ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ

ଭୁବନ, ୧୫।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଶନିବାର ଦିନତମାମ କସରତ ସତ୍ତ୍ୱେ ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୃତଦେହର ୨ ଦାବିଦାର ପ୍ରମାଣ ଦେଇପାରିନାହାନ୍ତି। ଫଳରେ ୭୨ଘଣ୍ଟା ପାଇଁ ଶବକୁ ପୋଲିସ ନିଜ ହେପାଜତରେ ରଖିଛି। ଅନ୍ୟପଟେ ମୃତଦେହର ଡିଏନ୍‌ଏ ଟେଷ୍ଟ କରିବାକୁ ରାଜି ହୋଇଛନ୍ତି ଉଭୟ ଦାବିଦାର ପରିବାର। ରିପୋର୍ଟ ଆସିବା ପରେ ମୃତକଙ୍କ ପରିଚୟ ମିଳିପାରିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି।
ପରଜଙ୍ଗ ବ୍ଲକ କୁନ୍ଦନଦେଈପୁର ନଦୀଘାଟରେ ଗତ ୭ ତାରିଖରେ ଡଙ୍ଗାବୁଡ଼ି ଘଟଣାରେ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶଙ୍କ ଏଯାଏ କୌଣସି ପତ୍ତା ମିଳିପାରିନାହିଁ। ସେହିପରି କାମାକ୍ଷାନଗର ଥାନା ନୂଆଆଳତୁମା ଗ୍ରାମ ଦୁଇଗୋଡ଼ିଆ ସାହିର ପରିଆ ମଲ୍ଲିକଙ୍କ ପୁଅ କରୁଣାକର ଗତ ଶନିବାର ବ୍ରାହ୍ମଣୀର ଶାଖା ନଦୀ ରାମିଆଳରେ ଭାସି ଯାଇଥିଲେ। ଓଢ଼ଣା-ମାଳପୁରା ଗ୍ରାମ ନିକଟରୁ ଉଦ୍ଧାର କରାଯାଇଥିବା ମୃତଦେହକୁ ଉଭୟେ ନିଜର ବୋଲି ଦାବି କରୁଛନ୍ତି। ଏହାକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି।
ଏ ନେଇ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ କୁହନ୍ତି, ସୁଶାନ୍ତଙ୍କ ବାପା ବିନୋଦ ଏବଂ କରୁଣାକରଙ୍କ ବାପା ପରିଆ ନିଜର ସମ୍ପର୍କୀୟଙ୍କ ସହ ପହଞ୍ଚତ୍ ମୃତଦେହ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ। ହେଲେ ମୃତଦେହ ଅଧିକ ଫୁଲିଯାଇଥିବାରୁ ସେମାନେ ଦେଇଥିବା ତଥ୍ୟ ମେଳ ଖାଇ ନ ଥିଲା। ଏହାପରେ ଉଭୟ ପରିବାରକୁ ନେଇ ଆଲୋଚନା କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ୭୨ ଘଣ୍ଟା ପାଇଁ ସଂରକ୍ଷଣ କରି ରଖାଯିବ। ଯଦି ସେହି ସମୟ ମଧ୍ୟରେ କେହି ବଳିଷ୍ଠ ପ୍ରମାଣ ଦିଅନ୍ତି ତେବେ ସମ୍ପୃକ୍ତ ପରିବାରକୁ ଶବ ହସ୍ତାନ୍ତର କରାଯିବ। ଏହା ନ ହେଲେ ୭୨ ଘଣ୍ଟା ପରେ ପୋଲିସ ନିଜ ତତ୍ତ୍ୱାବଧାନରେ ମୃତଦେହ ସଂସ୍କାର କରିବ। ମୃତଦେହର ନମୁନା ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇବାକୁ ଉଭୟ ପରିବାର ସହମତି ଜଣାଇଛନ୍ତି। ରିପୋର୍ଟ ଆସିବା ପରେ ଦାବିଦାରଙ୍କ ରକ୍ତ ନମୁନା ସହ ଏହାକୁ ମେଳ କରାଯିବ। ଏଥିରୁ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri