ଡାକ୍ତରଙ୍କୁ ମାରି ଦାନ୍ତ ଭାଙ୍ଗିଦେବା ଘଟଣାରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀଙ୍କୁ କାର୍‌ରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ କରି ତାଙ୍କ ଓଠ ଫଟାଇ ଦାନ୍ତ ଭାଙ୍ଗିଦେବା ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେ ହେଲେ ଦିଗପହଣ୍ଡି ଏନ୍‌ଏସି ୨ ନଂ ୱାର୍ଡ କାଳିଆ ନଗରର ଉମେଶ ମହାରଣା(୨୮)। କେସ୍‌ ନା ନଂ.୪୮୩/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୋଲିସର ସୂଚନାନୁଯାୟୀ, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନୂଆ ବସ୍‌ଷ୍ଟାଣ୍ଡ ନିକଟ ଅରବିନ୍ଦ ନଗର ପ୍ରଥମ ଲେନ୍‌ରେ ରହୁଥିବା ଡାକ୍ତର ପ୍ରାର୍ଥ ସାରଥି ଗଜପତି ଜିଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଅଛନ୍ତି। ସେ ସେଠାରେ ସାଇକ୍ଲୋନ ଏମର୍ଜେନ୍ସି ଡ୍ୟୁଟି ସାରି ଶୁକ୍ରବାର ମଧ୍ୟାହ୍ନରେ କାର୍‌ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ଅପରେଶନ ପାଇଁ ଯାଉଥିଲେ। ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତାରେ ଜମିଥିବା ପାଣି ଛିଟିକା ୨ ଜଣ ଯୁବକଙ୍କ ଉପରେ ପଡ଼ିଥିଲା। ଉଭୟେ ଉତ୍ତେଜିତ ହୋଇ କାର୍‌ରେ ଥିବା ଡାକ୍ତରଙ୍କୁ ଗାଳି କରିଥିଲେ। ଡାକ୍ତର ଜଣକ ଉଭୟଙ୍କୁ ନିଜ ପରିଚୟ ଦେଇ ବୁଝାଇଥିଲେ ମଧ୍ୟ ସେମାନେ କିଛି ନ ଶୁଣି ତାଙ୍କୁ କାର୍‌ରୁ ବାହାରକୁ ଟାଣି ନେଇ ଶର୍ଟ ଚିରି ତାଙ୍କ ମୁହଁକୁ ବାରମ୍ବାର ମୁଥ ମାରିବାରୁ ଡାକ୍ତରଙ୍କ ଓଠ ଫାଟି ଦାନ୍ତ ଭାଙ୍ଗି ଯିବା ସହ ଆଖିର ତଳ ଭାଗକୁ ଭୀଷଣ ଆଘାତ ହୋଇ ରକ୍ତ ବାହାରିଥିଲା। ପରେ ଅଭିଯୁକ୍ତ ଉମେଶ ତାଙ୍କ ସ୍କୁଟି (ଓଡି ୦୭ ଏଏସ -୬୪୮୪) ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମାଡ଼ ମାରିଥିବା ଅନ୍ୟ ଜଣେ ଯୁବକ ମଧ୍ୟ ତାଙ୍କ ବାଇକ୍‌ରେ ପଳାଇଥିଲେ। ଡାକ୍ତର ଜଣକ ନିରୁପାୟ ହୋଇ ରକ୍ତାକ୍ତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ହେବା ପରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ। ଗିରଫ ଅଭିଯୁକ୍ତ ଉମେଶଙ୍କ ନାଁରେ ଦିଗପହଣ୍ଡି ଥାନାରେ ପୂର୍ବରୁ ଏକ ଆପରାଧିକ ମାମଲା ରହିଥିବା ଆଇଆଇସି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ ସଂଗ୍ରହ କମିଟି ବୈଠକରେ ତାତି: ଅଧାରୁ ଉଠି ପଳାଇଲେ ବିଧାୟକ

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ରବିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ (ଡିଏଲପିସି)କୁ ବର୍ଜନ କରି ଉଠିଯାଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ…

ଗାଈକୁ ବଞ୍ଚାଇବାକୁ ଯାଇ ହୋର୍ଡିଂରେ ପିଟିହେଲା ବାଇକ୍‌, ଚାଳକ ମୃତ: ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଅସନ୍ତୋଷ, ୨ ଘଣ୍ଟା ପରେ ଆସିଲା ମହାପ୍ରୟାଣ ଗାଡ଼ି

ପାରଳାଖେମୁଣ୍ଡି, ୨୨।୧୧(ଗିରିଧାରୀ ପରିଛା): ରାସ୍ତାରେ ହଠାତ୍‌ ଗାଈ ଆସିଯିବାରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ହୋର୍ଡିଂ ବୋର୍ଡକୁ ଧକ୍କା ଦେଲା ବାଇକ୍‌। ଏହି ଦୁର୍ଘଟଣାରେ ବାଇକ୍‌…

ଉଭୟ ଇନିଂସରେ ଶୂନ୍ୟ ରନ କରି ଆଉଟ ହେବା ସହ ଇତିହାସ ସୃଷ୍ଟି କରିଛନ୍ତି ଟମ ଲାଥମ, ଭାଙ୍ଗିଛନ୍ତି ବୀରେନ୍ଦ୍ର ସେହୱାଗଙ୍କ ରେକର୍ଡ

ନୂଆଦିଲ୍ଲୀ,୨୨।୧୧: ଏକ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଜଣେ ବ୍ୟାଟର ‘ଡକ’ (ଶୂନ୍ୟ ରନ) ରେ ଆଉଟ ହେବା ଠାରୁ ଅଧିକ ଅବାଞ୍ଛିତ ରେକର୍ଡ ଆଉ କ’ଣ…

ଫେରିବା ପୂର୍ବରୁ ବାଂଲାଦେଶରେ ଶେଖ ହସିନାଙ୍କ ଦଳର ନେତାମାନଙ୍କ ଘର ସହ ଦୋକାନ ଉପରେ ଆକ୍ରମଣ; ୫୦ରୁ ଅଧିକ ଘର ନଷ୍ଟ

ଢାକା,୨୨।୧୧: ଶେଖ ହସିନାଙ୍କ ସମ୍ଭାବ୍ୟ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବାଂଲାଦେଶରେ ପୁଣିଥରେ ରାଜନୈତିକ ହିଂସା ଦେଖାଦେଇଛି। ଖବର ଅନୁଯାୟୀ, ନାରାଇଲ ଜିଲାରେ ଆୱାମୀ…

ନୂତନ ପାଠ୍ୟକ୍ରମ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବ: ଅଧ୍ୟକ୍ଷ

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟସ୍ଥିତ ଇଗ୍ନୁ ଷ୍ଟଡି ସେଣ୍ଟରର ୨୦୨୬-୨୭ ଶିକ୍ଷାବର୍ଷର ପ୍ରବେଶ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ…

ଡେବ୍ରିଗଡ଼ରେ ପୁଣି ମହାବଳ ବାଘ ଦେଖି ୩୦ ପର୍ଯ୍ୟଟକ…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ମଧ୍ୟ ଭାରତ ଏବଂ ପୂର୍ବଘାଟ ବ୍ୟାଘ୍ର ଭୂଖଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶ ସେତୁ ଭାବେ ଉଭା ହୋଇଥିବା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ…

ପ୍ରଥମ ଥର ଭାରତ ଆସୁଛନ୍ତି ନେପାଳୀ ପ୍ରଧାନମନ୍ତ୍ରୀ ବାଲେନ ଶାହ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

କାଠମାଣ୍ଡୁ/ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ନେପାଳର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯାହାର ଲକ୍ଷ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ…

ପଞ୍ଚୁକ ସ୍ନାନ କରିବାକୁ ଯାଇ ଋଷିକୂଲ୍ୟାରେ ଭାସିଗଲେ ମହିଳା

ପୁରୁଷୋତ୍ତମପୁର,୨୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେଏନ୍‌ପୁର ଗ୍ରାମରେ ଏକ ଅଘଟଣ ଘଟିଛି। ପବିତ୍ର କାର୍ତ୍ତିକ ମାସରେ ପଞ୍ଚୁକ ସ୍ନାନ ପାଇଁ ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?