ମକାର ଅଭାବୀ ବିକ୍ରି: ବନବାସୀ ହତାଶ

କେନ୍ଦୁଝର, ୨୬ା୮ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ପାହାଡିଆ ଅଞ୍ଚଳର ମୃତ୍ତିକା ମକାଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ଅଳ୍ପ ବର୍ଷାରେ ମକା ଫସଲ ହେଉଥିବାରୁ ବର୍ଷାଦିନେ ପାହାଡିଆ ଅଞ୍ଚଳର ବହୁ ଜମିରେ ମକାଚାଷ ହୋଇଥାଏ। ବନବାସୀମାନେ ମକା ଚାଷ କରି ଏହାକୁ ବିକି ଚଳିଥାନ୍ତି। ମକା ଅମଳ ବେଳେ ବଜାର ସୁବିଧା ମିଳୁ ନ ଥିବାରୁ ଚାଷୀମାନେ ଅମଳ କରୁଥିବା ମକାକୁ ଉଚିତ ମୂଲ୍ୟରେ ବିକି ନ ପାରି କ୍ଷତି ସହୁଛନ୍ତି। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପକ୍ଷେ ଏହି ଅଞ୍ଚଳକୁ ଆସି ଡେରା ପକାଇଥିବା ବେପାରୀ ଅଭାବୀ ବିକ୍ରିର ସୁଯୋଗ ନେଇ କମ୍‌ ମୂଲ୍ୟରେ ମକା କିଣି ଚାଷୀଙ୍କୁ ଶୋଷଣ କରୁଥିବାଅଭିଯୋଗ ହେଉଛି।
କାଞ୍ଜିପାଣି ଗ୍ରାମର ଦାଶଇ ନାଏକଙ୍କ ସମେତ କେତେଜଣ ଗ୍ରାମବାସୀ କହିଛନ୍ତି ଯେ, ମକା ଅମଳ ସମୟରେ ଜଙ୍ଗଲରେ ହାତୀ, ବାର୍‌ହା ଓ ଭାଲୁ ଉପଦ୍ରବ ଯୋଗୁଁ ବହୁ ମକା ଫସଲ ନଷ୍ଟ ହୋଇଥାଏ ା ଆମେ ରାତି ଅନିଦ୍ରା ହୋଇ ଫସଲର ଜଗାରଖା କରୁ। ଅମଳ ମକାକୁ ଗାଡି ଭଡା କରି ହାଟବଜାରକୁ ଆଣି ବିକି ଥାଉ। ଅଭାବୀ ବିକ୍ରି ଯୋଗୁ ଯାହା ମୂଲ୍ୟ ମିଳେ ସେଥିରେ ଗାଡି ଭଡା ଦେଇ ଆଉ ସେଭଳି କିଛି ଅର୍ଥ ମିଳେ ନାହିଁ ା ପରିଶ୍ରମ ଅନୁସାରେ ମକା ଚାଷରୁ ଲାଭ ମଳୁ ନ ଥିବା ଯୋଗୁ ଏ ସମ୍ପର୍କରେ ସେମାନେ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ ା ହାଟବଜାରକୁ ଆଣି ଆସିବା ପରେ କେତେକ ବେପାରୀଙ୍କ ଦ୍ୱାରା ପ୍ରତାରିତ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ରହୁନାହିଁ ା ବେପାରୀମାନେ ୧୦ଟଙ୍କାରେ ୬ରୁ ୮ଟି ମକା କିଣି ବାହାରେ ମକା ଗୋଟିକୁ ୫ରୁ ୧୦ ଟଙ୍କାରେ ବିକି ମୁନାଫା ଉଠାଉଛନ୍ତି। କେନ୍ଦୁଝର ଜିଲାରୁ ଉତ୍ପାଦିତ ମକାକୁ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ ନିଆଯାଇ ଏବେ ବିକ୍ରି କରାଯାଉଛି। ଦେଶୀ ମକାର ଚାହିଦା ଥିଲେ ମଧ୍ୟ ମକା ଚାଷ କ୍ରମେ ଚାଷୀଙ୍କ ଲାଗି ଅଲୋଡା ହୋଇ ଯାଉଛି ହାଟ ବଜାରକୁ ମକା ବିକିବାକୁ ଆସୁଥିବା ବନବାସୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri