Posted inଜାତୀୟ

ଭାଜପା ୮, କଂଗ୍ରେସ ୪

ନୂଆଦିଲ୍ଲୀ,୨୦ା୬: ୧୯ ରାଜ୍ୟ ସଭା ଆସନ ମଧ୍ୟରୁ ଗୁଜରାଟର ୪ ଆସନ ଉପରେ ସମସ୍ତଙ୍କ ନଜର ଥିବାବେଳେ ଏଠାରେ ନିର୍ବାଚନ ଫଳାଫଳ ବିଳମ୍ବିତ ହୋଇଛି। ଆନ୍ଧ୍ରପ୍ରଦେଶରେ ସମସ୍ତ ୪ଟି ଆସନ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ହାତକୁ ଯାଇଛି। ସେହିପରି ମଧ୍ୟପ୍ରଦେଶର ୩ ଆସନରୁ ଭାଜପା ୨ଟିରେ ସଫଳତା ପାଇଥିବାବେଳେ ରାଜସ୍ଥାନରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଏଥିସହ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଲ୍ଲିକାର୍ଜୁନ ଖାର୍ଗେ, ଏମ୍‌. ଥାମ୍ବିଦୁରାଇ, କେ.ସି. ବେଣୁଗୋପାଳ ଏବଂ ଆର୍‌.କେ. ସୁରେଶ ରେଡ୍ଡୀଙ୍କ ଭଳି ହେଭିଓ୍ବେଟ୍‌ମାନେ ପ୍ରଥମ ଥର ପାଇଁ ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି।
କରୋନା ଭାଇରସ୍‌ ଯୋଗୁ ମାର୍ଚ୍ଚରେ ସ୍ଥଗିତ ଥିବା ରାଜ୍ୟ ସଭାର ୨୪ ଆସନ ପାଇଁ ଜୁନ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଭାରତର ନିର୍ବାଚନ କମିଶନ (ଇସିଆଇ) ପୂର୍ବରୁ ଘୋଷଣା କରିଥିଲେ। ଭୋଟ ଗ୍ରହଣ ପୂର୍ବରୁ ଜୁନ ୧୨ ତାରିଖରେ କର୍ନାଟକର ୪ ଓ ଅରୁଣାଚଳ ପ୍ରଦେଶର ଗୋଟିଏ ଆସନର ପ୍ରାର୍ଥୀ ନିଦ୍ୱର୍ର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। କର୍ନାଟକରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଭାଜପାର ଇରାନ୍ନା କାଡାଡି ଓ ଅଶୋକ ଗସ୍ତି ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଥିଲେ। ସେହିପରି ଅରୁଣାଚଳ ପ୍ରଦେଶର ଏକମାତ୍ର ଆସନ ପାଇଁ ଭାଜପା ପ୍ରାର୍ଥୀ ନବାମ ରେବିଆ ନିଦ୍ୱର୍ର୍ନ୍ଦ୍ୱରେ ବିଜୟୀ ହୋଇଥିଲେ। ଅବଶିଷ୍ଟ ୧୯ ଆସନରେ ଶୁକ୍ରବାର ନିର୍ବାଚନ ହୋଇଛି। ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ୪ଟି ଲେଖାଏ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏ, ଝାଡ଼ଖଣ୍ଡର ୨ ସହିତ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ, ମଣିପୁର ଓ ମିଜୋରାମର ଗୋଟିଏ ଲେଖାଏ ଆସନରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଧାନସଭାର ମତଦାନ କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତ୍ୱ ଓ ଅନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ମତଦାନ ପୂର୍ବରୁ ବିଧାୟକମାନଙ୍କୁ ସ୍କ୍ରିନିଂ କରାଯାଇ ତାପମାତ୍ରା ମପାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ନ ୫ଟାରୁ ଭୋଟ ଗଣତି କରାଯାଇଥିଲା। କେବଳ ଗୁଜରାଟରେ ରାତି ୯ଟା ୧୮ରେ ଭୋଟ ଗଣତି ଆରମ୍ଭ ହୋଇଥିଲା।
ଉଚ୍ଚ ସଦନରେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ପାଇଁ ପ୍ରାୟ ୩୦ଟି ଆସନ ଆବଶ୍ୟକ ଥିବାରୁ ଏହି ନିର୍ବାଚନ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଉପରେ ସମସ୍ତଙ୍କ ନଜର ରହିଥିଲା। ଇତିମଧ୍ୟରେ ଏହି ୩ ରାଜ୍ୟ ସମେତ ମଣିପୁରରେ ମଧ୍ୟ ହାଇଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। କେଉଁଠି ଦଳବଦଳ ତ ଆଉ କେଉଁଠି ଘୋଡ଼ାବେପାର ହୋଇଥିବା ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନାନୁସାରେ ମଧ୍ୟପ୍ରଦେଶର ଦୁଇଟି ଆସନ ଶାସକ ଭାଜପା ହାତକୁ ଯାଇଥିବାବେଳେ ବିରୋଧୀ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଛି। ଭାଜପାର ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲାଙ୍କି ଜିତିଛନ୍ତି। କଂଗ୍ରେସର ଦିଗ୍‌ବିଜୟ ସିଂ ବିଜୟୀ ହୋଇଛନ୍ତି। ଦିଗ୍‌ବିଜୟ ୫୭, ସିନ୍ଧିଆ ୫୬ ଓ ସୋଲାଙ୍କିଙ୍କ ସପକ୍ଷରେ ୫୫ ଭୋଟ ପଡ଼ିଛି। କଂଗ୍ରେସର ଅନ୍ୟ ପ୍ରାର୍ଥୀ ତଥା ଦଳିତ ନେତା ଫୁଲ ସିଂ ବାରିୟା ୩୬ ଖଣ୍ଡ ଭୋଟ ପାଇ ନିର୍ବାଚନ ହାରିଯାଇଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି) ବିଧାୟକ ରାଜେଶ ଶୁକ୍ଳା କ୍ରସ୍‌ଭୋଟିଂ କରି ଭାଜପା ସପକ୍ଷରେ ମତଦାନ କରିଥିବାରୁ ଦଳ ତାଙ୍କୁ ନିଲମ୍ବିତ କରିଛି। ଅନ୍ୟପକ୍ଷରେ ରାଜସ୍ଥାନରେ ଏହାର ବିପରୀତ ଫଳ ଆସିଛି। ଏହି ରାଜ୍ୟରେ ୩ ଆସନ ମଧ୍ୟରୁ ଶାସକ କଂଗ୍ରେସ ଦୁଇଟିରେ ବିଜୟୀ ହୋଇଥିବାବେଳେ ଭାଜପାକୁ ଗୋଟିଏ ଆସନରେ ସଫଳତା ମିଳିଛି। କଂଗ୍ରେସର କେ.ସି. ବେଣୁଗୋପାଳ ଓ ନୀରଜ ଡାଙ୍ଗି ବିଜୟୀ ହୋଇଛନ୍ତି। ଭାଜପାର ରାଜେନ୍ଦ୍ର ଗେହଲଟ ଜିତିଥିବାବେଳେ ଦ୍ୱିତୀୟ ପ୍ରାର୍ଥୀ ଓଁକାର ସିଂ ଲଖାଓ୍ବତ ହାରିଯାଇଛନ୍ତି। ଏହାସହ ରାଜ୍ୟ ସଭାରେ ରାଜସ୍ଥାନର କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଅନ୍ୟ ୭ ଜଣ ହେଉଛନ୍ତି ଭାଜପା ସଦସ୍ୟ। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବର୍ତ୍ତମାନ ୧୭୨ ବିଧାୟକ ଅଛନ୍ତି। ଦଳୀୟ ସ୍ଥିତିକୁ ଦେଖିଲେ ଭାଜପା ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହେବା ନିଶ୍ଚିତ ଥିଲା। ରାଜ୍ୟ ସଭାକୁ ଯିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ଅନୂ୍ୟନ ୩୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ଚତୁର୍ଥ ଆସନ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି)ର ୨ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଜଣେ ବିଧାୟକ ଏହି ଆସନର ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି କୁହାଯାଉଥିଲା। ହେଲେ ବିଟିପିର ୨ ବିଧାୟକଙ୍କୁ ବାଦ୍‌ ଦେଇ ଅବଶିଷ୍ଟ ୧୭୦ ଜଣ ଭୋଟ ଦେଇଥିଲେ। ଭାଜପା ପକ୍ଷରୁ ଅଭୟ ଭରଦ୍ୱାଜ, ରାମିଲା ବାରା ଓ ନରହରି ଅମିନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ଶକ୍ତିସିଂ ଗୋହିଲ ଓ ଭରତ ସିଂ ସୋଲାଙ୍କିଙ୍କୁ ଟିକେଟ ଦେଇଥିଲା। ଭାଜପାର ତିନି ଜଣଯାକ ପ୍ରାର୍ଥୀ ବିଜୟୀ ହୋଇ ୩ ଆସନ ଅକ୍ତିଆର କରିଥିବାବେଳେ ଅନ୍ୟ ଆସନଟି କଂଗ୍ରେସ ହାତକୁ ଯାଇଛି। ଏଠାରେ ଶକ୍ତିସଂ ଗୋହିଲ ବିଜୟୀ ହୋଇଛନ୍ତି। ଭରତ ସିଂ ସୋଲାଙ୍କିଙ୍କୁ ନିରାଶ ହେବାକୁ ପଡ଼ିଛି।
ଆନ୍ଧ୍ରପ୍ରଦେଶର ସମସ୍ତ ୪ ଆସନକୁ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପୋଛିନେଇଛି। ଏହି ଆସନଗୁଡ଼ିକରେ ଉପମୁଖ୍ୟମନ୍ତ୍ରୀ ପିଲ୍ଲି ସୁଭାଷ ଚନ୍ଦ୍ର ବୋଷ, ମନ୍ତ୍ରୀ ମୋପିଦେବୀ ଭେଙ୍କଟ ରମଣ, ଶିଳ୍ପପତି ପରିମଲ ନାଥଓ୍ବାଣି ଓ ରିଏଲ୍ଟର ଅଯୋଧ୍ୟା ରାମି ରେଡ୍ଡୀ ୩୮ ଖଣ୍ଡ ଲେଖାଏ ଭୋଟ ପାଇ ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏବଂ ବିରୋଧୀ ଭାଜପାକୁ ଗୋଟିଏ ଲେଖାଏ ଆସନରେ ସଫଳତା ମିଳିଛି। ଜେଏମ୍‌ଏମ୍‌ ଅଧ୍ୟକ୍ଷ ଶିବୁ ସୋରେନ୍‌ ୩୧ ଭୋଟ ପାଇ ଉଚ୍ଚ ସଦନକୁ ଯାଇଛନ୍ତି। ସେହିପରି ଭାଜପା ରାଜ୍ୟ ସଭାପତି ଦୀପକ ପ୍ରକାଶ ୩୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏଠାରେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ପ୍ରଥମ ପସନ୍ଦର ୨୭ ଭୋଟ ଆବଶ୍ୟକ ଥିବାବେଳେ କଂଗ୍ରେସର ଶାହଜାଦା ଅନ୍‌ଓ୍ବାଙ୍କୁ ମାତ୍ର ୧୮ ଭୋଟ ମିଳିଛି।
ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ସରକାରରୁ ୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ବିରୋଧୀ କଂଗ୍ରେସକୁ ରାଜ୍ୟର ଏକମାତ୍ର ଆସନରେ ସଫଳତା ମିଳିନାହିଁ। ଉକ୍ତ ଆସନରେ ଭାଜପା ପ୍ରାର୍ଥୀ ଲେଇସେମ୍ବା ସାନାଜାଓବା କଂଗ୍ରେସର ଟି. ମାଙ୍ଗି ବାବୁଙ୍କୁ ହରାଇ ବିଜୟୀ ହୋଇଛନ୍ତି। ସେହିପରି ମେଘାଳୟର ଏକମାତ୍ର ଆସନରେ ଶାସକ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ପ୍ରାର୍ଥୀ ଡକ୍ଟର ଓ୍ବାଇ.ଆର୍‌. ଖାର୍ଲୁଖି ବିଜୟୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଏନ୍‌ପିପି ଅଧ୍ୟକ୍ଷ କନ୍‌ରାଡ୍‌ ସାଙ୍ଗମା ଟୁଇଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମିଜୋରାମରେ ଭାଜପା ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିବାରୁ ଦଳର ଜଣେ ମାତ୍ର ବିଧାୟକ ବୁଦ୍ଧ ଧନ ଚକ୍‌ମା ମତଦାନରୁ ବିରତ ରହିଥିଲେ। ଏନ୍‌ଡିଏ ସହଯୋଗୀ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌) ପ୍ରାର୍ଥୀ କେ.କନ୍‌ଲାଲଭେନା, ମିଜୋ ପିପୁଲ୍ସ ମୁଭ୍‌ମେଣ୍ଟର ବି. ବାଲଛନଜୋଭା ଓ କଂଗ୍ରେସର ଲାଲ୍ଲିଆଛୁଙ୍ଗାଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ ଏହି ଆସନକୁ ଏମ୍‌ଏନ୍‌ଏଫ୍‌ ଦଖଲ କରିଛି।

 

ଗୁଜରାଟରେ ଗଣତି ୪ ଘଣ୍ଟା ବିଳମ୍ବିତ

ଗୁଜରାଟର ୪ ଆସନ ଉପରେ ସମସ୍ତଙ୍କ ନଜର ଥିବାବେଳେ ଏଠାରେ ଭୋଟ ଗଣତି ବିଳମ୍ବିତ ହୋଇଥିଲା। ଭାଜପାର ଦୁଇଟି ଭୋଟକୁ ଅବୈଧ ଘୋଷଣା ପାଇଁ ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ କଂଗ୍ରେସ ଦାବି କରିଥିଲା। ଏଠାରେ ରାତି ୯ଟା ୧୮ରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ବିରୋଧୀ ଦଳ ନେତା ପରେଶ ଧନାନି କହିଥିଲେ, ଭାଜପା ବିଧାୟକ କେଶରୀ ସିଂ ସୋଲାଙ୍କି ଓ ମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୂଡ଼ାସମାଙ୍କ ଭୋଟକୁ ରଦ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆମ କଥା ନ ଶୁଣିବା ଯାଏ ଭୋଟ ଗଣତି ଆରମ୍ଭ କରାଇଦେବୁ ନାହିଁ। କଂଗ୍ରେସ ଏପରି ଦାବି କରିବା କାରଣ ହେଉଛି ଚୂଡ଼ାସମାଙ୍କ ନିର୍ବାଚନକୁ ଗତମାସ ଗୁଜରାଟ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ଉକ୍ତ ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ସେହିପରି ସୋଲାଙ୍କିଙ୍କ ସହ ଜଣେ ଅନଧିକୃତ ବ୍ୟକ୍ତି ପୋଲିଂ ବୁଥ୍‌କୁ ଯାଇଥିଲେ। ସୋଲାଙ୍କି ହସ୍ପିଟାଲରୁ ମତଦାନ ପାଇଁ ହ୍ବିଲ୍‌ଚେୟାରରେ ଆସିଥିବାବେଳେ ତାଙ୍କୁ ସହାୟତା ଦେବା ପାଇଁ ଉକ୍ତ ବ୍ୟକ୍ତିଜଣକ ସାଙ୍ଗରେ ଯାଇଥିଲେ। ତେବେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ବିରୋଧୀ ଦଳର ଦାବିକୁ ଅଗ୍ରାହ୍ୟ କରି ଇସିଙ୍କ ଦିଲ୍ଲୀ ମୁଖ୍ୟାଳୟ ଏହି ମାମଲାର ବିଚାର କରିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?