ମନୋଜ ହତ୍ୟା ମାମଲା: କାର ଡ୍ରାଇଭର, କାମବାଲା ସହ ୩ ଜଣଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୭ା୬- ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ଗୁରୁବାର ୩ଜଣଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ସେମାନେ ହେଲେ କାର ଡ୍ରାଇଭର ସୁଶାନ୍ତ ସ୍ବାଇଁ, ଘରକାମ କରୁଥିବା ବଳରାମ ମହାନ୍ତି ଓ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ଘରଭଡ଼ା ଦେଇଥିବା କ୍ଷୀରୋଦ ପାତ୍ର ା
ପୋଲିସ ବ୍ରହ୍ମପୁର କୋର୍ଟରେ ହାଜର କରିବା ପରେ ଏସଡିଜେଏମ୍‌ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଏସ୍‌କେ ଆଚାର୍ଯ୍ୟଙ୍କ କୋର୍ଟରେ ଉପରୋକ୍ତ ୩ ଜଣଙ୍କର ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯାଇଥିଲା। ଘଟଣା ଦିନ ଅର୍ଥାତ ମେ ୨୨ ତାରିଖ ସନ୍ଧ୍ୟାରେ ମନୋଜଙ୍କ ସହ ଅନୀଲ ସ୍ବାଇଁ, ବଳରାମ ମହାନ୍ତି, ସୁଶାନ୍ତ ସ୍ବାଇଁ ଭୁବନେଶ୍ୱରରୁ କାର (ନଂ ଓଡି୩୨ଏ୨୮୭୪) ଯୋଗେ ବ୍ରହ୍ମପୁର ଫେରୁଥିଲେ। ରାତ୍ର ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍‌ ଜାତୀୟ ରାଜପଥ ୧୬ ଅକ୍ସଫୋର୍ଡ ସ୍କୁଲ ନିକଟରେ ଡ୍ରାଇଭର ସୁଶାନ୍ତ କାରଟି ପାର୍କିଂ କରିଥିଲେ। ମନୋଜ ଓ ଅନ୍ୟମାନେ ପରିସ୍ରା ପାଇଁ ରାସ୍ତାକଡ଼କୁ ଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ମନୋଜଙ୍କ ଗଳା କାଟିବା ସହ ଗୁଳି ଫୁଟାଇ ହତ୍ୟା କରିଥିଲେ। ସେହି ରାତିରେ ଯାହା ଘଟିଥିଲା ସେମାନେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡ଼ିଛି। ସେହିପରି କ୍ଷୀରୋଦ ଅଭିଯୁକ୍ତମାନଙ୍କୁ ୨୦୧୮ ଡିସେମ୍ବର ୧୨ ତାରିଖରେ ତାଙ୍କ ଘର ଭଡ଼ାରେ ଦେଇଥିଲେ। ସେ ସମ୍ପର୍କରେ ସେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡ଼ିଛି। ଉପରୋକ୍ତ ୩ ଜଣଙ୍କ ବୟାନ ରେକର୍ଡଭୁକ୍ତ ହୋଇଥିବା କୋର୍ଟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri