ମରାମତି ହେଉନି ଯାତ୍ରୀ ବିଶ୍ରାମାଗାର

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ବିଶ୍ରାମାଗାରଟି ଶୋଚନୀୟ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।
ବଳରାମପ୍ରସାଦଠାରେ ଥିବା ବସ୍‌ଷ୍ଟାଣ୍ଡ ଉପରେ ବଳରାମପ୍ରସାଦ, ପାଟଣା ଭୋଗ ବେରଣୀ, ପାଣିଅଳା, କେନ୍ଦୁପଲି, ଟେଣ୍ଟୁଲୋଇ ସମେତ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଆସି ବିଭିନ୍ନ ସ୍ଥାନକୁ ବସ୍‌ ଧରିଥାନ୍ତି। ଅନୁଗୋଳ, ତାଳଚେର, କେନ୍ଦୁଝର, ରାଉରକେଲା, କଟକ ଆଦି ବିଭିନ୍ନ ସ୍ଥାନକୁ ବସ୍‌ ସହ ବହୁ ଛୋଟ ବଡ ଗାଡ଼ି ଯାଇଥାଏ। ପ୍ରତ୍ୟହ ଶତାଧିକ ଯାତ୍ରୀ ଏହି ବସ୍‌ଷ୍ଟାଣ୍ଡକୁ ଆସୁଥିବାବେଳେ ଏଠାରେ ଥିବା ବିଶ୍ରାମାଗାରଟି ବ୍ୟବହାର ଅନୁପଯୋଗୀ ହୋଇପଡିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ଲୋକେ ହଇରାଣ ହେଉଛନ୍ତି। ସେହିପରି ସେଠାରେ ଏକ ପରିସ୍ରାଗାରଟିଏ ମଧ୍ୟ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ନାଲ୍‌କୋ ଆଶ୍‌ପଣ୍ଡ ନିକଟରେ ଏହି ବିଶ୍ରାମାଗାର ଥିବାରୁ ଏହା ପ୍ରକଳ୍ପ ପାରିପାର୍ଶ୍ୱିକ ଗ୍ରାମ ଅନ୍ତର୍ଭୂକ୍ତ। ତେଣୁ ଏହି ବସ୍‌ଷ୍ଟାଣ୍ଡର ଉନ୍ନତିକରଣ ସହ ଯାତ୍ରୀ ବିଶ୍ରାମାଗାରକୁ ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ପଶ୍ଚିମବଙ୍ଗ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେବ

କୋଲକାତା, ୨୧ା୭: ପଶ୍ଚିମବଙ୍ଗ ସରକାର ଆସନ୍ତା ସେପ୍ଟେମ୍ବର ୧ରୁ ସମସ୍ତ ପ୍ରଶାସନିକ କାର୍ଯ୍ୟରେ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ଆସାମରେ ବନ୍ୟା ବିଭୀଷିକା

ଗୁଆହାଟୀ,୨୧ା୭: ଉପର ଆସାମରେ ବନ୍ୟା ସ୍ଥିତି ଉତ୍କଟ ହୋଇଛି। ୭ ଜିଲାରେ ୫୭,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଚା’ ବଗିଚାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ଲଗାଣ ବର୍ଷା…

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାଗିଲେ ଏସବୁ ରିପୋର୍ଟ

ନୂଆଦିଲ୍ଲୀ,୨୧ା୭: ଅନଶନରତ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଆଙ୍ଗ୍‌ମୋ କରିଥିବା ଆବେଦନ ଉପର ଦିଲ୍ଲୀ ହାଇକୋର୍ଟ ସୋମବାର ସଫଦରଜଙ୍ଗ…

ବାହୁଡ଼ା ଯାତ୍ରା ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ, ଦାରୁ ଶଗଡ଼ି ଶୋଭାଯାତ୍ରାରେ ସାମିଲ ବହୁ ସଂଖ୍ୟକ ଶ୍ରଦ୍ଧାଳୁ  

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକଠାରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ସହ ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri