ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର ଭିଡିଓ ଶୁଟିଂ କରି ସେମାନଙ୍କୁ ବ୍ଲାକମେଲିଂ କରିବା ଭଳି ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପରେ ଦାବି ମୁତାବକ ଟଙ୍କା ନ ପାଇବାରୁ ଭିଡିଓ ରେକର୍ଡିଂ କରିଥିବା ୩ ଦୁର୍ବୃତ୍ତ ଏହାକୁ ଭାଇରାଲ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭୋଗରାଇ ଅଞ୍ଚଳରେ ଯୁକ୍ତ ୨ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଯୁକ୍ତ ୩ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ସହ ଗତ ୧ତାରିଖରେ ତାଳସାରୀ ବେଳାଭୂମି ସୁବର୍ଣ୍ଣପୁର ଦ୍ୱୀପକୁ ବୁଲି ଯାଇଥିଲେ। ସେଠାରେ ବସି ଗପସପ ହେଉଥିବା ବେଳେ ୩ଜଣ ଦୁର୍ବୃତ୍ତ ସେମାନଙ୍କୁ ପ୍ରେମୀଯୁଗଳ ମନେକରି ଅସଦାଚରଣ କରିବା ସହ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଛାତ୍ରଙ୍କୁ ମାରଧର ଓ ଛାତ୍ରୀଜଣଙ୍କୁ ଅସଦାଚରଣ କରି ଦୁହିଁଙ୍କୁ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିନୟ କରିବାକୁ ବାଧ୍ୟ କରିଥିଲେ। ସେଠାରେ ପୁରୁଷ ବନ୍ଧୁ ଓ ତାଙ୍କ ବାନ୍ଧବୀ ଉପାୟଶୂନ୍ୟ ହୋଇପଡିଥିଲେ। ପରେ ଦୁର୍ବୃତ୍ତମାନେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଏପରିକି ୨୦ହଜାର ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଏଭଳି ସ୍ଥିତିରେ କଲେଜ ଛାତ୍ରଜଣକ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ପାଖକୁ ଫୋନ କରି ତାଙ୍କଠାରୁ ୧୫ଶହ ଟଙ୍କା ଆଣି ସେମାନଙ୍କୁ ଦେଇଥିଲେ। ସପ୍ତାହକ ମଧ୍ୟରେ ବାକି ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଚେତାବନୀ ଦେଇ ୩ ଦୁର୍ବୃତ୍ତ ଏହି ଛାତ୍ରୀଛାତ୍ରଙ୍କୁ ଛାଡିଥିଲେ। ଏହି ପରିପ୍ରେକ୍ଷୀରେ ଟଙ୍କା ନ ପାଇବାରୁ ୩ ଦୁର୍ବୃତ୍ତ ଗତ ୯ତାରିଖରେ ଭିଡିଓ ଭାଇରାଲ କରିଦେବାରୁ ଉଭୟ ଛାତ୍ରୀଛାତ୍ର ମାନସିକ ଭାରସାମ୍ୟ ହରାଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଛାତ୍ରଜଣକ ଶନିବାର ତାଳସାରୀ ମେରାଇନ ଥାନାକୁ ଯାଇ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଥାନାଧିକାରୀ ତୁଶାଲ ମାଝି ଏକ ମାମଲା (ନଂ. ୨୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ତଲାସି ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ, ତାଳସାରୀ ବେଳାଭୂମିରେ ସମ୍ପ୍ରତି ଅପରାଧୀଙ୍କ ଆତଯାତ ବୃଦ୍ଧି ପାଇବାରେ ଲାଗିଛି। ଗତମାସ ୯ ତାରିଖ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏକ ଗେଷ୍ଟ ହାଉସ୍‌ରେ ୨ ବଙ୍ଗୀୟ ଯୁବତୀଙ୍କୁ ଗଣବଳାତ୍କାର, ୧୭ ତାରିଖରେ ଜଣେ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ ପୁଣି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଘଟଣା ନେଇ ଅଞ୍ଚଳବାସୀ ପ୍ରତିବାଦର ସ୍ବର ଉଠାଇଛନ୍ତି। ଅବିଳମ୍ବେ ଅଭିଯୁକ୍ତଙ୍କୁ ଧରି ଧରି ପୋଲିସ କାର୍ଯ୍ୟାନୁଷ୍ଠାନ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri