ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ

ଇସ୍‌ଲାମାବାଦ,୭ା୮: ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିସହ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ବହିଷ୍କାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍‌ଲାମାବାଦସ୍ଥିତ ଅଫିସ୍‌ରେ ବୁଧବାର ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପ୍ରତିବାଦରେ ପାକିସ୍ତାନ ଏପରି କରିଥିବା ଏକ ବିବୃତିରେ କୁହାଯାଇଛି।
ଜମ୍ମୁ-କଶ୍ମୀରକୁ ନେଇ ଭାରତର ସଦ୍ୟ ପଦକ୍ଷେପ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏଥିଯୋଗୁ ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ମଙ୍ଗଳବାର ଧମକ ଦେଇ ଯୁଦ୍ଧଭୟ ଦେଖାଇଥିଲେ। ଏହାର ଦିନକ ପରେ ଏନ୍‌ଏସ୍‌ସି ବୈଠକରେ ସେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, କଶ୍ମୀର ବ୍ୟାପାରର ପରାମର୍ଶଦାତା, ତିନି ସେନା ମୁଖ୍ୟ, ଆଇଏସ୍‌ଆଇ ମୁଖ୍ୟଙ୍କ ସମେତ ଅନେକ ପ୍ରଶାସନିକ ଓ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କଶ୍ମୀର ସମ୍ପର୍କରେ ଭାରତର ନିଷ୍ପତ୍ତିକୁ ଏକତରଫା ଓ ବେଆଇନ ବୋଲି ସେମାନେ ଅଭିହିତ କରିଥିଲେ। କଶ୍ମୀରୀଙ୍କ ସମର୍ଥନରେ ପାକିସ୍ତାନ ଅଗଷ୍ଟ ୧୪ରେ ସ୍ବାଧୀନତା ଦିବସ ପାଳନ କରିବ। ସେହିପରି ଭାରତର ସ୍ବାଧୀନତା ଦିବସ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ସହ ଦ୍ୱିପକ୍ଷିକ ସମୀକ୍ଷା କରିବା ଏବଂ ଭାରତର ପଦକ୍ଷେପ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆପତ୍ତି ଉଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ସୀମାରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ପାକିସ୍ତାନ ପାର୍ଲାମେଣ୍ଟର ଜରୁରିକାଳୀନ ମିଳିତ ଅଧିବେଶନରେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ କହିଥିଲେ, ଭାରତୀୟ ରାଷ୍ଟ୍ରଦୂତ ଏଠାରେ କାହିଁକି ଅଛନ୍ତି ଏବଂ ଆମ ରାଷ୍ଟ୍ରଦୂତ ସେଠାରେ କ’ଣ କରୁଛନ୍ତି। ଆମେ କାହିଁକି ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଛିନ୍ନ ନ କରିବା। ଯଦି କୌଣସି କୂଟନୀତି ନାହିଁ ତେବେ କୂଟନୀତିଜ୍ଞଙ୍କ ଉପରେ କାହିଁକି ଅର୍ଥ ବ୍ୟୟ କରିବା ବୋଲି ପ୍ରଶ୍ନ କରିଥିଲେ। ସେ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଜଣେ ଭଲ ବ୍ୟକ୍ତି ଭାବେ ପ୍ରଶଂସା କରିଥିବାବେଳେ ଭାରତ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ। ଏହାର କିଛି ସମୟ ପରେ ପାକିସ୍ତାନ ଉଚ୍ଚାୟୁକ୍ତ ଅଜୟଙ୍କୁ ବହିଷ୍କାର କରିଥିବା ନେଇ ସେଠାକାର ବହିର୍ବ୍ୟପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଘୋଷଣା କରିଛନ୍ତି। ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତ ମୋଇନ୍‌-ଉଲ୍‌-ହକ୍‌ଙ୍କୁ ନୂଆଦିଲ୍ଲୀରୁ ପ୍ରତ୍ୟାହାର କରିନେଇଛି ଇସ୍‌ଲାମାବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri