Posted inଫୁରସତ

ଭଲରେ ଶୁଅନ୍ତି ଭାରତୀୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କେଉଁ ଦେଶର ଲୋକେ ରାତିରେ ଭଲରେ ଶୋଉଛନ୍ତି ଯଦି ପ୍ରଶ୍ନ ପଚରାଯାଏ ତେବେ ଭାରତୀୟଙ୍କ ନାଁ ପ୍ରଥମରେ ଆସିବ। ଏହା ପଛକୁ ସାଉଦି ଆରବ ଓ ତା’ ପଛକୁ ରହିଛି ଚାଇନା। ଫିଲିପ୍ସ ପକ୍ଷରୁ ଗ୍ଲୋବାଲ୍‌ ମାର୍କେଟ ରିସର୍ଚ୍ଚ ଫାର୍ମ କେ.ଜେ.ଟି ଦ୍ୱାରା କରାଯାଇଥିବା ଏକ ଅନ୍‌ଲାଇନ ସ୍ଲିପ୍‌ ସର୍ଭେରୁ ଏହା ଜଣାପଡିଛି । ୧୨ଟି ଦେଶର ୧୮ ଓ ଏହାଠାରୁ ବେଶି ବର୍ଷ ବୟସର ଲୋକମାନଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଦକ୍ଷିଣ କୋରିଆରେ ସବୁଠାରୁ ବେଶି ଲୋକ ଭଲରେ ଶୋଇପାରନ୍ତିନାହିଁ ଓ ଏହା ପଛକୁ ରହିଛି ଜାପାନ । ପ୍ରତିଦିନ ୮ ଘଣ୍ଟା ଶୋଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିବାବେଳେ କେବଳ ସାପ୍ତାହିକ ଛୁଟିରେ ଏହାଠାରୁ ବେଶି ସମୟ ଶୋଉଥିବା ଜଣାପଡିଛି। ଏହି ସର୍ଭେରେ ସ୍ବଷ୍ଟ କରାଯାଇଛି ଯେ, କାନାଡା ଓ ସିଙ୍ଗାପୋରରେ ବିଷାଦ ଓ ବ୍ୟସ୍ତତା ଯୋଗୁ ଶୋଇବାରେ ବ୍ୟାଘାତ ଘଟୁଛି। ସର୍ଭେରେ ଆଉ କିଛି ତଥ୍ୟ ମଧ୍ୟ ସାମ୍‌ନାକୁ ଆସିଛି। କୁହାଯାଇଛି ଯେ, ୩୫ ପ୍ରତିଶତ ମହିଳା ଘୁଙ୍ଗୁଡିି ମାରୁଥିବା ସ୍ବାମୀଙ୍କ ପାଖରେ ବେଳେବେଳେ ନିଦରେ ଶୋଇପାରନ୍ତି କିମ୍ବା ସେମାନଙ୍କୁ ଆଦୌ ନିଦହୁଏନାହିଁ। ୬୭ ପ୍ରତିଶତ ଲୋକଙ୍କର ରାତିରେ ଥରେ ନିଦ ଭାଙ୍ଗେ ବୋଲି ସର୍ଭେରୁ ଜଣାପଡିଛି। ଏହା ମଧ୍ୟ କୁହାଯାଇଛି ଯେ,ଆମେରିକାରେ ୩୦ ପ୍ରତିଶତ ଓ ଭାରତରେ ୩୬ ପ୍ରତିଶତ ବୟସ୍କ ପେଟ୍‌ ସହ ଶୋଇବାକୁ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri