ଭିତ୍ତିଭୂମି ବିକାଶକୁ ଅପେକ୍ଷା

ଖଇରା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ରହିଛି କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ା ଏଠାରେ ରହୁଥିବା ପ୍ରତ୍ୟେକଟି ଅନ୍ତେବାସୀ ମାନସିକ ବିକାରଗ୍ରସ୍ତ। ଏବେ ଏହି ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଛି। ସରକାରଙ୍କ ହାତ ଟେକାକୁ ଅନାଇ ପରିଚାଳନା କମିଟି ଏହି ବିଦ୍ୟାଳୟକୁ କଷ୍ଟେମଷ୍ଟେ ଚଳାଉଛନ୍ତି ା
ଏହି ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଗ୍ରାମର କେଶବ ମହାପାତ୍ର ୨୦୦୪ ମସିହାରେ ନିଜର ୨୪ ଡିସିମିଲ ଜାଗା ଦେଇ ମାନସିକ ଅନଗ୍ରସର ବିଦ୍ୟାଳୟ ଆରମ୍ଭ କରିଥିଲେ ା ପ୍ରଥମେ ନିଜସ୍ବ ଉଦ୍ୟମରେ ଘରଟିଏ ନିର୍ମାଣ କରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରୁ ମାନସିକସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ଆଣି ରଖାଇଥିଲେ। ଏମାନଙ୍କ ଶିକ୍ଷାଦାନ ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ପାରିଶ୍ରମିକ ଦେଉଥିଲେ ା ୧୪ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଶିକ୍ଷକଙ୍କୁ ସରକାରୀ ସ୍ତରରେ ପାରଶ୍ରମିକ ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି ା ପିଲାମାନେ ଜିଲା ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଲାଭ କରି ବିଦ୍ୟାଳୟ ନାମକୁ ଆଗକୁ ନେଇଛନ୍ତି। ହେଲେ ଭିତ୍ତିଭୂମି ସଜାଡିବା ପାଇଁ ସରକାର ଦୃଷ୍ଟି ଦେଉ ନ ଥିବାରୁ ଏଠାରେ ରହୁଥିବା ପିଲାମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ା ୪ କୋଠରୀ ବିଶିଷ୍ଟ ଆଜବେଷ୍ଟସ ଛପର ଘରେ ଶିକ୍ଷାଦାନ ଦିଆଯିବା ସହ ପିଲାମାନେ ସେହି ଘରେ ରହୁଛନ୍ତି। ଏହି ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମକୁ ପରିଚାଳକ ଯୋଗାଡ କରିଥିବା ବେଳେ ଅର୍ଥ ଅଭାବରୁ ଆହୁରି ଅନେକ ଜିନିଷ କିଣାଯାଇ ପାରୁନାହିଁ। ସେହିଭଳି ପାଚେରି ଅଭାବରୁ ପିଲାମାନେ ଭୟ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ା ଖାଦ୍ୟ ପୋଷାକ ବାବଦକୁ ଖର୍ଚ୍ଚ ମିଳୁଥିଲେ ହେଁ ଚିକିତ୍ସା ପାଇଁ ବର୍ଷକୁ ୧୦ହଜାର ଟଙ୍କା ମିଳିଥାଏ ା ୫୧ ପିଲାମାନଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନ ଥିବାରୁ ଶୌଚ ପାଇଁ ପିଲାମାନଙ୍କୁ ବାହାରକୁ ଯିବାକୁ ପଡିଥାଏ। ଯଦି ଭିତ୍ତିଭୂମିର ବିକାଶ ପ୍ରତି ସରକାର ଦୃଷ୍ଟି ଦିଅନ୍ତେ ତେବେ ପିଲାମାନେ ଭବିଷ୍ୟତରେ ସଫଳ ହୋଇପାରନ୍ତେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମମତା କର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?