ଅନୁଗୋଳ ଅଫିସ, ୨୫।୧୦-ପାର୍ବଣ ବେଳେ ଭିଡ଼ରୁ ଭଲ ଆୟ କରିବା ଲକ୍ଷ୍ୟରେ କଲିକତାରୁ କିଛି ଦଲାଲ ଭିନ୍ନକ୍ଷମମାନଙ୍କୁ ଅନୁଗୋଳ ଆଣି ଭିକ୍ଷା ବେପାରରେ ଲଗାଇଛନ୍ତି। ଗତ ଲକ୍ଷ୍ମୀ ପୂଜା ବେଳେ ବିଭିନ୍ନ ସ୍ଥାନରେ ଏମାନଙ୍କୁ ବସାଇ ଦିନକୁ ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି। ହେଲେ ଉକ୍ତ ରୋଜଗାରରୁ ମାତ୍ର କିଛି ଅର୍ଥ କାହାକୁ ମଜୁରି ଭାବେ ଦିଆଯାଇଛି ତ ଆଉ କାହାକୁ ମାସିକ ଦରମା ଭାବେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
କଲିକତା ହୁଗୁଳି ଜିଲାର ପଣ୍ଡୁଆରୁ ଦୁଇଟି ଗ୍ରୁପ୍ରେ ଅନୁଗୋଳ ଆସିଥିଲେ ୮ ଜଣ ଭିନ୍ନକ୍ଷମ। ଗୋଟିଏ ଗ୍ରୁପ୍ରେ ୩ଜଣ ଥିବାବେଳେ ଅନ୍ୟ ଗ୍ରୁପ୍ରେ ୫ଜଣ ଥିଲେ। ଏମାନଙ୍କ ସହ ଅଛନ୍ତି ୧୦ ଜଣ ଦଲାଲ। ପାର୍ବଣର ଜନଗହଳି ସ୍ଥାନରେ ଚାଲିଥିଲା ଏମାନଙ୍କ ବ୍ୟବସାୟ। ଏହି ଭିନ୍ନକ୍ଷମମାନେ ରୋଜଗାର କରୁଥିବା ଅର୍ଥ ସିଧାସଳଖ ଦଲାଲ୍ଙ୍କ ପକେଟକୁ ଯାଇଛି। ଏପରି କି ଜଣେ ଜଣେ ଦିନକୁ ପାଖାପାଖି ଏକ ହଜାର ଟଙ୍କା ରୋଜଗାର କରିଥିବା ବେଳେ ସେମାନଙ୍କୁ ମିଳିଛି ମାତ୍ର ଦିନକୁ ୨ଶହରୁ ୩ଶହ ଟଙ୍କା, ତାହା ପୁଣି ବୟସ ଅନୁପାତରେ ବଣ୍ଟା ଯାଇଛି। ବିଳମ୍ବିତ ରାତିରେ ପୂଜା ଭିଡ଼ ଭାଙ୍ଗିବା ପରେ ଦଲାଲ୍ମାନେ ଭିନ୍ନକ୍ଷମମାନଙ୍କ ଠେଲାଗାଡ଼ିକୁ ଟାଣି ଟାଣି ଅନୁଗୋଳ ଷ୍ଟାଡିୟମ ବାହାରେ ପହଞ୍ଚୁଥିଲେ। ସେଠାରେ ଧଳା ଚାଦର ଘୋଡ଼ାଯାଇଥିବା ଏକ ସଂସ୍ଥାର ତମ୍ବୁତଳେ ରାତି ଭୋଜନ ଦେବା ପରେ ସକାଳୁ ପୁଣି ବେପାର ସ୍ଥାନରେ ଛାଡ଼ି ଦେଉଥିଲେ। ହୁଗୁଳିରୁ ଆସିଥିବା ଜଣେ ଭିନ୍ନକ୍ଷମ କହିଛନ୍ତି, ରୋଜଗାରର କିଛି ପନ୍ଥା ନାହିଁ। ଟଙ୍କା ଗଣି ମଧ୍ୟ ଜାଣିନାହିଁ। ମୋତେ ଦୁଇଓଳି ଖାଇବାକୁ ଦିଆଯାଉଥିବା ବେଳେ ମୋ ପରିବାର ଲୋକଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଦିଆଯାଉଥିବା ଜାଣିଛି। ମଧ୍ୟାହ୍ନରେ ଜନଗହଳି ଥିଲେ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଏପରି କି ଦିନେ ଦିନେ ଖାଇବାକୁ ମଧ୍ୟ ମିଳି ନ ଥାଏ। ସେହିପରି ହୁଗୁଳିରୁ ୫ଜଣ ଭିନ୍ନକ୍ଷମଙ୍କୁ ଆଣିଥିବା ଦଲାଲ ଜଣଙ୍କ କହିଛନ୍ତି, ପାର୍ବଣ ସମୟରେ ଆମେମାନେ ବିଭନ୍ନ ସହରକୁ ଯାଇଥାଉ। ସେଠାରୁ ରୋଜଗାର ହେଉଥିବା ଟଙ୍କାରୁ ଆମକୁ କିଛି ମିଳିଥାଏ। ଆଉ ଭିନ୍ନକ୍ଷମମାନଙ୍କୁ ମାସକୁ ଦରମା ଆକାରରେ ଟଙ୍କା ଦିଆଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ଲୋକ ରହିଛନ୍ତି। ଯେଉଁଠାରେ ପାର୍ବଣ ହୋଇଥାଏ ସେଠାରୁ ଫୋନ୍ ଆସିବା ପରେ ଟ୍ରେନ୍ ଓ ବସ୍ରେ ଭିନ୍ନକ୍ଷମଙ୍କୁ ନିଆଯାଇଥାଏ। ଫୋନ୍ କରିଥିବା ଲୋକକୁ ମଧ୍ୟ ବ୍ୟବସାୟ ଅନୁଯାୟୀ କିଛି କିଛି ଟଙ୍କା ଦିଆଯାଇଥାଏ ବୋଲି ସମ୍ପୃକ୍ତ ଦଲାଲ କହିଛନ୍ତି।
ଭିନ୍ନକ୍ଷମଙ୍କୁ ନେଇ ଅନୁଗୋଳରେ ଦଲାଲଙ୍କ ବେପାର: କାହାକୁ ମିଳୁଛି ମଜୁରି, କାହାକୁ ଦରମା
Posted inଅନୁଗୋଳ, ଆମ ଜିଲା ଖବର View All
ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…
ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…
କମ୍ପୁଛି କେସିଙ୍ଗା ସହର, ମା’କାଳୀଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଛନ୍ତି ଭକ୍ତ
କେସିଙ୍ଗା,୧୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଧୂମ୍ଧାମରେ ହେଉଛି ମା’ ଶ୍ୟାମାକାଳୀ ପୂଜୋତ୍ସବ। କେସିଙ୍ଗାର ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୋମବାରଠାରୁ ଆରମ୍ଭ ୫…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍ ଧରିଲା ଦାବି
ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ…
ଡ୍ରାଇଭର ବ୍ରେକ୍ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ, ଚାହୁଁଚାହୁଁ…
ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍ଗେଟ୍ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ରେ ଭୟାବହ ଅଗ୍ନିକାଣ୍ଡ…
ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …
ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…
ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ
ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…
ସବୁ ପ୍ରାଣୀ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା: ଚିକିତ୍ସା ଅଭାବରେ ହନ୍ତସନ୍ତ ପଶୁପାଳକ
ଅମରପାଲି, ୧୧।୧୧ (ପୀତାମ୍ବର ସାହୁ): ସରକାର ଗ୍ରାମାଞ୍ଚଳରେ ପଶୁପାଳନ ଓ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା…
ଜୋର୍ ଧରିଲା ଧାନ ଅମଳ, ବସିନି ସଂଗ୍ରହ କମିଟି ବୈଠକ
ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ): ସର୍ବାଧିକ ଧାନ ଅମଳ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଧାନ ଅମଳ କରୁଥିବା ଜିଲାର ଚାଷୀଙ୍କ ଦୁଃଖ ଅସମାହିତ ରହି…

