Posted inଖେଳ

ଭାରତର ବୃହତ୍‌ ବିଜୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଅଜିଙ୍କ୍ୟ ରାହାନେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିଛି। ରବିବାର ୪ର୍ଥ ଦିବସରେ ଭାରତ ଏହାର ଦ୍ୱିତୀୟ ଇନିଂସକୁ ୩୪୩/୭ରେ ଘୋଷଣା କରିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୯ ରନ ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ୧୫ ରନରେ ୫ ଉଇକେଟ ହରାଇ ସାଂଘାତିକଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୦୦ ରନରେ ଅଲଆଉଟ ହୋଇ ଯାଇଛି। ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ୩୧୮ ରନରେ ବିଜୟ ହାସଲ କରିଛି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେମର ରୋଚ୍‌ ସର୍ବାଧିକ ୩୮ ରନ କରିଥିବାବେଳେ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନାହାନ୍ତି। କ୍ରେଗ୍‌ ବ୍ରାଥଓ୍ବେଟ ୧, ଜନ କ୍ୟାମ୍ପବେଲ ୭, ଶାମରା ବ୍ରୁକ୍ସ ୨, ଡାରେନ ବ୍ରାଭୋ ୨, ଶିମରନ ହେଟମେର ୧, ଶାଇ ହୋପ୍‌ ୨, ଅଧିନାୟକ ଜାସନ ହୋଲ୍ଡର ୮ ରନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଭାରତ ପକ୍ଷରୁ ବୁମ୍‌ରା ୫ଟି, ଈଶାନ୍ତ ୩ଟି ଓ ମହମ୍ମଦ ସାମି ୨ଟି ଉଇକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ବୁମ୍‌ରାଙ୍କ ଏହା ୪ର୍ଥ ୫ ଉଇକେଟ ସଫଳତା। ଭାରତର କୌଣସି ଅଧିନାୟକଭାବେ ବିରାଟ କୋହଲି ବିଦେଶ ମାଟିରେ ସର୍ବାଧିକ ୧୨ଟି ଟେଷ୍ଟ ଜିତିବାର ରେକର୍ଡ କରିଛନ୍ତି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୮୫/୩ରୁ ଭାରତ ଖେଳ ଆରମ୍ଭ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କ ପୂର୍ବ ଦିନର ସ୍କୋରରେ ହିଁ ଆଉଟ କରି ଓ୍ବେଷ୍ଟଇଣ୍ଡିଜ ପାଇଁ ବଡ଼ ସଫଳତା ଆଣିଥିଲେ ରଷ୍ଟନ ଚେଜ୍‌। ୧୧୩ ବଲ୍‌ର ସମ୍ମୁଖୀନ ହୋଇଥିବା ବିରାଟ ୨ ଚୌକା ସହାୟତାରେ ୫୧ ରନ କରିଥିଲେ। ବିରାଟଙ୍କୁ ଆଉଟ କରିବାପରେ ଓ୍ବେଷ୍ଟଇଣ୍ଡିଜ ଶୀଘ୍ର ଭାରତ ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇବା ଲକ୍ଷ୍ୟରେ ରହିଥିଲା। ମାତ୍ର ଅଜିଙ୍କ୍ୟ ରାହାନେଙ୍କ ସହ ହନୁମା ବିହାରି କ୍ରିଜରେ ଯୋଗଦେଇ ଦଳକୁ ଦୃଢ଼ ସ୍ଥିତିକୁ ନେଇ ଯାଇଥିଲେ। ଦୁହେଁ ୫ମ ଉଇକେଟରେ ଶତକୀୟ(୧୩୫ ରନ) ଭାଗୀଦାରି ଗଢ଼ି ଭାରତର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିଥିଲେ। ହନୁମା ଏଠାରେ କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ଦ୍ୱିତୀୟ ଟେଷ୍ଟ ଅର୍ଦ୍ଧଶତକ ହାସଲ କରଥିଲେ। ସେ ୧୨୮ ବଲ୍‌ରୁ ୧୦ ଚୌକା ସହାୟତାରେ ୯୩ ରନକରି ଆଉଟ ହେବାସହ ଭାରତ ଇନିଂସ ଘୋଷଣା କରିଥିଲା। ପୂର୍ବରୁ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୫୬ ରନ। ରାହାନେ କିନ୍ତୁ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳି ୧୦ମ ଟେଷ୍ଟ ଶତକ ହାସଲ କରିଥିଲେ। ସେ ୨୪୨ ବଲ୍‌ରୁ ୫ ଚୌକା ସହ ୧୦୨ ରନ ସଂଗ୍ରହ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ରଷ୍ଟନ ଚେଜ୍‌ ୪ଟି ଏବଂ କେମର ରୋଚ୍‌, ଶାନନ ଗାବ୍ରିଏଲ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୨୯୭ ।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୨୨ ।
ଭାରତ ଦ୍ୱିତୀୟ ଇନିଂସ: ୩୪୩/୭/ଘୋଷଣା(ରାହାନେ-୧୦୨, ହନୁମା-୯୩, କୋହଲି-୫୧, ଲୋକେଶ ରାହୁଲ-୩୮, ଚେତେଶ୍ୱର ପୂଜାରା-୨୫, ଚେଜ୍‌-୪/୧୩୨, ରୋଚ୍‌-୧/୨୯, ଗାବ୍ରିଏଲ-୧/୬୩, ହୋଲ୍ଡର-୧/୪୫)।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?