ବ୍ରେଲ୍‌ ଲିପିରେ ପ୍ରକାଶ ପାଇବ ଯୁକ୍ତ ୨ ପାଠ୍ୟପୁସ୍ତକ

ବ୍ରହ୍ମପୁର ଅଫିସ,୪ା୧୦- ବ୍ରହ୍ମପୁର ରେଡକ୍ରସ୍‌ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୨ କଳା ପାଠ୍ୟକ୍ରମର ବ୍ରେଲ ଲିପିର ପାଠ୍ୟପୁସ୍ତକ ପ୍ରକାଶ କରାଯିବ। ଏଥିସହ ଦୃଷ୍ଟିବାଧିତଙ୍କ ପାଇଁ ରାମାୟଣ, ମହାଭାରତ, ଭାଗବତକୁ ମଧ୍ୟ ଓଡିଆ ବ୍ରେଲ ଲିପିରେ ପ୍ରକାଶ କରାଯିବ ା ଗୁରୁବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ା ବ୍ରହ୍ମପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ୱସ୍ଥ ବ୍ରହ୍ମପୁର ବ୍ରେଲ ମୁଦ୍ରଣାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ଥାପିତ ନୂତନ ଅତ୍ୟାଧୁନିକ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣ ମେଶିନର ଉଦ୍‌ଘାଟନ କରି ମନ୍ତ୍ରୀ ପଣ୍ଡା ଏହା କହିଛନ୍ତି ା ଏହି ଅବସରରେ ସେ ଆହୁରି କହିଥିଲେ, ଏହା ଦୃଷ୍ଟିବାଧିତଙ୍କ ପାଇଁ ପୁସ୍ତକ ପ୍ରକାଶନରେ ରାଜ୍ୟର ଏକମାତ୍ର ମୁଦ୍ରଣାଳୟ ା ପୂର୍ବରୁ ଏଠାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପୁସ୍ତକ ପ୍ରକାଶିତ ହୋଇ ଆସୁଥିବା ବେଳେ ଏଣିିକି ଏହି ଅତ୍ୟାଧୁନିକ ମେଶିନ ଦ୍ୱାରା ଯୁକ୍ତ ୨ କଳା ପାଠ୍ୟକ୍ରମ ପୁସ୍ତକ ମଧ୍ୟ ପ୍ରକାଶିତ କରାଯିବ। ଏହି ମେଶିନ ସ୍ଥାପନ ପରେ ଦୃଷ୍ଟିବାଧିତମାନେ ରାମାୟଣ, ମହାଭାରତ ଭଳି ପୌରାଣିକ ଗନ୍ଥର ମଧ୍ୟ ବ୍ରେଲ ଲିପିରେ ପ୍ରସ୍ତୁତ ପୁସ୍ତକ ପାଇପାରିବେ ବୋଲି ସୂଚନା ଦିଆଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଦ୍ରଣାଳୟ ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri