ଭୁବନେଶ୍ୱରରେ ୩ ନୂଆ ଅଗ୍ନିଶମ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୧।୫(ଡି.ଏନ୍‌.ଏ.): ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ତମାଣ୍ଡୋଠାରେ ୩ଟି ନୂଆ ଅଗ୍ନିଶମ ଓ ଜରୁରିକାଳୀନ ସେବା କେନ୍ଦ୍ର ଖୋଲିଛି। ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଯୋଗଦେଇ ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତେବେ ଷ୍ଟେଶନଗୁଡ଼ିକ ଏବେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ। ପାହାଳ ଅଗ୍ନିଶମ ସେବା କେନ୍ଦ୍ରକୁ ପାହାଳ ହସ୍ପିଟାଲ ପରିସର, ମଞ୍ଚେଶ୍ୱର ଅଗ୍ନିଶମ ସେବା କେନ୍ଦ୍ରକୁ ଚନ୍ଦ୍ରଶେଖରପୁର ଫାୟାର ଷ୍ଟେଶନ ଏବଂ ତମାଣ୍ଡୋ ଅଗ୍ନିଶମ ସେବା କେନ୍ଦ୍ରକୁ ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ(ଓଫ୍‌ଡ୍ରା) ପରିସରରେ ଅସ୍ଥାୟୀ ଭାବେ ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ଦମକଳ ଗାଡ଼ି ଓ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦିଆଯାଇଛି। ତେବେ ପରବର୍ତ୍ତୀ ସମୟରେ ଏଥିପାଇଁ ନୂତନ ଗୃହ ନିର୍ମାଣ କରାଯାଇ ସ୍ଥାୟୀ ଷ୍ଟେଶନ କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ୧୫ଜଣ ଲେଖାଏ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଷ୍ଟେଶନ ଅଫିସର, ଦୁଇଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ଜଣ ଫାୟାରମ୍ୟାନ ରହିବେ। ତେବେ ପୂର୍ବରୁ ଓଡ଼ିଶାରେ ୩୪୨ଟି ଅଗ୍ନିଶମ ସେବା କେନ୍ଦ୍ର ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୩୪୫ରେ ପହଞ୍ଚତ୍ଛି।
ଅଗ୍ନିଶମ କେନ୍ଦ୍ର ଉଦ୍‌ଘାଟନୀ ଉତ୍ସବରେ ଅଗ୍ନିଶମ ଡିଆଇଜି ଚରଣ ସିଂ ମୀନା, ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସ୍ବାଇଁ, ରମେଶଚନ୍ଦ୍ର ସେଠୀ, ସୁବାସ ପାତ୍ର, ଅକ୍ଷୟ ଲେଙ୍କା, ବଂଶୀଧର ଭୋଳ, ପଦ୍ମନାଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଦମକଳକେନ୍ଦ୍ର ହେବା ଦ୍ୱାରା ଦୁର୍ଘଟଣା ସମୟରେ ତ୍ୱରିତ ସେବା ମିଳିପାରିବ ଓ ସଡ଼କ ସୁରକ୍ଷା ଦିଗରେ ଏହା ସହାୟକ ହେବ ବୋଲି ଡିଜି ଉପାଧ୍ୟାୟ କହିଥିଲେ। ବର୍ତ୍ତମାନ ଏଠାରେ ୬ଜଣ ଆଗ୍ନିକ ଓ ୨ ମୁଖ୍ୟ ଆଗ୍ନିକ କର୍ମଚାରୀ ଓ ଜଣେ ଡ୍ରାଇଭର ନିଯୁକ୍ତି ପାଇଛନ୍ତି। ଏଥିସହ ଗୋଟିଏ ୱାଟର ୱାଗନ ଗାଡ଼ି ଓ ଗୋଟିଏ ୪୦୭ ଗାଡ଼ି ଯୋଗାଇ ଦିଆଯାଇଥିବା କେନ୍ଦ୍ରର ମୁଖ୍ୟ ରାଜକିଶୋର ଜେନା କହିଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ପରିସର ବଢ଼ିବା ସହିତ ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ଼ କରି ଧନଜୀବନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୧୮ରେ ଅନୁମୋଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?