ହଜିଯିବ ୧୬ ଐତିହ୍ୟ ମଠ ସମାଧି

ଭୁବନେଶ୍ୱର,୨୦ା୬: ଐତିହ୍ୟର ଗନ୍ତାଘର ଓଡ଼ିଶା। ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀରେ ଥିବା ସ୍ବତନ୍ତ୍ରତା ସାରା ବିଶ୍ୱରେ ଅନନ୍ୟ। ମାତ୍ର ସମୟକ୍ରମେ ବହୁ ପ୍ରାଚୀନ ଐତିହ୍ୟ ନଷ୍ଟ ହେବାକୁ ଲାଗିଥିବାବେଳେ ଜବରଦଖଲ ଯୋଗୁ ଓ ସଂରକ୍ଷଣ ଅଭାବରୁ କିଛି ସତ୍ତା ହରାଇଛି। ଓଡ଼ିଶାର ୫ ହଜାରରୁ ଅଧିକ କୀର୍ତ୍ତିରାଜି ରହିଥିବାବେଳେ ଏବେ ଏହି ସଂଖ୍ୟା ଖସିଆସି ୨୨୦୦ରେ ପହଞ୍ଚିଲାଣି। ରାଜ୍ୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା ଅଧୀନରେ ୨୧୮ଟି ଐତିହ୍ୟ, କୀର୍ତ୍ତିରାଜି ରହିଥିବାବେଳେ ସ୍ବଳ୍ପ ବଜେଟ୍‌ରେ ଏତେସଂଖ୍ୟକ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବା ଅସମ୍ଭବ ହୋଇପଡିଛି। ସେହିଭଳି ଭାରତୀୟ ପ୍ରନତ୍ତାତ୍ତ୍ବିକ ସର୍ବେକ୍ଷଣ(ଏଏସ୍‌ଆଇ) ସଂସ୍ଥା ଅଧୀନରେ ରାଜ୍ୟର ୭୮ଟି କୀର୍ତ୍ତିରାଜି ରହିଥିବାବେଳେ କେବଳ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରର ହାତଗଣତି କୀର୍ତ୍ତିରାଜିକୁ ଛାଡିଦେଲେ ଅନ୍ୟ କୀର୍ତ୍ତିରାଜିର ସଂରକ୍ଷଣକୁ ଅଣଦେଖା କରାଯାଉଛି। ଏକାମ୍ର କ୍ଷେତ୍ରରେ ଥିବା ୨୦ରୁ ଅଧିକ ପ୍ରାଚୀନ ଐତିହ୍ୟ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ଉଚ୍ଛେଦରେ ବହୁ କୀର୍ତ୍ତିରାଜି ମାଟିରେ ମିଶିଯାଇଥିବାବେଳେ ଏବେ ୧୬ରୁ ଊର୍ଦ୍ଧ୍ୱ ଐତିହ୍ୟ ମଠ ସମାଧି ସତ୍ତା ହରାଇବାକୁ ଯାଉଛି। ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟଠାରୁ ମାତ୍ର ୫ରୁ ୮ କିମି ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଥିବାବେଳେ ରାଜ୍ୟର ଅନ୍ୟ ଐତିହ୍ୟଗୁଡିକର ସୁରକ୍ଷା ଓ ସଂରକ୍ଷଣକୁ ନେଇ ଆଶଙ୍କା ଦେଖାଦେଇଛି।
ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ସଂସ୍କୃତି ସହ ବହୁ ପୁରାତନ ତଥା ଐତିହାସିକ ମଠ ମନ୍ଦିର ରହିଛି। ଜବରଦଖଲ ଯୋଗୁ କାହା ଘର ପଛପଟେ କିଛି ଐତିହ୍ୟ ଲୁଚି ଯାଇଥିବାବେଳେ ଆଉ କିଛି ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ରହିଯାଇଥିବା ଐତିହ୍ୟ ମଠ ସମାଧିଗୁଡ଼ିକର ପୁନରୁଦ୍ଧାର ପରିବର୍ତ୍ତେ ଏବେ ରାଜ୍ୟ ସରକାର ସେଗୁଡିକୁ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲିଙ୍ଗରାଜ ମନ୍ଦିର ଚତୁର୍ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପୁରୁଣା କୋଠା ଓ ମଠ ମନ୍ଦିରକୁ ଭଙ୍ଗାଯାଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରଥଗଡା ଛକଠାରୁ ବିନ୍ଧବାସିନୀ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ। ଏହି ୭୦ମିଟର ମଧ୍ୟରେ ୧୬ଟି ପ୍ରାଚୀନ ସମାଧି ସମୂହ ରହିଥିଲେ ମଧ୍ୟ ଏନେଇ ସ୍ଥାନୀୟ ପ୍ରଶାସନ କିମ୍ବା ଏଏସ୍‌ଆଇ ଆଦୌ ଅବଗତ ନାହାନ୍ତି। ଏହି ସମାଧିଗୁଡ଼ିକ ଶିବ ତୀର୍ଥମଠର ବହୁ ପୂର୍ବରୁ ନିର୍ମାଣ କରାଯାଇଛି। ଶିବ ତୀର୍ଥମଠ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ଅର୍ଥାତ୍‌ ଲିଙ୍ଗରାଜ ମନ୍ଦିର ନିର୍ମାଣ ସମୟରେ ହୋଇଥିବା ଜଣାଯାଏ। ଏବେ ଏହି ମଠ ଅଞ୍ଚଳରେ ଥିବା ମନ୍ଦିର ଆକୃତିର ସମାଧିଗୁଡ଼ିକ ଅନାବନା ଗଛଲତା ଓ ଜଙ୍ଗଲ ମଧ୍ୟରେ ଲୁଚି ରହି ଅନାଲୋଚିତ ହୋଇଯାଇଛି। ସୌନ୍ଦର୍ଯ୍ୟକରଣରେ ଏସବୁକୁ ଭଙ୍ଗା ନ ଯାଇ ପୁନରୁଦ୍ଧାରର ଆବଶ୍ୟକତା ରହିଛି।

ଐତିହାସିକ ଗ୍ରନ୍ଥ, ମନ୍ଦିର ରେକର୍ଡରେ ଐତିହ୍ୟ ସମାଧି

ସମସ୍ତ ସମାଧି ମସ୍ତକରେ ୩ ଥାକିଆ ପିଢା ସହ କଳସ ରହିଛି। ଗୋଟିଏ ସରଳରେଖାରେ ଥିବା ୮ଟି ସମାଧି ଭଲରେ ଦୃଶ୍ୟମାନ ହେଉଥିବାବେଳେ ସେଥିମଧ୍ୟରୁ ଅଧିକାଂଶ ବହୁବର୍ଷ ପୂର୍ବରୁ ନଷ୍ଟ ହୋଇଗଲାଣି। ତେବେ ଏହି ସମାଧିଗୁଡିକ ମଠ ଓ ଲିଙ୍ଗରାଜ ମନ୍ଦିରର ଐତିହାସିକ କାଳାନୁକ୍ରମିକ ରେକର୍ଡ ବୋଲି ଇନ୍‌ଟାକ୍‌ ପକ୍ଷରୁ କୁହାଯାଇଛି। ଏହି ସମାଧିଗୁଡ଼ିକର ଇତିହାସ ଦ୍ୱାଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ସମସ୍ତ ସମାଧିରେ ଛୋଟ ଛୋଟ ଶିବଲିଙ୍ଗ ରହିଥିବାବେଳେ ୨ଟିରୁ ଶିବଲିଙ୍ଗ ଚୋରି ହୋଇଯାଇଛି। ଐତିହାସିକ ଗ୍ରନ୍ଥ ଓ ମନ୍ଦିରର ରେକର୍ଡରେ ମଧ୍ୟ ଏହି ସମାଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ ଏଭଳି ପ୍ରାଚୀନ ଐତିହ୍ୟର ଆଖପାଖକୁ ଭଙ୍ଗାରୁଜା କରିବା ସମୟରେ ସତର୍କତାର ସହ କରିବା ଏବଂ ଐତିହାତିକଙ୍କ ବିନା ପରାମର୍ଶରେ ମନଇଚ୍ଛା ନ ଭାଙ୍ଗିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri