ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ରୋଟାରୀ ଜିଲା ୩୨୬୨ର ଶ୍ରେଷ୍ଠ କ୍ଲବ ତାଲିକାରେ ଷଷ୍ଠ ସ୍ଥାନ ଅଧିକାର କରି ଗୌରବ ହାସଲ କରିଥିବା ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ରବିବାର ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରେ ଏକ ଉତ୍ସବ ହୋଇଥିଲା। ଏହି ଉତ୍ସବରେ କ୍ଲବର ସଦସ୍ୟମାନେ ଏକତ୍ରିତ ହୋଇ ସଫଳତାର ଆନନ୍ଦ ବାଣ୍ଟିବା ସହ ଭବିଷ୍ୟତରେ ସମାଜସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ। କ୍ଲବ ସଭାପତି କେ. ସଞ୍ଜୀବ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୨୦୧୫-୨୬ ବର୍ଷର ସଭାପତି ରଞ୍ଜିତ ବାରିକ ଏବଂ କ୍ଲବର ପ୍ରାକ୍ତନ ସମ୍ପାଦକ ଏସ. ଗୁପ୍ତେଶ୍ୱର ସୁବୁଦ୍ଧି ଯୋଗଦେଇ ସମସ୍ତଙ୍କ ସହଯୋଗରେ କ୍ଲବକୁ ଏହି ସଫଳତା ମିଳିଛି ବୋଲି କହିଥିଲେ। ପୂର୍ବତନ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାକୁ ଆଗାମୀ ସଭାପତି ରାମଚନ୍ଦ୍ର ମିଶ୍ର ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ବସନ୍ତ କୁମାର ପାତ୍ର, ପୂର୍ବତନ ସମ୍ପାଦକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଓ ସୁଧୀର ପାଣିଗ୍ରାହୀ ପ୍ରମୁଖ ପରିଚାଲନା କରିବାରେ ସହଯୋଗ କରିଥିଲେ। ଶେଷରେ କ୍ଲବ ସମ୍ପାଦକ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ଯାତ୍ରାରେ ଭାରତ ପହଞ୍ଚିଲେ ବାଲେନ ଶାହ; ପ୍ରଧାନମନ୍ତ୍ରୀ ମୋଦି-ରାଷ୍ଟ୍ରପତିଙ୍କ ପାଇଁ ଆଣିଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୨।୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପଦଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ଏହା ପ୍ରଥମ ଗସ୍ତ…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

ଭାଜପା ରାଜ୍ୟ ସଭା ଏମପିଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ,୨୨।୧୧: ଭାଜପାର ରାଜ୍ୟ ସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ…

ବାତ୍ୟା କ୍ଷୟକ୍ଷତି ଆକଳନ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୨୨।୧୧: ବାତ୍ୟା ଯୋଗୁଁ ଗଞ୍ଜାମ ଜିଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ…

ଛୋଟ ପିଲାଙ୍କୁ କାହିଁକି ହୁଏ କ୍ୟାନ୍‌ସର? ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ପ୍ରତ୍ୟେକ ମାତାପିତା ଚାହାନ୍ତି, ସେମାନଙ୍କ ପିଲା ସୁସ୍ଥ ରହୁ ଏବଂ ବିନା କୌଣସି ଅସୁବିଧାରେ ଜୀବନ ବିତାଉ। କିନ୍ତୁ ଯେତେବେଳେ ଛୋଟ ପିଲାଟିଏ କ୍ୟାନ୍‌ସର ଭଳି ଗମ୍ଭୀର…

ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍‌ରେ ଚମକିବେ ବଲାଙ୍ଗୀରର ଝିଅ ଚାନ୍ଦିନୀ

ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲାର ଲୋଇସିଂହା ବ୍ଲକ୍ ଉପରବାହାଲର ଝିଅ ଚାନ୍ଦିନୀ ଜାଲ୍ ଓଡ଼ିଶା ଜୁନିୟର ବାଳିକା…

ନିର୍ବାଚନରେ ହାରିଗଲେ ବିଧାୟକଙ୍କ ପିଏଙ୍କ ପତ୍ନୀ; ଗାଁରୁ ଖୋଲି ନେଇଗଲେ…

ଜୟପୁର,୨୨।୧୧: ନିର୍ବାଚନରେ ପରାଜୟ ପରେ ଗାଁରୁ ଖୋଲି ନିଆଗଲା ଷ୍ଟ୍ରିଟ୍‌ ଲାଇଟ୍‌। ଏଭଳି ଏକ ରୋଚକ ଘଟଣା ରାଜସ୍ଥାନର ଟୋଙ୍କ ଜିଲାରୁ ସାମ୍ନାକୁ ଆସିଛି । ପଞ୍ଚାୟତ…

ସୁକନ୍ୟା ସମୃଦ୍ଧି ଯୋଜନା: ମାସକୁ ୨,୦୦୦ ଟଙ୍କା ଜମା କଲେ ୨୧ ବର୍ଷ ପରେ ମିଳିବ କେତେ ଟଙ୍କା? ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୧: ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଥାଏ ଯେ ଝିଅର ଉଚ୍ଚଶିକ୍ଷା କିମ୍ବା ଭବିଷ୍ୟତର ବଡ଼ ଖର୍ଚ୍ଚ ପାଇଁ କେବେ ଅର୍ଥର ଅଭାବ ନ ହେଉ। ଏହି ଲକ୍ଷ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?