Posted inଭଦ୍ରକ

ଭଦ୍ରକ ଜିଲା ଲକ୍‌ଡାଉନ୍‌ ଘୋଷଣା

 

ଭଦ୍ରକ ଅଫିସ, ୨୪ା୩- କରୋନାର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ କେବଳ ଭଦ୍ରକ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଜିଲାର ସମସ୍ତ ପୌରପାଳିକା, ଏନ୍‌ଏସି ଓ ପଞ୍ଚାୟତ ଏହି କଟକଣାରେ ସାମିଲ ହୋଇଛି। ପୂର୍ବ ନିର୍ଦ୍ଦେଶାନାମା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକୁ ବାଦ୍‌ ଦେଇ ଗାଁ ଓ ସହର ସବୁଠି ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖାଯିବ। ମଙ୍ଗଳବାରଠାରୁ ସରକାରୀ କିମ୍ବା ଘରୋଇ ବସ୍‌ ଚଳାଚଳ କରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭଦ୍ରକ ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ବ୍ଲକିଂ କରି ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରାଉଛି। ପିସିଆର୍‌ ଭ୍ୟାନ୍‌ଗୁଡ଼ିକରେ ମାଇକ୍‌ ଲଗାଯାଇ ପ୍ରଚାର କରାଯାଉଛି। ଜିଲା ଲୋକସମ୍ପର୍କ ବିଭାଗ ଓ ପୌରପାଳିକା ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରଚାର ଗାଡ଼ି ଘୂରୁଛି। ଲକ୍‌ଡାଉନ୍‌ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ତାଗିଦ କରାଯାଉଛି। ତେବେ କଟକଣାକୁ ନ ମାନି ସ୍ଥାନୀୟ ଗବସାହିର ଜଣେ ସିମେଣ୍ଟ ବ୍ୟବସାୟୀ ଦୋକାନ ଖୋଲିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବନ୍ତ ଛକର ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି। ଗ୍ରାମାଞ୍ଚଳ ଥାନା ପୋଲିସ ବରପଦା ବଜାରରୁ ୩ ଜଣ ଚା, ପାନ ଓ ମୋବାଇଲ ଦୋକାନୀଙ୍କୁ ଉଠାଇ ଆଣିଥିବା ଜଣାପଡିଛି।
ପରିବହନ ବିଭାଗ ପକ୍ଷରୁ ଯାଞ୍ଚ
ଲକ୍‌ଡାଉନ୍‌ ସମୟରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋମବାର ଯାଞ୍ଚ କରାଯାଇ ୨୬ ଟି ଗାଡ଼ିରୁ ୧ ଲକ୍ଷ ୨୦ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜିଲା ପରିବହନ ଅଧିକାରୀ ବିରଞ୍ଚତ୍ ନାରାୟଣ ଅଧିକାରୀ ସୂଚନା ଦେଇଛନ୍ତି। ଗୋଟିଏ ବାଇକ୍‌ରୁ ସର୍ବାଧିକ ୧୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?