ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚରେ ଗତ ମଙ୍ଗଳବାର ଆମେରିକାଠାରୁ ୦-୮ ଗୋଲରେ ହାରି ବ୍ୟାକ୍ଫୁଟରେ ରହିଛି। ଅନ୍ୟପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଟକ୍କର ଦେଇଥିଲା ଆଫ୍ରିକୀୟ ଦେଶ ମରକ୍କୋ। ଫଳରେ ବ୍ରାଜିଲ ମାତ୍ର ୧-୦ ଗୋଲରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ଭାରତ-ମରକ୍କୋ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଲୋ ର଼୍ୟାଙ୍କପ୍ରାପ୍ତ ମରକ୍କୋକୁ ଭେଟୁଥିବାରୁ ଭାରତ ପାଇଁ ଏହି ମ୍ୟାଚ ସମ୍ମାନର ପ୍ରଶ୍ନ ହେବ।
ଆୟୋଜକ ଦେଶଭାବେ ଭାରତ ଏହି ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଖେଳିବା ସୁଯୋଗ ପାଇଛି। ଅନ୍ୟପକ୍ଷରେ ମରକ୍କୋ ଆଫ୍ରିକାନ୍ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି। ବିଶ୍ୱକପ ଯୋଗ୍ୟତା ପଥରେ ଘାନା ପରି ଶକ୍ତିଶାଳୀ ଦଳକୁ ପେନାଲ୍ଟି ଶୁଟ୍ ଆଉଟରେ ପରାସ୍ତ କରିଥିଲା ମରକ୍କୋ। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆମେରିକା ଖେଳାଳିଙ୍କ ଫିଟ୍ନେସ, ସ୍ପିଡ୍, ଟେକ୍ନିକ ଆଦି ସବୁ ବିଭାଗରେ ଭାରତୀୟ ଖେଳାଳିମାନେ ପଛରେ ପଡ଼ି ଯାଇଥିଲେ। ତେବେ ମରକ୍କୋ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଭାରତୀୟ କୋଚ୍ ଥୋମାସ ଡେନର୍ବି ଆଶା ରଖିଛନ୍ତି। ”ଆମକୁ ଲଢ଼େଇ କରିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ“ ବୋଲି ଡେନର୍ବି କହିଛନ୍ତି। ଭାରତ ଏହାର ଶେଷ ଗ୍ରୁପ୍ ମ୍ୟାଚରେ ଟାଇଟଲ ଫେଭରାଇଟ ବ୍ରାଜିଲକୁ ଆଗାମୀ ୧୭ ତାରିଖରେ ଭେଟିବ। ତେଣୁ ମରକ୍କୋ ବିପକ୍ଷ ମ୍ୟାଚ ଜିତି ଦଳକୁ ମନୋବଳ ବଢ଼ାଇବାକୁ ପଡ଼ିବ। ଭାରତୀୟ ଖେଳାଳିଙ୍କ ନିକଟରେ ସ୍ପିଡ୍ ବଢ଼ାଇବାର କ୍ଷମତା ରହିଛି। ମାତ୍ର ଫୁଟବଲ ଖାଲି ରନିଂ କିମ୍ବା ସ୍ପ୍ରିଣ୍ଟ ଗେମ୍ ନୁହେଁ। ଉଚିତ ସମୟରେ ଠିକ୍ ନିଷ୍ପତ୍ତି ନେବା ବଡ଼କଥା ବୋଲି ଡେନର୍ବି କହିଛନ୍ତି।
ବ୍ରାଜିଲ ବିପକ୍ଷ ମ୍ୟାଚରେ ମରକ୍କୋ ଅଧିକାଂଶ ସମୟ ରକ୍ଷଣାତ୍ମକ ଖେଳିଥିଲା। ସେମାନେ କେବଳ ୪ଟି ଶଟ୍ ବ୍ରାଜିଲ ଗୋଲପୋଷ୍ଟକୁ ଟାର୍ଗେଟ କରି ପାରିଥିଲେ। ବ୍ରାଜିଲ ଫରଓ୍ବାର୍ଡମାନେ ଅନେକ ସହଜ ସୁଯୋଗ ହାତଛଡ଼ା କରିଥିଲେ। ନଚେତ ଏହି ଦଳ ବଡ଼ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ମରକ୍କୋ ଗୋଲପୋଷ୍ଟକୁ ବ୍ରାଜିଲ ଖେଳାଳି ୧୭ ଶଟ୍ ଟାର୍ଗେଟ କରିଥିଲେ। ଚାପର ବଶବର୍ତ୍ତୀ ନହୋଇ ଭାରତ ଆଗାମୀ ମ୍ୟାଚରେ ସ୍ବାଭାବିକ ଖେଳ ଖେଳିବାର ଅଛି। ଏହା ହେଲେ ଯାଇ ଘରୋଇ ଦଳପାଇଁ ବିଜୟ ସୁଯୋଗ ରହିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

