ଭାଜପା ପ୍ରାର୍ଥୀଙ୍କୁ ମାଡ଼ ମାରି ଅଟକ

କାକଟପୁର, ୨୭।୪(ଡି.ଏନ୍‌.ଏ.): କାକଟପୁରର ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ କେତେଜଣ ଲୋକ ଗୁରୁବାର ବିଳମ୍ବିତ ରାତିରେ ମାଡ଼ ମାରିବା ସହ ଅଟକ ରଖିଥିଲେ। ଖବର ପାଇ କାକଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା। ଏ ନେଇ ରବି କାକଟପୁର ଥାନାରେ ଅଭିଯୋଗ କରିଥିବାବେଳେ ତାଙ୍କ ଓ ସମର୍ଥକଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମର ସଞ୍ଜୟ ନାୟକ। ତଦନୁଯାୟୀ ୪୮/୧୯ ଏବଂ ୪୯/୧୯ରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିବା କାକଟପୁର ଥାନା ଆଇଆଇସି ସୁମତୀ ମହାନ୍ତି କହିଛନ୍ତି।
ରବିଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ସମର୍ଥକମାନଙ୍କ ସହିତ କୋଣାର୍କରୁ ଅସ୍ତରଙ୍ଗ ଫେରୁଥିବା ସମୟରେ ଶ୍ରୀରାମପୁରଠାରେ କେତେଜଣ କଂଗ୍ରେସ ସମର୍ଥକ ଭୋଜି କରୁଥିଲେ। ସେମାନେ ହଠାତ୍‌ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିବା ସହିତ ଠେଲାପେଲା କରିଥିଲେ। ଅପରପକ୍ଷରେ ସଞ୍ଜୟଙ୍କ ଅଭିଯୋଗ ଅନୁଯାୟୀ, ରବି ଓ ତାଙ୍କ ସମର୍ଥକମାନେ ଗଁାରେ ପହଞ୍ଚତ୍ ଭୋଟରମାନଙ୍କୁ ଟଙ୍କା ବାଣ୍ଟି ପ୍ରଲୋଭିତ କରିବାକୁ ଉଦ୍ୟମ କରୁଥିବା ଜାଣି ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ ରବିଙ୍କ ବୋଲେରୋ ଗାଡ଼ି (ନଂ ଓଡି୩୩ଭି-୭୦୪୦)କୁ ଥାନାରେ ରଖି କେଉଁ କାରଣରୁ ସେ ବିଳମ୍ବିତ ରାତିରେ ଶ୍ରୀରାମପୁର ଯାଇଥିଲେ ତାହା ତଦନ୍ତ କରୁଛି।
ଟଙ୍କା ବାଣ୍ଟିବା ସମ୍ପର୍କରେ ରବି କୁହନ୍ତି, ତାଙ୍କର ବିଜୟ ସମ୍ଭାବନା ବୃଦ୍ଧି ପାଉଥିବାରୁ ହତୋତ୍ସାହିତ
ହୋଇ କଂଗ୍ରେସ କର୍ମୀମାନେ
ଏପରି ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଛନ୍ତି। କାକଟପୁର ନିର୍ବାଚନମଣ୍ଡଳୀର ଭୋଟରମାନେ ତାଙ୍କୁ ଭଲ ଭାବରେ ଜାଣିଛନ୍ତି। ବିରୋଧୀଙ୍କ ଚକ୍ରାନ୍ତ କେବେ ସଫଳ ହେବନାହିଁ ସେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri