ଭଂଗା କୁରିଆରେ ବିତୁଛେ ଜୀବନ୍‌:ଘରଖଁଡ଼େ ଲାଗି ଗୁହାରି କରି ଦମ୍ପତି ନିରାଶ

ସିନାପାଲି, ୧୦।୮ (ଡି.ଏନ୍‌.ଏ.):
ନୂଆପଡ଼ା ଜିଲା ସିନାପାଲି ବ୍ଲକ ନୂଆମାଲପଡ଼ା ଗଁାର ଅସାହା ଦମ୍ପତି ରାମ ସିଂ ବାଗ(୬୦) ଆର ମାଏକିନା ସୁବର୍ଣ୍ଣୀ ବାଗ(୫୭)। ଇମାନକର ପିଲାଛୁଆ କିଛି ନାଇଁ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନଁାକେ ଜମିବାଡ଼ି ଦୁଇଟୁକ୍‌ରି ରହିଛେ। ଇଆଡ଼େ ରାମ ସିଂ ଝନେ ଦିବ୍ୟାଙ୍ଗ ହେଇଥିଲାବେଲେ ସେ ଠିକ୍‌ରେ ଚାଲବୁଲ କି ଶୁନି ନାଇଁ ପାରବାର। ଏନ୍‌ତାଥି ଆହା କରବାକେ ପାସେ କେହି ନାଇଁ। ଫିମାସ ପଁଚେତ୍‌ରୁ ମିଲୁଥିବାର ଚାଉଲ ଦୁରାକ ଇ ଅସାହା ଦମ୍ପତିକଁର ସାହାଭରସା। ଇଆଡ଼େ ଭଲ ଘରଖଁଡ଼େ ନାଇଁଥିଲାବେଲେ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ମୁଡ ଗୁଁଜିଛନ୍‌। ଗଲା ଦୁଇ ଦିନ୍‌ ଧରି ହେଇଥିବାର ଲଘୁଚାପ ବରଷାରେ ତାକର ଘର ପାସେ ଥିବାର ବଁଧର ଆଡ଼ି ଭାଂଗି ଯାଇଥିଲା। ଏନ୍‌ତାଥି ବଁଧର ପାଏନ୍‌ ତାକର ଘରକେ ପଶି ଘରର କଁାଥିକୋଡ଼କେ ଆହୁରି ଦୁରବଲ କରିଦେଇଛେ। ଘରେ ରଁଧାବଢ଼ା କରବାର ଲାଗି ଜାଗା ନାଇଁ। ଏନ୍‌ତା ଅବସ୍‌ତାରେ ଦୁଇ ଦମ୍ପତି ପରହର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ଯେ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁସିମାନକୁ ପ୍ରଧାନମନ୍ତ୍ରୀ ଅବାସ, ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଦୁଖର କଥା ଇ ନୀରିହ ଗରିବ୍‌ ଦମ୍ପତି ଆଏଜ୍‌ତକ ଆବାସ ଯୋଜନାରୁ ବଁଚିତ୍‌ ହେଇଥିଲାବେଲେ ଏସ୍‌ଇସିସି ତାଲିକାରେ ବି ତାକର ନଁା ନାଇଁଥିବାର ଜନାଯାଇଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଇ ଦମ୍ପତି ପଁଚେତ୍‌ନୁ ମୂଲ କରି ବ୍ଲକ ଆର ଜିଲାପାଲକଁର ଅଭିଯୋଗ ଶୁନାନୀ ଶିବିରେ ଅଭିଯୋଗ କରି ନିରାଶ ହେଇଛନ୍‌। ଗଲା ଗୁରୁବାର ବରଷାରେ ହେଇଥିବାର କ୍ଷୟକ୍ଷତି ଦେଖ୍‌ବାକେ ନୂଆମାଲପଡ଼ା ଅଂଚଲକେ ସିନାପାଲି ବିଡିଓ ଆସିଥିଲେ। ଇ ସମିଆରେ ଅସାହା ଦମ୍ପତି ବିଡିଓ ସୁରେନ୍ଦ୍ର ମେହେରକୁଁ ଭେଟି ତାକର ଦୁଖ୍‌ ବଖାନିଥିଲେ। ବିଡିଓ ସେମାନକୁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାର ଲାଗି କଥା ଦେଇଥିଲେ। ହେଲେ ଦେଖ୍‌ବାକେ ବାକି ରହିଲା ଯେ, ଇ ଅସାହା ଦମ୍ପତିକେ ସରକାରୀ ଯୋଜନାରେ କେଭେ ସାମିଲ କରି ଘର ଯୁଗେଇ ଦିଆଯାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri