ବ୍ରହ୍ମପୁର ଅଫିସ,୭ା୬- ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ଗୁରୁବାର ୩ଜଣଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ସେମାନେ ହେଲେ କାର ଡ୍ରାଇଭର ସୁଶାନ୍ତ ସ୍ବାଇଁ, ଘରକାମ କରୁଥିବା ବଳରାମ ମହାନ୍ତି ଓ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ଘରଭଡ଼ା ଦେଇଥିବା କ୍ଷୀରୋଦ ପାତ୍ର ା
ପୋଲିସ ବ୍ରହ୍ମପୁର କୋର୍ଟରେ ହାଜର କରିବା ପରେ ଏସଡିଜେଏମ୍ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଏସ୍କେ ଆଚାର୍ଯ୍ୟଙ୍କ କୋର୍ଟରେ ଉପରୋକ୍ତ ୩ ଜଣଙ୍କର ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯାଇଥିଲା। ଘଟଣା ଦିନ ଅର୍ଥାତ ମେ ୨୨ ତାରିଖ ସନ୍ଧ୍ୟାରେ ମନୋଜଙ୍କ ସହ ଅନୀଲ ସ୍ବାଇଁ, ବଳରାମ ମହାନ୍ତି, ସୁଶାନ୍ତ ସ୍ବାଇଁ ଭୁବନେଶ୍ୱରରୁ କାର (ନଂ ଓଡି୩୨ଏ୨୮୭୪) ଯୋଗେ ବ୍ରହ୍ମପୁର ଫେରୁଥିଲେ। ରାତ୍ର ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍ ଜାତୀୟ ରାଜପଥ ୧୬ ଅକ୍ସଫୋର୍ଡ ସ୍କୁଲ ନିକଟରେ ଡ୍ରାଇଭର ସୁଶାନ୍ତ କାରଟି ପାର୍କିଂ କରିଥିଲେ। ମନୋଜ ଓ ଅନ୍ୟମାନେ ପରିସ୍ରା ପାଇଁ ରାସ୍ତାକଡ଼କୁ ଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ମନୋଜଙ୍କ ଗଳା କାଟିବା ସହ ଗୁଳି ଫୁଟାଇ ହତ୍ୟା କରିଥିଲେ। ସେହି ରାତିରେ ଯାହା ଘଟିଥିଲା ସେମାନେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡ଼ିଛି। ସେହିପରି କ୍ଷୀରୋଦ ଅଭିଯୁକ୍ତମାନଙ୍କୁ ୨୦୧୮ ଡିସେମ୍ବର ୧୨ ତାରିଖରେ ତାଙ୍କ ଘର ଭଡ଼ାରେ ଦେଇଥିଲେ। ସେ ସମ୍ପର୍କରେ ସେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡ଼ିଛି। ଉପରୋକ୍ତ ୩ ଜଣଙ୍କ ବୟାନ ରେକର୍ଡଭୁକ୍ତ ହୋଇଥିବା କୋର୍ଟ ସୂତ୍ରରୁ ପ୍ରକାଶ।
ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ
ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…
ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ
ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…
ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….
କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…
ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା
ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…
ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ
ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…
ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ
ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…
ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ
ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…
ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍ ଘଟିଗଲା…
ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…
Archives

