ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.)

ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର ଗସ୍ତରେ ଆସିଥିଲେ। ପୂର୍ବାହ୍ନ ସାଢେ ୧୦ଟାରେ ସେ ଭରତପୁର କୋଇଲା ଖଣିର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାର କାରଣ ଅନୁଧ୍ୟାନ କରିଥିଲେ। ପରେ ସେ ଖବରଦାତାଙ୍କ ନିକଟରେ ତାଙ୍କ ମତ ରଖି କହିଲେ, ଭରତପୁର ଖଣିରେ ବିଚିତ୍ର ପ୍ରକାର ଦୁର୍ଘଟଣା ଘଟିଛି, ଯାହା କୋଲ ଇଣ୍ଡିଆ ଇତିହାସରେ ପ୍ରଥମ। ଶ୍ରମିକମାନେ କାମ କରୁଥିବା ସ୍ଥାନଠାରୁ ୧୩୦ ମିଟର ଦୂରରେ ବ୍ୟାରିୟର ସ୍ଲାଇଡିଂ ହୋଇଗଲା। ପୂର୍ବରୁ ସେ ସ୍ଥାନ ଅନୁଧ୍ୟାନ କରାଯାଇଥିଲା ଓ ସୁରକ୍ଷା ଦିଗରେ କୌଣସି ତ୍ରୁଟି ନ ଥିଲା ବୋଲି ସେ କହିଥିଲେ। ଏମସିଏଲର କୌଣସି ଖଣିରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ସେଫ୍ଟି କମିଟିକୁ ତଦନ୍ତ କରି ସୁରକ୍ଷା ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭରତପୁର ଦୁର୍ଘଟଣାରେ ଡିଜିଏମଏସ(ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍ଟି), ଆଇଏସଓ (ଇଣ୍ଟର ନ୍ୟାଶନାଲ ସେଫ୍ଟି ଅର୍ଗାନାଇଜେଶନ) ଓ କୋଲ ଇଣ୍ଡିଆ ପକ୍ଷରୁ ୩ଟି ଟିମ ତଦନ୍ତ ଚଳାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ଏଥିପାଇଁ ଦାୟୀ କିଏ ଜଣାପଡିବ ବୋଲି ପ୍ରକାଶ କରିଥିଲେ। ଖଣିର ସ୍ବାଭାବିକ ଅବସ୍ଥା ଫେରାଇବା ଆଣିବା ପାଇଁ ସେ ପ୍ରଶାସନ, ବିଭିନ୍ନ ରାଜନୈତିକ ସଂଗଠନ, ୟୁନିୟନ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ଖଣି ବନ୍ଦ ଯୋଗୁ ରବିବାର ସୁଦ୍ଧା ଏମସିଏଲର ୮୫.୬୮ କୋଟି, ରାଜ୍ୟ ସରକାରଙ୍କର ୧୭କୋଟି ଓ କେନ୍ଦ୍ର ସରକାରଙ୍କ ୩୮କୋଟି ରାଜସ୍ବ କ୍ଷତି ଘଟିଲାଣି ବୋଲି ସେ ସୂଚନା ଦେଇଥିଲେ। ଏଥିଯୋଗୁ ୧୩୩୯.୪୨ମିଲିୟନ ୟୁନିଟ ବିଦ୍ୟୁତ୍‌ ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। କଣିହାଁସ୍ଥିତ ଏନଟିପିସିର କୋଇଲା ଅଭାବକୁ ଆଖି ଆଗରେ ରଖି ଇବଭ୍ୟାଲିରୁ ୨ର଼୍ୟାକ କୋଇଲା ପଠାଯାଇଥିବା ସିଏମ୍‌ଡି ପ୍ରକାଶ କରିଥିଲେ। ନିୟମ ଅନୁସାରେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଏମସିଏଲ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ମୃତଦେହ ମିଳି ନ ଥିବା ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କ ପରିବାର ଲୋକେ ଭରତପୁର ଗେଷ୍ଟହାଉସଠାରେ ସିଏମଡିଙ୍କୁ ଭେଟି ତୁରନ୍ତ ମୃତଦେହ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri