ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚରେ ଗତ ମଙ୍ଗଳବାର ଆମେରିକାଠାରୁ ୦-୮ ଗୋଲରେ ହାରି ବ୍ୟାକ୍ଫୁଟରେ ରହିଛି। ଅନ୍ୟପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଟକ୍କର ଦେଇଥିଲା ଆଫ୍ରିକୀୟ ଦେଶ ମରକ୍କୋ। ଫଳରେ ବ୍ରାଜିଲ ମାତ୍ର ୧-୦ ଗୋଲରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ଭାରତ-ମରକ୍କୋ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଲୋ ର଼୍ୟାଙ୍କପ୍ରାପ୍ତ ମରକ୍କୋକୁ ଭେଟୁଥିବାରୁ ଭାରତ ପାଇଁ ଏହି ମ୍ୟାଚ ସମ୍ମାନର ପ୍ରଶ୍ନ ହେବ।
ଆୟୋଜକ ଦେଶଭାବେ ଭାରତ ଏହି ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଖେଳିବା ସୁଯୋଗ ପାଇଛି। ଅନ୍ୟପକ୍ଷରେ ମରକ୍କୋ ଆଫ୍ରିକାନ୍ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି। ବିଶ୍ୱକପ ଯୋଗ୍ୟତା ପଥରେ ଘାନା ପରି ଶକ୍ତିଶାଳୀ ଦଳକୁ ପେନାଲ୍ଟି ଶୁଟ୍ ଆଉଟରେ ପରାସ୍ତ କରିଥିଲା ମରକ୍କୋ। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆମେରିକା ଖେଳାଳିଙ୍କ ଫିଟ୍ନେସ, ସ୍ପିଡ୍, ଟେକ୍ନିକ ଆଦି ସବୁ ବିଭାଗରେ ଭାରତୀୟ ଖେଳାଳିମାନେ ପଛରେ ପଡ଼ି ଯାଇଥିଲେ। ତେବେ ମରକ୍କୋ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଭାରତୀୟ କୋଚ୍ ଥୋମାସ ଡେନର୍ବି ଆଶା ରଖିଛନ୍ତି। ”ଆମକୁ ଲଢ଼େଇ କରିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ“ ବୋଲି ଡେନର୍ବି କହିଛନ୍ତି। ଭାରତ ଏହାର ଶେଷ ଗ୍ରୁପ୍ ମ୍ୟାଚରେ ଟାଇଟଲ ଫେଭରାଇଟ ବ୍ରାଜିଲକୁ ଆଗାମୀ ୧୭ ତାରିଖରେ ଭେଟିବ। ତେଣୁ ମରକ୍କୋ ବିପକ୍ଷ ମ୍ୟାଚ ଜିତି ଦଳକୁ ମନୋବଳ ବଢ଼ାଇବାକୁ ପଡ଼ିବ। ଭାରତୀୟ ଖେଳାଳିଙ୍କ ନିକଟରେ ସ୍ପିଡ୍ ବଢ଼ାଇବାର କ୍ଷମତା ରହିଛି। ମାତ୍ର ଫୁଟବଲ ଖାଲି ରନିଂ କିମ୍ବା ସ୍ପ୍ରିଣ୍ଟ ଗେମ୍ ନୁହେଁ। ଉଚିତ ସମୟରେ ଠିକ୍ ନିଷ୍ପତ୍ତି ନେବା ବଡ଼କଥା ବୋଲି ଡେନର୍ବି କହିଛନ୍ତି।
ବ୍ରାଜିଲ ବିପକ୍ଷ ମ୍ୟାଚରେ ମରକ୍କୋ ଅଧିକାଂଶ ସମୟ ରକ୍ଷଣାତ୍ମକ ଖେଳିଥିଲା। ସେମାନେ କେବଳ ୪ଟି ଶଟ୍ ବ୍ରାଜିଲ ଗୋଲପୋଷ୍ଟକୁ ଟାର୍ଗେଟ କରି ପାରିଥିଲେ। ବ୍ରାଜିଲ ଫରଓ୍ବାର୍ଡମାନେ ଅନେକ ସହଜ ସୁଯୋଗ ହାତଛଡ଼ା କରିଥିଲେ। ନଚେତ ଏହି ଦଳ ବଡ଼ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ମରକ୍କୋ ଗୋଲପୋଷ୍ଟକୁ ବ୍ରାଜିଲ ଖେଳାଳି ୧୭ ଶଟ୍ ଟାର୍ଗେଟ କରିଥିଲେ। ଚାପର ବଶବର୍ତ୍ତୀ ନହୋଇ ଭାରତ ଆଗାମୀ ମ୍ୟାଚରେ ସ୍ବାଭାବିକ ଖେଳ ଖେଳିବାର ଅଛି। ଏହା ହେଲେ ଯାଇ ଘରୋଇ ଦଳପାଇଁ ବିଜୟ ସୁଯୋଗ ରହିବ।
ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର
କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…
ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ
ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…
ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା
ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…
କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ
ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…
ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video
ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…
ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…
ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…
ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍
ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…
ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…
ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…
Archives

