ଭାଜପାକୁ ଗୋଡ଼ଟଣା ମାରିଲା

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରୀ ଦଳ ସମେତ ଶକ୍ତିଶାଳୀ ବିରୋଧୀ ଦଳର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ସରକାରୀ ଦଳଠାରୁ ଯେତିକି ସ୍ବଚ୍ଛତା ଏବଂ ସଚ୍ଚୋଟତା ଆଶା କରାଯାଏ ତାହାଠାରୁ କିଛି ଅଧିକ ସ୍ପଷ୍ଟବାଦିତା ବିରୋଧୀ ଦଳଠାରୁ ଆଶା କରିଥାଆନ୍ତି ଜନସାଧାରଣ। ତେବେ ଓଡ଼ିଶାରେ ତାହା ଦେଖାଯାଉ ନାହିଁ।
ଗୋଷ୍ଠୀ କନ୍ଦଳ ଯୋଗୁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ସତ୍ତା ହରାଇବା ସ୍ଥିତିରେ ପହଞ୍ଚିଛନ୍ତି । ଗତ ପଞ୍ଚାୟତ ଓ ପାୈର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଭାଜପା ଶୋଚନୀୟ ପରାଜୟ ବରଣ କରିଛି। କେବଳ ଗାଁ ଭୋଟର ନୁହନ୍ତି, ସହର ଭୋଟର ମଧ୍ୟ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଉଭୟ ନିର୍ବାଚନରୁ ଏହା ଜଳଜଳ ହୋଇ ଦିଶୁଛି। ନିକଟରେ ଶେଷ ହୋଇଥିବା ଜିଲା ପରିଷଦ ନିର୍ବାଚନରେ ମୋଟ ୮୫୨ ଆସନରୁ ଭାଜପାକୁ ମାତ୍ର ୪୨ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୦ଟି ଜିଲାରେ ଦଳ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ବେଳେ ୯ଟି ଜିଲାରେ କେବଳ ଗୋଟିଏ ଲେଖାଏ ସିଟ୍‌ ପାଇବାରେ ସକ୍ଷମ ହୋଇଛି। ସେହିପରି ୧୦୫ ପାୈର ପରିଷଦ/ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚନରେ ଦଳକୁ ମାତ୍ର ୧୬ଟି ସିଟ୍‌ ମିଳିପାରିଛି।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଭାଜପା କର୍ମୀଙ୍କ ଉତ୍ସାହ ଏବଂ ଲଢ଼ିବାର ଇଚ୍ଛାକୁ ସମାଲୋଚନା କରିହେବ ନାହିଁ। କେତେଜଣ ପ୍ରାର୍ଥୀ ଓ କର୍ମୀଙ୍କୁ ନିକଟରୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ସେମାନଙ୍କର ଉତ୍ସାହ ଏବଂ ଜିଦ୍‌ରେ ଅଭାବ ନ ଥିଲା। କିନ୍ତୁ ଦଳୀୟ ନେତୃତ୍ୱ ସେମାନଙ୍କୁ ମଝି ସମୁଦ୍ରରେ ପକାଇ ଦେଲା ଭଳି ସମସ୍ତେ ଅନୁଭବ କରୁଛନ୍ତି। ବିଶେଷ କରି ହାତଗଣତି ଦଳୀୟ ନେତୃତ୍ୱଙ୍କ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ଦଳର ପରାଜୟ ହୋଇଛି। କ୍ଷମତାଶାଳୀ କେନ୍ଦ୍ରମନ୍ତ୍ରୀ, ଏମ୍‌ପି ଓ ଦଳର ଅନ୍ୟାନ୍ୟ ଟାଣୁଆ ନେତା ଥିବା ସତ୍ତ୍ୱେ ଦଳକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ଏହି ପରାଜୟ ପାଇଁ ଗୋଷ୍ଠୀ କନ୍ଦଳ ଓ ଦଳୀୟ ନେତୃତ୍ୱକୁ ଭାଜପାର କେତେଜଣ ନେତା ଓ କର୍ମୀମାନେ ଦାୟୀ କରିଛନ୍ତି । ପାୈର ନିର୍ବାଚନରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା କଥାକୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜେ ମଧ୍ୟ ହଜମ କରିପାରି ନାହାନ୍ତି । ଏଥିପାଇଁ ସେ ସିଧାସଳଖ ଭାଜପା ନେତୃତ୍ୱଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି ଯେ ପାୈର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ରାଜ୍ୟ ନେତୃତ୍ୱ ଯଦି ଦୃଢ଼ ହୋଇଥାଆନ୍ତା ତାହାହେଲେ ଏଭଳି ଅବସ୍ଥା ହୋଇ ନ ଥାଆନ୍ତା ବୋଲି ଅପରାଜିତା କହିଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଓଡ଼ିଶାରେ ମୋଦି ହାଓ୍ବାର ପ୍ରଭାବ ଦୁର୍ବଳ ରହିଛି। ଏଥିସହିତ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଆଭିମୁଖ୍ୟ ଯୋଗୁ ଓଡ଼ିଶା ଭାଜପା ଉଧେଇବାରେ ସକ୍ଷମ ହୋଇପାରୁ ନାହିଁ। ଏହାର ଉଦାହରଣ ସ୍ବରୂପ ସେମାନେ ୩ଟି କର୍ପୋରେଶନ ମେୟର ଭୋଟର ସଂଖ୍ୟା ଦର୍ଶାଉଛନ୍ତି। ଏଥିରୁ ଖିଅ ଟାଣି ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ସବୁ କଥାକୁ ମାଡ଼ି ବସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ସାଧାରଣ ଲୋକଙ୍କ ଭିତରେ ଗ୍ରହଣୀୟତାର ଘୋର ଅଭାବ ରହିଛି।
କଟକ ମହାନଗର ନିଗମର ଭାଜପା ମେୟର ପ୍ରାର୍ଥୀ ଶ୍ରୀତମ ଦାସ କହିଛନ୍ତି, କଟକରେ ମୁଁ ମେୟର ପ୍ରାର୍ଥୀ ହେବି ବୋଲି ପୂର୍ବରୁ ଜାଣି ନ ଥିଲି। ନାମାଙ୍କନପତ୍ର ଦାଖଲର ଦିନକ ପୂର୍ବରୁ ଅର୍ଥାତ୍‌ ୬ ତାରିଖ ରାତି ୧୧ଟାରେ ମୋତେ ସୂଚନା ଦିଆଗଲା । ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କଲି। ଆମେ କେହି କାହାକୁ ଜାଣି ନ ଥିଲୁ । ଦଳ ପକ୍ଷରୁ ଯଦି ଆମକୁ ମିଳିତ ସମର୍ଥନ ମିଳିଥାଆନ୍ତା ହୁଏତ ଆମର ଫଳାଫଳ ଆହୁରି ଭଲ ହୋଇଥାଆନ୍ତା ।
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ଭାଜପା ମେୟର ପ୍ରାର୍ଥୀ ସୁନୀତ ମୁଣ୍ଡ କହିଛନ୍ତି ଯେ ଆମକୁ କାହାକୁ ପଇସା ଦିଆଯାଇନି । ମୋର ଓ ଅପରାଜିତାଙ୍କର କିଛି ଶୁଭାକାଂକ୍ଷୀ ଥିଲେ। ସେମାନଙ୍କ ଆଶୀର୍ବାଦ ଆମକୁ ମିଳିଛି। ଦଳରେ ଏତେ ବଡ଼ ବଡ଼ ଲୋକ ଅଛନ୍ତି ସେମାନଙ୍କ ବିଷୟରେ ମୁଁ କ’ଣ କହିବି।


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?