ଭିନ୍ନ ସ୍ବର: ଭିନ୍ନ ଯନ୍ତ୍ରଣା

ଡ. ନିର୍ମଳ ଚନ୍ଦ୍ର ଶୁରଦେଓ

ବର୍ତ୍ତମାନ ଆମେ ଆଉ ଆମର ହୋଇ ରହିନାହୁଁ। ପରିବେଶ, ପରିସ୍ଥିତି ଓ ସାମାଜିକ ବ୍ୟବସ୍ଥା ଆମକୁ ଧୀରେ ଧୀରେ ଗ୍ରାସ କରି ସାରିଲାଣି। ଆମେ ଏହାରି ସ୍ଥିତିରେ ହିଁ ଗତି କରୁଛୁ। ଭଲ କଥାଟିଏ ଅବା କାର୍ଯ୍ୟଟିଏ ସହଜରେ କରିପାରୁନା। ଏଥିପାଇଁ ଆମ ଚତୁଃପାର୍ଶ୍ୱରେ ରାବଣମାନେ ଜଗି ବସିଛନ୍ତି। ଏମାନେ ଚାହାନ୍ତି ଆମ ମତ, ଧର୍ମଭାବନା ବିରୋଧରେ କେହି କେବେହେଲେ ସ୍ବର ଉଠାନ୍ତୁ ନାହିଁ। ସେପରି କିଛି କାର୍ଯ୍ୟ କରନ୍ତୁ ନାହିଁ।
ଭାରତବର୍ଷରେ ସବୁ ଧର୍ମ ସମାନ। ଏଠାରେ ହିନ୍ଦୁ, ଇସଲାମ୍‌, ଶିଖ୍‌, ବୌଦ୍ଧ, ଜୈନ ଆଦି ପ୍ରତ୍ୟେକ ଧର୍ମର ଲୋକେ ବାସକରନ୍ତି। ଆମ ସମ୍ବିଧାନ ବ୍ୟବସ୍ଥାରେ ମଧ୍ୟ ସବୁ ଧର୍ମକୁ ସମାନ ଅଧିକାର ପ୍ରଦାନ କରାଯାଇଛି। ଗୋଟିଏ ଉନ୍ନତ ଭାଇଚାରାର ଦେଶ ହେଉଛି ଭାରତ। ଏଠାରେ ମୁସଲମାନ ମଧ୍ୟ ଦଶହରା ପର୍ବ ପାଳନ କରନ୍ତି ଏବଂ ରମ୍‌ଜାନ ଓ ଇଦ୍‌ରେ ମୁସଲମାନ ମଧ୍ୟ ନିମନ୍ତ୍ରଣ କରିଥାନ୍ତି ହିନ୍ଦୁମାନଙ୍କୁ। ତଥାପି ମଧ୍ୟ ଗୋଷ୍ଠୀ ବିବାଦ, ଦଳୀୟ ଚିନ୍ତାଧାରାରେ ଆଜି ଆମେ ବାନ୍ଧି ହୋଇଯାଇଛେ। କେଉଁଠି କେଉଁଠି ଏଥିଯୋଗୁ ଅନେକ ଜୀବନ ଓ ଧନ ସମ୍ପତ୍ତିର କ୍ଷୟ ହେଉଛି। ମାତ୍ର ଏଥିପ୍ରତି କାହାରି ନିଘା ନାହିଁ। ଆପେ ବଞ୍ଚତ୍ଲେ ବାପର ନାଁ ନ୍ୟାୟରେ ସମସ୍ତେ ବ୍ୟସ୍ତ। ବିଶେଷକରି ଧାର୍ମିକ ଉତ୍ତେଜନା ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି। ଜାତିଗତ ହିଂସା ବି ବଢିବାରେ ଲାଗିଛି। ଏଇ ନିକଟରେ ହରିୟାଣାର ଏକ ଶୋଭାଯାତ୍ରାକୁ ନେଇ ହିଂସାରେ ବ୍ୟାପକ କ୍ଷତି ଘଟିଛି। ମଣିପୁର ହିଂସାରେ ଭାରତର ଛବି ମଳିନ ପଡ଼ିଯାଇଛି। ଲୋକଙ୍କ ସ୍ବାଧୀନତା ସଙ୍କୁଚିତ କରାଯାଇଛି। ଏପରିସ୍ଥଳେ ଆମେ ଆମର ସାମ୍ବିଧାନିକ ବ୍ୟବସ୍ଥାକୁ କିପରି ସମ୍ମାନ ଜଣାଉଛେ ତାହା ପାଠକ ସହଜରେ ବିଚାର କରିପାରିବେ। ଅସହିଷ୍ଣୁ ଭାବ ଆଜି ଆମମାନଙ୍କ ମଧ୍ୟରେ ବହୁମାତ୍ରାରେ ଦେଖାଦେଇଛି। କାହାର ଭଲ ଆମେ ଦେଖିପାରୁନୁ। କିଏ ଉପରକୁ ଉନ୍ନତି କରିଗଲେ ଆମେ ତାଙ୍କୁ ପଛରୁ ଟାଣିବାକୁ ଆମର ସବୁ କଳ, ବଳ ଓ କୌଶଳ ଲଗାଇ ଦେଉଛୁ। ଅନ୍ୟର ପ୍ରଶଂସା ଓ ଉତ୍‌ଥାନ ଆମର ଏବେ ହଜମ ହେଉନାହିଁ। ଏହି ସମୟରେ ଆମର ସ୍ବର ଭିନ୍ନ ହୋଇଯାଉଛି। ଆମର ଯନ୍ତ୍ରଣା ଏକ ଭିନ୍ନ ମୋଡ଼ ନେଉଛି। ଏହା ଆମପାଇଁ ଯେତିକି ବିପଦ, ଦେଶ ଜାତି ପାଇଁ ମଧ୍ୟ ସେତିକି ସଙ୍କଟ ସୃଷ୍ଟି କରୁଛି। ଏଥିରୁ ଆମକୁ କେତେ ଲାଭ ମିଳିବ ଅବା ଏହା ଦ୍ୱାରା ଆମର କ’ଣ ଉପକାର ହେବ ସେଥିପ୍ରତି ଆମର ନଜର ରହି ନ ଥାଏ। ଆମେ ଜାଣୁ ଅନ୍ୟକୁ ବିରୋଧ କରିବା ଆମର ମୂଳମନ୍ତ୍ର।
ଏହି ଧର୍ମୀୟ ଗୋଷ୍ଠୀ କନ୍ଦଳ ବ୍ୟତୀତ ଆଉ ଗୋଟିଏ ଚିତ୍ର ଆମ ଆଗକୁ ଆସୁଛି। ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନକରି ରାଜରାସ୍ତାରେ ଚଲାଇଚଲାଇ ନେବା ସବୁ ନୀତିହୀନତାକୁ ଟପିଯାଇଛି। ଏହା ସମସ୍ତଙ୍କୁ ସ୍ତବ୍‌ଧ କରିଦେଇଛି। ଥରେ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ-‘ଯେଉଁଦିନ ରାତିରେ ଜଣେ ମହିଳା ଏକାକୀ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିବ, ସେଦିନ ଆମେ ପ୍ରକୃତ ସ୍ବାଧୀନତା ପାଇଛୁ ବୋଲି ଅନୁଭବ କରିବା’। ଏହି କଥାଟି ଏକବିଂଶ ଶତାବ୍ଦୀରେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଆମ ଦେଶର ନାରୀମାନେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରି ନିଜ ଦକ୍ଷତାର ପ୍ରମାଣ ବିଭିନ୍ନ ସମୟରେ ଦେଇଛନ୍ତି। ଏହା ସତ୍ତ୍ୱେ ସେମାନେ ଏପରି ଲାଞ୍ଛିତ ହେବା ପରିତାପର ବିଷୟ ନିଶ୍ଚିତ। ଏଥିଯୋଗୁ ଆମେ ଏହି ଆଲୋଚନାର ପ୍ରଥମରୁ କହିରଖିଛୁ- ଆମେ ଆଉ ଆମର ହୋଇନାହୁଁ। ଆମେ ଜାଣୁଛୁ ଏହା ମହିଳାମାନଙ୍କ ପ୍ରତି ଅସମ୍ମାନ। ସେମାନଙ୍କ ଜାତିପ୍ରତି ଦାରୁଣ କୁଠାରାଘାତ। ତଥାପି ଆମେ ଏସବୁ କୁକର୍ମ କରିବାକୁ ଅଣ୍ଟା ଭିଡି ବାହାରି ପଡୁଛୁ। ଏସବୁ ପରିସ୍ଥିତି ଦେଖି, ଏସବୁ ଦୃଶ୍ୟ ଅନୁଭବ କରି ଆମେ ତଥାପି ନିଦାବିଷ୍ଣୁ ପାଲଟିଛୁ। କ’ଣ କରିବା ଉଚିତ, କ’ଣ ନ କରିବା ଉଚିତ ସେଥିପ୍ରତି ଆମେ ଗୁରୁତ୍ୱ ଦେଉନା। ଭଲ ମଣିଷ ଆଜି ଆମ ପାଖରେ ନାହାନ୍ତି।
ଏଇଠି ଗୋଟିଏ କଥା ମନକୁ ଆସୁଛି: ଥରେ କେତେକ ପିଲା ଗୋଟିଏ ପଡିଆରେ କ୍ରିକେଟ ଖେଳୁଥାନ୍ତି। ବ୍ୟାଟିଂ କରୁ କରୁ ବଲ୍‌ଟି ଜଣେ ଭଦ୍ରବ୍ୟକ୍ତିଙ୍କ ବଗିଚାରେ ପଡିଲା। ଖେଳୁଥିବା ପିଲାଙ୍କ ମଧ୍ୟରୁ ଜଣେ ପିଲା ବଲ୍‌ଟି ଆଣିବାକୁ ସେହି ବ୍ୟକ୍ତିଙ୍କ ଗେଟ୍‌ ଖୋଲି ଯିବା ବେଳେ ସେ ଘରମାଲିକ ତାକୁ ପାଟିକରି ତାଗିଦ କରିବାରୁ ପିଲାଟି ନୀରବରେ ଫେରିଆସିଥିଲା। କିଛି ବର୍ଷ ବିତିଯାଇଛି, ପିଲାମାନେ ସେହି ପଡିଆରେ ଖେଳୁଥିବା ବେଳେ ପୁଣି ବଲ୍‌ଟି ସେହି ବ୍ୟକ୍ତିଙ୍କ ବଗିଚାରେ ଯାଇ ପଡିଛି। ପିଲାଟିଏ ଗେଟ୍‌ ଫିଟାଇ ଭିତରକୁ ଗଲା। ଏହି ସମୟରେ ଜଣେ ବୃଦ୍ଧ ପିଲାଟିକୁ କ’ଣ ହେଲା, କୁଆଡ଼େ ଆସିଛ ବୋଲି ସ୍ନେହରେ ପଚାରିଲେ। ପିଲାଟି ପାଖ ପଡ଼ିଆରେ ସେମାନେ ଖେଳୁଥିବା ବଲ୍‌ଟି ଏହି ବଗିଚାରେ ପଡିଯାଇଥିବା କହିଲା। ବୃଦ୍ଧ ଜଣକ ପିଲାଟିକୁ କହିଲେ ଖୋଜି ନେ।
ଏଥିରୁ ପାଠକେ ଉପଲବ୍ଧି କରୁଥିବେ- ସମୟ ସବୁବେଳେ ସମାନ ଯାଏ ନାହିଁ। ଏବେ ଆଲୋକ ତ’ ପରେ ଅନ୍ଧାର ନିଶ୍ଚିତ। କହି ରଖିଲେ ଭଲ ହେବ-ସମ୍ପୃକ୍ତ ବୃଦ୍ଧଜଣକ ସେତେବେଳେ ଥିଲେ ଆଇଏଏସ୍‌। ସେ ସମୟର ତେଜ ଏବେ ତାଙ୍କ ନିକଟରେ ନିଷ୍ପ୍ରଭ ହୋଇଯାଇଛି; ଯାହା ତାଙ୍କ ଚଳଣି ଓ ବ୍ୟବହାରରେ ପରିଲକ୍ଷିତ ହୋଇଛି।
ସମୟକୁ ଯଦି ଆମେ ସମ୍ମାନ ଦେବା ତା’ ହେଲେ ଆମେ ଆମରି ସ୍ବର, ଆମ ପରିଧି ଭିତରେ ସୁଖରେ ରହିପାରିବା।
ପୁରୁଣା ସହର, ନୟାଗଡ
ମୋ:୯୯୩୮୩୦୯୬୫୨


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri