ଭୀମ୍‌ସାର: ଫେରିଯିବ କ୍ୟାନ୍‌ସର କେୟାର ସେଣ୍ଟର ପାଇଁ ଆସିଥିବା ୪୫ କୋଟି ଟଙ୍କା

ସମ୍ବଲପୁର,୧।୬(ବ୍ୟୁରୋ) ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମ୍‌ସାର)ରେ ଏକ କ୍ୟାନ୍‌ସର କେୟାର ସେଣ୍ଟର ଖୋଲିବା ପାଇଁ ଆସିଥିବା ୪୫ କୋଟି ଟଙ୍କା ଫେରିଯିବ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ରୋଗୀ ସେବାକୁ ଗୁରୁତ୍ୱାରୋପ କରୁଥିବା ବେଳେ ଏପରି ଏକ ଘଟଣା ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୀମସାରରେ ସ୍ବତନ୍ତ୍ର କ୍ୟାନସର ବିଭାଗ ନାହିଁ । ରେଡିଓଥେରାପି ବିଭାଗରେ କ୍ୟାନସର ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି। ଏନେଇ ବହୁବାର ଦାବି ହେବା ପରେ ୨୦୧୬ ମସିହାରେ ଭୀମସାର ପରିସରରେ ଟର୍ସରୀ କେୟାର କ୍ୟାନସର ସେଣ୍ଟର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଖବର ଜଣାପଡିବା ପରେ ପଶ୍ଚିମ ଓଡ଼ିଶାବାସୀ ଆବଶ୍ୟକ ଚିକିତ୍ସାସେବା ହାତପାହାନ୍ତାରେ ପାଇ ପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ସେହିବର୍ଷ ଅର୍ଥାତ୍‌ ୨୦୧୬ରେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ କ୍ୟାନସର ସେଣ୍ଟର ଭିତ୍ତିଭୂମିର ବିକାଶ ପାଇଁ ୪୫ କୋଟି ଟଙ୍କା ଅନୁଦାନ ଆସିଥିଲା । ଯେଉଁଥିରେ ରାଜ୍ୟ ସରକାର ୪୦ ପ୍ରତିଶତ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ପ୍ରଦାନ କରିଥିଲେ। କ୍ୟାନସର ସେଣ୍ଟର କୋଠା ନିର୍ମାଣ ପାଇଁ ୧୩ କୋଟି ୫୦ ଲକ୍ଷ ଓ ଚିକିତ୍ସା ବ୍ୟବସ୍ଥା ପାଇଁ ୩୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ମୋଟ ୫୬ ବେଡ ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ହେଲେ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ କ୍ୟାନସର ସେଣ୍ଟରର ଭିତ୍ତଭୂମି କାମ ଆରମ୍ଭ କରାଯାଇନାହିଁ। ଏହା କେବଳ ଘୋଷଣାରେ ଅଟକି ରହିଛି । ଆଜି ପର୍ଯ୍ୟନ୍ତ ଉକ୍ତ ସେଣ୍ଟର ପାଇଁ ଡିଜାଇନ ମ୍ୟାପ୍‌ ବି ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି । ଅନ୍ୟପକ୍ଷେ କ୍ୟାନସର ସେଣ୍ଟର ପାଇଁ ଅନୁମୋଦନ ହୋଇଥିବା ୪୫ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଫେରିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଭୀମସାର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଠି ହୋଇଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷେ ଉକ୍ତ ମେଡ଼ିକାଲର ବିଭିନ୍ନ ବିଭାଗରେ ଉପଯୁକ୍ତ ରୋଗୀସେବା ମିଳୁ ନ ଥିବା ଅଭିଯୋଗ ହୋଇଛି । ଆବଶ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଲାଗି ରହିଛି । ପରିଚାଳନାଗତ ତ୍ରୁଟି ଯୋଗୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଛନ୍ତି । ଏପରି ପରିସ୍ଥିତିରେ କ୍ୟାନସର କେୟାର ସେଣ୍ଟର କେବେ ଖୋଲିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏନେଇ ଭୀମ୍‌ସାର ଅଧୀକ୍ଷକ ଜୟଶ୍ରୀ ଡୋରାଙ୍କୁ ପଚାରିବାରୁ କ୍ୟାନସର ସେଣ୍ଟର ଖୋଲାଯିବା ସଂକ୍ରାନ୍ତୀୟ ପ୍ରସ୍ତାବରେ କେଉଁ ସ୍ଥାନରେ ତ୍ରୁଟି ରହିଛି ତାକୁ ଅନୁଧ୍ୟାନ କରାଯିବ ା ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ା ଯେହେତୁ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି, ସେଥିପାଇଁ ଭୀମ୍‌ସାରରେ ରହିଥିବା ନାନା ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର ହେବ ବୋଲି ବୃଦ୍ଧିଜୀବୀମାନେ ଆଶା ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri