ସୁରେନ୍ଦ୍ର ବେହେରା ହତ୍ୟା ମାମଲା: ଅଜୟଙ୍କୁ ଆଜୀବନ ଜେଲ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୭ା୮: ୨୦୧୪ ମସିହାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ଗୋପାଳପୁର କୁମ୍ଭାର ସାହିର ସୁରେନ୍ଦ୍ର ବେହେରା (୫୫) ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ଅଭିଯୁକ୍ତ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ନହରକଣ୍ଟା ହରିଦାଶପୁର ଶୁଣ୍ଢି ସାହିର ଅଜୟ ଖଟୁଆ ଓରଫ ମକରା (୨୦)ଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମନା ଧାର୍ଯ୍ୟ କରିଛନ୍ତି। ଏହି ରାଶି ମୃତ ସୁରେନ୍ଦ୍ରଙ୍କ ପୁଅଙ୍କୁ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଜରିମାନା ରାଶି ଅନାଦେୟ ହେଲେ ଅଭିଯୁକ୍ତ ମକରାଙ୍କୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଥିବା ପିପି (ପବ୍ଲିକ ପ୍ରସିକ୍ୟୁଟର) ନଳିନୀକାନ୍ତ ମହାରଣା ସୂଚନା ଦେଇଛନ୍ତି।
ମହାରଣା କହିଛନ୍ତି, ୨୦୧୪ରେ ରଘୁନାଥପୁରରେ ଶ୍ରଦ୍ଧାଞ୍ଜଳି ବାର୍‌ ଚାଲିଥିଲା। ଏଥିରେ ମକରା ୱେଟର ହିସାବରେ କାମ କରୁଥିଲେ। ପାର୍ଶ୍ୱରେ ସୁରେନ୍ଦ୍ର ଏକ ଜଳଖିଆ ଦୋକାନ କରିଥିଲେ। ବାର୍‌ର ମାଲିକ ବିବେକାନନ୍ଦ ମହାପାତ୍ରଙ୍କ ଝିଅ ବାହାଘର ଥିବାରୁ ସେ ସୁରେନ୍ଦ୍ରଙ୍କୁ ମିଠା ତିଆରି ଦାୟିତ୍ୱ ଦେଇଥିଲେ। ୨୭ା୬ା୧୪ରେ ସୁରେନ୍ଦ୍ର ବାର୍‌ ଭିତରେ ମିଠା ତିଆରି କରୁଥିଲେ। ଏହି ସମୟରେ ସେ ପରିଶ୍ରା କରିବା ପାଇଁ ବାହାରକୁ ଯାଇ ଷ୍ଟୋର ରୁମ୍‌କୁ ଫେରିଲା ବେଳେ ପୂର୍ବ ପ୍ରସ୍ତୁତିରେ ଥିବା ମକରା ହଠାତ୍‌ ଏକ ଚାପଡ (ଚିକେନ୍‌ କଟାଯାଉଥିବା ଚାପଡ)ରେ ଆକ୍ରମଣ କରିଥିଲେ। ସେତେବେଳେ ସମୟ ପାଖାପାଖି ରାତି ୧୨ଟା୩୦ ହୋଇଥିଲା। ସୁରେନ୍ଦ୍ର ଜୀବନ ବିକଳରେ ବାହାରକୁ ଯାଇ ନିକଟରେ ଥିବା ନରେନ୍ଦ୍ରଙ୍କ ଦୋକାନ କବାଟ ବାଡେଇଥିଲେ। ସାହୁ ତାଙ୍କ ସ୍ତ୍ରୀଙ୍କ ସହ କବାଟ ଖୋଲି ସୁରେନ୍ଦ୍ରଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି କିଏ ଏଭଳି କରିଛି ବୋଲି ବୁଝିଥିଲେ। ସେତେବେଳେ ଅଭିଯୁକ୍ତ ମକରା ଖସି ଯାଇଥିଲେ। ଏହାପରେ ସାହୁ ଗାଁ ଲୋକଙ୍କୁ ଡାକି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବ୍ୟବସ୍ଥା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁରେନ୍ଦ୍ରଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୮ା୬ରେ ବାର୍‌ ପରିଚାଳକ ପ୍ରମୋଦ ସ୍ବାଇଁଙ୍କ ଅଭିଯୋଗକ୍ରମେ ରଘୁନାଥପୁର ପୋଲିସ ମାମଲା ସଂଖ୍ୟା-୬୮/୧୪ ରୁଜୁ କରି ତଦନ୍ତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ସମୟରେ ସୁରେନ୍ଦ୍ରଙ୍କ ଶରୀରର ୧୨ଟି ସ୍ଥାନରେ କ୍ଷତ ଥିବା ଦେଖାଯାଇଥିଲା। ଏହି ମାମଲାରେ ୨୯ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri