ଭୀମ୍‌ସାର: ଫେରିଯିବ କ୍ୟାନ୍‌ସର କେୟାର ସେଣ୍ଟର ପାଇଁ ଆସିଥିବା ୪୫ କୋଟି ଟଙ୍କା

ସମ୍ବଲପୁର,୧।୬(ବ୍ୟୁରୋ) ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମ୍‌ସାର)ରେ ଏକ କ୍ୟାନ୍‌ସର କେୟାର ସେଣ୍ଟର ଖୋଲିବା ପାଇଁ ଆସିଥିବା ୪୫ କୋଟି ଟଙ୍କା ଫେରିଯିବ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ରୋଗୀ ସେବାକୁ ଗୁରୁତ୍ୱାରୋପ କରୁଥିବା ବେଳେ ଏପରି ଏକ ଘଟଣା ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୀମସାରରେ ସ୍ବତନ୍ତ୍ର କ୍ୟାନସର ବିଭାଗ ନାହିଁ । ରେଡିଓଥେରାପି ବିଭାଗରେ କ୍ୟାନସର ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି। ଏନେଇ ବହୁବାର ଦାବି ହେବା ପରେ ୨୦୧୬ ମସିହାରେ ଭୀମସାର ପରିସରରେ ଟର୍ସରୀ କେୟାର କ୍ୟାନସର ସେଣ୍ଟର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଖବର ଜଣାପଡିବା ପରେ ପଶ୍ଚିମ ଓଡ଼ିଶାବାସୀ ଆବଶ୍ୟକ ଚିକିତ୍ସାସେବା ହାତପାହାନ୍ତାରେ ପାଇ ପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ସେହିବର୍ଷ ଅର୍ଥାତ୍‌ ୨୦୧୬ରେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ କ୍ୟାନସର ସେଣ୍ଟର ଭିତ୍ତିଭୂମିର ବିକାଶ ପାଇଁ ୪୫ କୋଟି ଟଙ୍କା ଅନୁଦାନ ଆସିଥିଲା । ଯେଉଁଥିରେ ରାଜ୍ୟ ସରକାର ୪୦ ପ୍ରତିଶତ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ପ୍ରଦାନ କରିଥିଲେ। କ୍ୟାନସର ସେଣ୍ଟର କୋଠା ନିର୍ମାଣ ପାଇଁ ୧୩ କୋଟି ୫୦ ଲକ୍ଷ ଓ ଚିକିତ୍ସା ବ୍ୟବସ୍ଥା ପାଇଁ ୩୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ମୋଟ ୫୬ ବେଡ ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ହେଲେ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ କ୍ୟାନସର ସେଣ୍ଟରର ଭିତ୍ତଭୂମି କାମ ଆରମ୍ଭ କରାଯାଇନାହିଁ। ଏହା କେବଳ ଘୋଷଣାରେ ଅଟକି ରହିଛି । ଆଜି ପର୍ଯ୍ୟନ୍ତ ଉକ୍ତ ସେଣ୍ଟର ପାଇଁ ଡିଜାଇନ ମ୍ୟାପ୍‌ ବି ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି । ଅନ୍ୟପକ୍ଷେ କ୍ୟାନସର ସେଣ୍ଟର ପାଇଁ ଅନୁମୋଦନ ହୋଇଥିବା ୪୫ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଫେରିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଭୀମସାର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଠି ହୋଇଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷେ ଉକ୍ତ ମେଡ଼ିକାଲର ବିଭିନ୍ନ ବିଭାଗରେ ଉପଯୁକ୍ତ ରୋଗୀସେବା ମିଳୁ ନ ଥିବା ଅଭିଯୋଗ ହୋଇଛି । ଆବଶ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଲାଗି ରହିଛି । ପରିଚାଳନାଗତ ତ୍ରୁଟି ଯୋଗୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଛନ୍ତି । ଏପରି ପରିସ୍ଥିତିରେ କ୍ୟାନସର କେୟାର ସେଣ୍ଟର କେବେ ଖୋଲିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏନେଇ ଭୀମ୍‌ସାର ଅଧୀକ୍ଷକ ଜୟଶ୍ରୀ ଡୋରାଙ୍କୁ ପଚାରିବାରୁ କ୍ୟାନସର ସେଣ୍ଟର ଖୋଲାଯିବା ସଂକ୍ରାନ୍ତୀୟ ପ୍ରସ୍ତାବରେ କେଉଁ ସ୍ଥାନରେ ତ୍ରୁଟି ରହିଛି ତାକୁ ଅନୁଧ୍ୟାନ କରାଯିବ ା ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ା ଯେହେତୁ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି, ସେଥିପାଇଁ ଭୀମ୍‌ସାରରେ ରହିଥିବା ନାନା ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର ହେବ ବୋଲି ବୃଦ୍ଧିଜୀବୀମାନେ ଆଶା ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri