Posted inଖେଳ

ଭାରତୀୟ କ୍ରିକେଟରଙ୍କ ନାମରେ ଅଷ୍ଟ୍ରେଲିଆ ଷ୍ଟ୍ରିଟ୍‌

ମେଲବୋର୍ନ, ୧୬ା୬ (ପି.ଟି.)-ଅଷ୍ଟ୍ରେଲିଆରେ କେତେକ ଗଳି ଅବା ଷ୍ଟ୍ରିଟ୍‌ର ନାମକରଣ ସଚିନ ତେନ୍ଦୁଲକର, କପିଳ ଦେବ ଓ ବିରାଟ କୋହଲିଙ୍କ ଭଳି ଭାରତର କେତେଜଣ ମହାନ କ୍ରିକେଟରଙ୍କ ନାମାନୁସାରେ ହେବାକୁ ଯାଉଛି। ଆକୋଲେଟ୍‌ ଇଷ୍ଟେଟ୍‌ ନାମକ ଏକ ରିୟଲ ଇଷ୍ଟେଟ୍‌ ସଂସ୍ଥା ମେଲବୋର୍ନ ଉପକଣ୍ଠସ୍ଥିତ ରକ୍‌ବ୍ୟାଙ୍କ୍‌ ବାସଗୃହ ନିର୍ମାଣ କରୁଛି। କ୍ରେତାଙ୍କୁ ଆକର୍ଷିତ କରିବା ଲାଗି ଅଞ୍ଚଳର ଷ୍ଟ୍ରିଟ୍‌ଗୁଡ଼ିକର ନାମ ଯଥା ‘ତେନ୍ଦୁଲକର ଡ୍ରାଇଭ୍‌’, ’କୋହଲି କ୍ରିସେଣ୍ଟ’ ଓ ‘ଦେବ୍‌ ଟେରାସ୍‌’ ରଖାଯାଇଛି। ରିୟଲ ଇଷ୍ଟେଟ୍‌ ସଂସ୍ଥା ତରଫରୁ ଅନ୍ୟ କେତେକ ଗଳିର ନାମ ଯଥା ‘ ଓ୍ବ ଷ୍ଟ୍ରିଟ୍‌’, ‘ମିଆଁଦାଦ୍‌ ଷ୍ଟ୍ରିଟ୍‌’, ‘ଆମ୍ବ୍ରୋସ୍‌ ଷ୍ଟ୍ରିଟ୍‌’, ‘ସୋବର୍ସ ଡ୍ରାଇଭ୍‌’, ‘କାଲିସ୍‌ ଓ୍ବେ’, ହାଡ୍‌ଲି ଷ୍ଟ୍ରିଟ୍‌ ଏବଂ ‘ଆକ୍ରାମ ଓ୍ବେ’ ରଖାଯାଇଛି। ରକ୍‌ବ୍ୟାକ୍‌ ଉପକଣ୍ଠ ମେଲ୍‌ଟନ କାଉନ୍‌ସିଲ ଅଧୀନରେ ରହିଛି। ଏହି ଅଞ୍ଚଳରେ ବାସଗୃହ କ୍ରୟ କରିବାଲାଗି ଭାରତୀୟ ସମ୍ପ୍ରଦାୟ ଲୋକମାନେ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଅଷ୍ଟ୍ରଲିଆରେ କୌଣସି ଷ୍ଟ୍ରିଟ୍‌ର ନାମକରଣ ପାଇଁ ସିଟି କାଉନ୍‌ସିଲର ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଏହା ଜିଓଗ୍ରାଫିକ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରୁଛି କି ନା ତାହା ଏହି ଅଫିସ ଦେଖିଥାଏ। ରିୟଲ ଇଷ୍ଟେଟ ସଂସ୍ଥାର କହିବା ଅନୁସାରେ ଷ୍ଟ୍ରିଟ୍‌ର ନାମକରଣ ପାଇଁ ସେମାନେ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ସମେତ ୬୦ଟି ନାମ ପଠାଇଥିଲେ। ମାତ୍ର ମେଲବୋର୍ନରେ ପୂର୍ବରୁ ତାଙ୍କ ନାମରେ ଏକ ଷ୍ଟ୍ରିଟ୍‌ ରହିଥିବାରୁ କାଉନ୍‌ସିଲ ଏହା ସମ୍ଭବ ନୁହେଁ ବୋଲି କହିଥିଲା। ବିଭିନ୍ନ କାରଣରୁ କୁମାର ସଙ୍ଗକାରା, ରାହୁଲ ଡ୍ରାଭିଡଓ ଓ ଏମ୍‌ଏସ୍‌ ଧୋନୀଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ବିଭିନ୍ନ ଦୃଷ୍ଟିକୋଣରୁ କାଟ୍‌ ଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri