ମନ୍ଦିର ପାଲଟିଛି ଗୋଦାମ, ଅଫିସ

ପୁରୁଣା ଭୁବନେଶ୍ୱର, ୨୪ା୨ (ଡି.ଏନ.ଏ.):ଏକାମ୍ର କ୍ଷେତ୍ରରେ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ବ୍ୟସ୍ତ ମିଳିତ ଉଚ୍ଛେଦ ଟିମ୍‌ ଓ ସଚିବ ସ୍ତରୀୟ ଅଫିସରଙ୍କ ନଜର ଆଢ଼ୁଆଳରେ ବହୁ ମନ୍ଦିର ଜବରଦଖଲରେ ରହିଛି। ମନ୍ଦିରକୁ କେତେଜଣ ସେବାୟତ ବ୍ୟକ୍ତିଗତ ଭାବେ ବ୍ୟବହାର କରିଛନ୍ତି। ଯେଉଁ କେତେଜଣ ଅଧିକାରୀ ଏସବୁ ବିଷୟରେ ଅବଗତ ଅଛନ୍ତି ରାଜନୈତିକ ଚାପ ଓ ଅନ୍ୟମାନଙ୍କ ଆକ୍ରୋଶର ଶିକାର ହେବା ବଦଳରେ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେହେତୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଜମି ରହିଥିଲେ ହେଁ କେତେଜଣ ସେବାୟତ ପ୍ରତିନିଧିଙ୍କ ଦଖଲରେ ଏହା ରହିଛି। ଏଣୁ କେହି କାହାରିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହାନ୍ତି। ଜବରଦଖଲରେ ରହିଥିବା ମନ୍ଦିରଗୁଡିକ ସେବାୟତ ନିଜର ଗୋଦାମ ଘର ଓ ଅନ୍ନ ମହାପ୍ରସାଦ ବିକ୍ରି ବରାଦ ଅଫିସ ଭଳି ବ୍ୟବହାର କରୁଛନ୍ତି। ଏଥିରେ ରହିଥିବା ପ୍ରାଚୀନ କାରୁକାର୍ଯ୍ୟ ନଷ୍ଟ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କେହି ନାହାନ୍ତି। ଏସବୁ ମନ୍ଦିରକୁ ସାଧାରଣ ଶ୍ରଦ୍ଧାଳୁ ଦର୍ଶନ କରିପାରୁ ନାହାନ୍ତି।

ପ୍ରଶାସନିକ ଅବହେଳା, ଚଞ୍ଚକତା କରି ଜମି ଦଖଲ
ପୂର୍ବରୁ ଲୋକସଂଖ୍ୟା କମ ସାଙ୍ଗକୁ ଜମିର ତଥ୍ୟ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ନ ଥିଲା, ଏଣୁ ଯିଏ ଯେତେ ପ୍ରକାର ଚଞ୍ଚକତା କରି ଜମି ଜବରଦଖଲ କରୁଥିଲେ ହେଁ ଜାଣି ହେଉ ନ ଥିଲା। ମାତ୍ର ଯେଉଁଠାରେ ପୂର୍ବରୁ ସରକାରୀ ବିଭାଗ କାର୍ଯ୍ୟାଳୟ ଚାଲିଥିଲା ଏବେ ତାହା ସେବାୟତଙ୍କ ଜବରଦଖଲରେ ରହିଛି। ଏପରି ଦାୟିତ୍ୱହୀନ କାର୍ଯ୍ୟ ସାଧାରଣ ଲୋକେ ସହଜେ ଗ୍ରହଣ କରି ପାରୁନାହାନ୍ତି।

ମନ୍ଦିର ମାଲିକାନା ବିଏମ୍‌ସି ନାମରେ
ସେହିପରି ବହୁ ମନ୍ଦିର ଓ ବେଢା ଆଦି ନିର୍ଦ୍ଦିଷ୍ଟ ହାତ ଗଣତି ସେବାୟତଙ୍କୁ ସନ୍ତୁଷ୍ଟ କରାଇବା ନେଇ ପୂର୍ବର ନଗରପାଳିକା ବର୍ତ୍ତମାନର ବିଏମସି ନାମରେ ରହିବାରୁ ବହୁ ଅବ୍ୟବସ୍ଥା ହେଉଛି। ବିଏମସି ଏଗୁଡିକୁ ସେବାୟତଙ୍କୁ ସୁହାଇଲା ଭଳି ଜବରଦଖଲ ପରେ ନିର୍ମାଣ କରାଇ ମନ୍ଦିର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ନିର୍ମାଣ କରାଉଛି। ୧୯୪୮ରେ ବିହାର-ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ୧୯୨୨ ଅନୁଯାୟୀ ନୋଟିଫାଏଡ ଏରିଆ କମିଟି ଓ ୧ ଅକ୍ଟୋବର ୧୯୫୨ ନୋଟିଫାଏଡ ଏରିଆ କାଉନ୍‌ସିଲ ଗଠନ ହେବା ପର୍ଯ୍ୟନ୍ତ ଓ କିଛିଦିନ ପାଇଁ ଅନନ୍ତବାସୁଦେବ ମନ୍ଦିର ଭୁବନେଶ୍ୱର ଏନ୍‌ଏସିର କିଛି କାର୍ଯ୍ୟାଳୟ ରହିଥିଲା। ଗୌତମନଗର ମୌଜାର ୟୁନିଟ୍‌ ୨୮ ଅନ୍ତର୍ଗତ ଖତିଆନ ନଂ. ୨୨୮୦ର ପ୍ଲଟ ନଂ. ୨୨୨୧ ସେହି କାରଣରୁ ବିଏମ୍‌ସି ଭୁବନେଶ୍ୱର ନାମରେ ଗଡି ଆସୁଛି। ମାତ୍ର ସରକାରୀ ବାବୁମାନେ ଏ କାର୍ଯ୍ୟାଳୟ ଛାଡିଗଲା ପରେ ଏହା ଜଣେ ସେବାୟତଙ୍କ ରୋଷଘର ଭାବେ ବ୍ୟବହାରରେ ଲାଗୁଛି। ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏପରି ଜବରଦଖଲ ହଟାଇବାକୁ କେହି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri