Posted inଜାତୀୟ

ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗ: ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦ ତେଜିବାରେ ଲାଗିଛି। ସେ ବ୍ରିଟେନ ନାଗରିକ ବୋଲି ଅଭିଯୋଗ ଆସିବା ପରେ ଏନେଇ ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ରାହୁଲ ୧୪ ଦିନ ମଧ୍ୟରେ ନିଜ ନାଗରିତ୍ୱ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଛି।
ଭାଜପା ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ବାମୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଭିଯୋଗ ଆଣିଥିଲେ ଯେ, ରାହୁଲ ବ୍ରିଟେନର ବ୍ୟାକୋପ୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ଓ ସେକ୍ରେଟାରୀ ଭାବେ କାର୍ଯ୍ୟକରିଛନ୍ତି। ଉକ୍ତ କମ୍ପାନୀ ୨୦୦୩ରୁ ବ୍ରିଟେନରେ ପଞ୍ଜୀକୃତ ହୋଇଛି। ହାମମ୍ପଶାୟରସ୍ଥିତ ଓ୍ବିନ୍‌ଚେଷ୍ଟର, ୫୧ ସାଉଥ୍‌ଗେଟ୍‌ ଷ୍ଟ୍ରିଟ୍‌ ଠିକଣାରେ ଏହା ଅବସ୍ଥିତ। ୨୦୦୫ ଅକ୍ଟୋବର ୧୦ରୁ ୨୦୦୬ ଅକ୍ଟୋବର ୩୧ ମଧ୍ୟରେ କମ୍ପାନୀର ବାର୍ଷିକ ରିଟର୍ନରେ ରାହୁଲଙ୍କ ଜନ୍ମଦିନ ୧୯୭୦ ଜୁନ୍‌ ୧୯ ବୋଲି ଉଲ୍ଲେଖ ଅଛି। ରାହୁଲ ଏଥିରେ ନିଜକୁ ବ୍ରିଟେନର ଜଣେ ନାଗରିକ ବୋଲି ଦର୍ଶାଇଥିଲେ। ୨୦୦୯ ଫେବୃୟାରୀ ୧୭ରେ କମ୍ପାନୀ ଭଙ୍ଗ ପାଇଁ ଉଦ୍ଦିଷ୍ଟ ଆବେଦନପତ୍ରରେ ମଧ୍ୟ ରାହୁଲଙ୍କୁ ବ୍ରିଟେନର ନାଗରିକ ବୋଲି ଦର୍ଶାଯାଇଥିବା ସୁବ୍ରମଣ୍ୟମ୍‌ ସ୍ବାମୀ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ରାହୁଲଙ୍କୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବ୍ରିଟେନର ବ୍ୟାକୋପ୍ସ ଲିମିଟେଡ୍‌ କମ୍ପାନୀ ବାର୍ଷିକ ରିଟର୍ନ ଦାଖଲ କରିବାବେଳେ ସେଥିରେ ରାହୁଲ ନିଜକୁ ଜଣେ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଥିଲେ। ତେଣୁ ଏସମ୍ପର୍କିତ ପ୍ରକୃତ ସ୍ଥିତି ମନ୍ତ୍ରଣାଳୟକୁ ଅବଗତ କରାନ୍ତୁ। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ଜଣେ ରହସ୍ୟଜନକ ମଣିଷ। ସେ ଭାରତୀୟ ନା ବ୍ରିଟିଶ ସେନେଇ ସ୍ପଷ୍ଟ କରନ୍ତୁ। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଏହାର ଜବାବରେ କହିଛନ୍ତି, ରାହୁଲ ଜଣେ ଭାରତୀୟ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନୋଟିସର ମୁହଁତୋଡ଼ ଜବାବ ଦିଆଯିବ। ସେହିପରି ରାହୁଲ ଭାରତରେ ଜନ୍ମ ହୋଇ ବଡ଼ ହୋଇଛନ୍ତି। ତେଣୁ ତାଙ୍କ ନାଗରିକତ୍ୱକୁ ନେଇ ଆସିଥିବା ଅଭିଯୋଗ ଅମୂଳକ ବୋଲି ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଖଣ୍ଡନ କରିଛନ୍ତି। ଏହି ବିଷୟରେ ରାହୁଲଙ୍କୁ ଏନ୍‌ସିପି ସମର୍ଥନ କରିବା ସହ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରାଯାଉଛି ବୋଲି ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri