ମନ୍ଦିର ପାଲଟିଛି ଗୋଦାମ, ଅଫିସ

ପୁରୁଣା ଭୁବନେଶ୍ୱର, ୨୪ା୨ (ଡି.ଏନ.ଏ.):ଏକାମ୍ର କ୍ଷେତ୍ରରେ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ବ୍ୟସ୍ତ ମିଳିତ ଉଚ୍ଛେଦ ଟିମ୍‌ ଓ ସଚିବ ସ୍ତରୀୟ ଅଫିସରଙ୍କ ନଜର ଆଢ଼ୁଆଳରେ ବହୁ ମନ୍ଦିର ଜବରଦଖଲରେ ରହିଛି। ମନ୍ଦିରକୁ କେତେଜଣ ସେବାୟତ ବ୍ୟକ୍ତିଗତ ଭାବେ ବ୍ୟବହାର କରିଛନ୍ତି। ଯେଉଁ କେତେଜଣ ଅଧିକାରୀ ଏସବୁ ବିଷୟରେ ଅବଗତ ଅଛନ୍ତି ରାଜନୈତିକ ଚାପ ଓ ଅନ୍ୟମାନଙ୍କ ଆକ୍ରୋଶର ଶିକାର ହେବା ବଦଳରେ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେହେତୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଜମି ରହିଥିଲେ ହେଁ କେତେଜଣ ସେବାୟତ ପ୍ରତିନିଧିଙ୍କ ଦଖଲରେ ଏହା ରହିଛି। ଏଣୁ କେହି କାହାରିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହାନ୍ତି। ଜବରଦଖଲରେ ରହିଥିବା ମନ୍ଦିରଗୁଡିକ ସେବାୟତ ନିଜର ଗୋଦାମ ଘର ଓ ଅନ୍ନ ମହାପ୍ରସାଦ ବିକ୍ରି ବରାଦ ଅଫିସ ଭଳି ବ୍ୟବହାର କରୁଛନ୍ତି। ଏଥିରେ ରହିଥିବା ପ୍ରାଚୀନ କାରୁକାର୍ଯ୍ୟ ନଷ୍ଟ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କେହି ନାହାନ୍ତି। ଏସବୁ ମନ୍ଦିରକୁ ସାଧାରଣ ଶ୍ରଦ୍ଧାଳୁ ଦର୍ଶନ କରିପାରୁ ନାହାନ୍ତି।

ପ୍ରଶାସନିକ ଅବହେଳା, ଚଞ୍ଚକତା କରି ଜମି ଦଖଲ
ପୂର୍ବରୁ ଲୋକସଂଖ୍ୟା କମ ସାଙ୍ଗକୁ ଜମିର ତଥ୍ୟ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ନ ଥିଲା, ଏଣୁ ଯିଏ ଯେତେ ପ୍ରକାର ଚଞ୍ଚକତା କରି ଜମି ଜବରଦଖଲ କରୁଥିଲେ ହେଁ ଜାଣି ହେଉ ନ ଥିଲା। ମାତ୍ର ଯେଉଁଠାରେ ପୂର୍ବରୁ ସରକାରୀ ବିଭାଗ କାର୍ଯ୍ୟାଳୟ ଚାଲିଥିଲା ଏବେ ତାହା ସେବାୟତଙ୍କ ଜବରଦଖଲରେ ରହିଛି। ଏପରି ଦାୟିତ୍ୱହୀନ କାର୍ଯ୍ୟ ସାଧାରଣ ଲୋକେ ସହଜେ ଗ୍ରହଣ କରି ପାରୁନାହାନ୍ତି।

ମନ୍ଦିର ମାଲିକାନା ବିଏମ୍‌ସି ନାମରେ
ସେହିପରି ବହୁ ମନ୍ଦିର ଓ ବେଢା ଆଦି ନିର୍ଦ୍ଦିଷ୍ଟ ହାତ ଗଣତି ସେବାୟତଙ୍କୁ ସନ୍ତୁଷ୍ଟ କରାଇବା ନେଇ ପୂର୍ବର ନଗରପାଳିକା ବର୍ତ୍ତମାନର ବିଏମସି ନାମରେ ରହିବାରୁ ବହୁ ଅବ୍ୟବସ୍ଥା ହେଉଛି। ବିଏମସି ଏଗୁଡିକୁ ସେବାୟତଙ୍କୁ ସୁହାଇଲା ଭଳି ଜବରଦଖଲ ପରେ ନିର୍ମାଣ କରାଇ ମନ୍ଦିର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ନିର୍ମାଣ କରାଉଛି। ୧୯୪୮ରେ ବିହାର-ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ୧୯୨୨ ଅନୁଯାୟୀ ନୋଟିଫାଏଡ ଏରିଆ କମିଟି ଓ ୧ ଅକ୍ଟୋବର ୧୯୫୨ ନୋଟିଫାଏଡ ଏରିଆ କାଉନ୍‌ସିଲ ଗଠନ ହେବା ପର୍ଯ୍ୟନ୍ତ ଓ କିଛିଦିନ ପାଇଁ ଅନନ୍ତବାସୁଦେବ ମନ୍ଦିର ଭୁବନେଶ୍ୱର ଏନ୍‌ଏସିର କିଛି କାର୍ଯ୍ୟାଳୟ ରହିଥିଲା। ଗୌତମନଗର ମୌଜାର ୟୁନିଟ୍‌ ୨୮ ଅନ୍ତର୍ଗତ ଖତିଆନ ନଂ. ୨୨୮୦ର ପ୍ଲଟ ନଂ. ୨୨୨୧ ସେହି କାରଣରୁ ବିଏମ୍‌ସି ଭୁବନେଶ୍ୱର ନାମରେ ଗଡି ଆସୁଛି। ମାତ୍ର ସରକାରୀ ବାବୁମାନେ ଏ କାର୍ଯ୍ୟାଳୟ ଛାଡିଗଲା ପରେ ଏହା ଜଣେ ସେବାୟତଙ୍କ ରୋଷଘର ଭାବେ ବ୍ୟବହାରରେ ଲାଗୁଛି। ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏପରି ଜବରଦଖଲ ହଟାଇବାକୁ କେହି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri