ ତେବେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ସୁବିଧା ସୁଯୋଗ ଦେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି।
ଆମ ରାଜ୍ୟ ସରକାର ‘ଲକ୍ଷ୍ମୀବସ୍‌’ରେ ମହିଳାମାନେ ଗ୍ରାମଠାରୁ ବ୍ଲକ ପର୍ଯ୍ୟନ୍ତ ମାତ୍ର ୫ଟଙ୍କାରେ ଯାତାୟାତ ଯୋଜନା ଓ କାର୍ଯ୍ୟକାରୀ କରିଥିବାବେଳେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା କାର୍ଯ୍ୟକାରୀ କରିଛନ୍ତି। ସେହିପରି ମିଶନ ଶକ୍ତି ଯୋଜନାରେ ୭୦ଲକ୍ଷ ସ୍ବୟଂ ସହାୟକଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ଏସ୍‌ଏଚ୍‌ଜି କର୍ମକର୍ତ୍ତାଙ୍କ ପାଇଁ ବିନା ସୁଧରେ ୧ଲକ୍ଷ ଟଙ୍କା ଋଣ, ସରକାରୀ ଖର୍ଚ୍ଚରେ ଦୁବାଇ ଯାତ୍ରା ଆଦି ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ସ୍ନାତକ ଓ ପିଜି ଛାତ୍ରୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ମଧ୍ୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ଦ୍ୱିଗୁଣିତ କରିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ନିକଟରେ ନାରୀ ଶକ୍ତି ଅଧିନିୟମ ଗୃହୀତ କରାଇ ଲୋକ ସଭା ଓ ବିଧାନସଭାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଆଇନ ପ୍ରଣୟନ କରିଛନ୍ତି। ଏହା ନିଃସନ୍ଦେହ ଯେ ମହିଳାଙ୍କ ଭୋଟ ହାତେଇବା ଲାଗି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମହିଳା ସଶକ୍ତୀକରଣ, ଆର୍ଥିକ ସଶକ୍ତୀକରଣ ଏବଂ ବିଭିନ୍ନ ମହିଳାକୈନ୍ଦ୍ରିକ ଯୋଜନା ପାଇଁ ପ୍ରତିଯୋଗିତା ଚାଲିଥିବାବେଳେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥା ହେଉଛନ୍ତି ମହିଳାକୈନ୍ଦ୍ରିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଅଗ୍ରଦୂତ। ଏହା ନିଶ୍ଚିତ ଯେ, ମହିଳା ସଶକ୍ତୀକରଣ ତଥା ମହିଳାଙ୍କ ଉନ୍ନତି ପାଇଁ ମହିଳାକୈନ୍ଦ୍ରିକ ଯୋଜନା ନିମନ୍ତେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିବାବେଳେ ଦେଶରେ ଲିଙ୍ଗଗତ ଭେଦଭାବର ଶିକାର ଏବେ ବି ହେଉଛନ୍ତି। କିନ୍ତୁ ଆମ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ଏଥିପ୍ରତି ରାଜନୈତିକ ଦଳଗୁଡ଼ିକ ଧ୍ୟାନ ଦେବା ଜରୁରୀ।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?