ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ

ଭୁବନ, ୧୫।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଶନିବାର ଦିନତମାମ କସରତ ସତ୍ତ୍ୱେ ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୃତଦେହର ୨ ଦାବିଦାର ପ୍ରମାଣ ଦେଇପାରିନାହାନ୍ତି। ଫଳରେ ୭୨ଘଣ୍ଟା ପାଇଁ ଶବକୁ ପୋଲିସ ନିଜ ହେପାଜତରେ ରଖିଛି। ଅନ୍ୟପଟେ ମୃତଦେହର ଡିଏନ୍‌ଏ ଟେଷ୍ଟ କରିବାକୁ ରାଜି ହୋଇଛନ୍ତି ଉଭୟ ଦାବିଦାର ପରିବାର। ରିପୋର୍ଟ ଆସିବା ପରେ ମୃତକଙ୍କ ପରିଚୟ ମିଳିପାରିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି।
ପରଜଙ୍ଗ ବ୍ଲକ କୁନ୍ଦନଦେଈପୁର ନଦୀଘାଟରେ ଗତ ୭ ତାରିଖରେ ଡଙ୍ଗାବୁଡ଼ି ଘଟଣାରେ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶଙ୍କ ଏଯାଏ କୌଣସି ପତ୍ତା ମିଳିପାରିନାହିଁ। ସେହିପରି କାମାକ୍ଷାନଗର ଥାନା ନୂଆଆଳତୁମା ଗ୍ରାମ ଦୁଇଗୋଡ଼ିଆ ସାହିର ପରିଆ ମଲ୍ଲିକଙ୍କ ପୁଅ କରୁଣାକର ଗତ ଶନିବାର ବ୍ରାହ୍ମଣୀର ଶାଖା ନଦୀ ରାମିଆଳରେ ଭାସି ଯାଇଥିଲେ। ଓଢ଼ଣା-ମାଳପୁରା ଗ୍ରାମ ନିକଟରୁ ଉଦ୍ଧାର କରାଯାଇଥିବା ମୃତଦେହକୁ ଉଭୟେ ନିଜର ବୋଲି ଦାବି କରୁଛନ୍ତି। ଏହାକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି।
ଏ ନେଇ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ କୁହନ୍ତି, ସୁଶାନ୍ତଙ୍କ ବାପା ବିନୋଦ ଏବଂ କରୁଣାକରଙ୍କ ବାପା ପରିଆ ନିଜର ସମ୍ପର୍କୀୟଙ୍କ ସହ ପହଞ୍ଚତ୍ ମୃତଦେହ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ। ହେଲେ ମୃତଦେହ ଅଧିକ ଫୁଲିଯାଇଥିବାରୁ ସେମାନେ ଦେଇଥିବା ତଥ୍ୟ ମେଳ ଖାଇ ନ ଥିଲା। ଏହାପରେ ଉଭୟ ପରିବାରକୁ ନେଇ ଆଲୋଚନା କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ୭୨ ଘଣ୍ଟା ପାଇଁ ସଂରକ୍ଷଣ କରି ରଖାଯିବ। ଯଦି ସେହି ସମୟ ମଧ୍ୟରେ କେହି ବଳିଷ୍ଠ ପ୍ରମାଣ ଦିଅନ୍ତି ତେବେ ସମ୍ପୃକ୍ତ ପରିବାରକୁ ଶବ ହସ୍ତାନ୍ତର କରାଯିବ। ଏହା ନ ହେଲେ ୭୨ ଘଣ୍ଟା ପରେ ପୋଲିସ ନିଜ ତତ୍ତ୍ୱାବଧାନରେ ମୃତଦେହ ସଂସ୍କାର କରିବ। ମୃତଦେହର ନମୁନା ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇବାକୁ ଉଭୟ ପରିବାର ସହମତି ଜଣାଇଛନ୍ତି। ରିପୋର୍ଟ ଆସିବା ପରେ ଦାବିଦାରଙ୍କ ରକ୍ତ ନମୁନା ସହ ଏହାକୁ ମେଳ କରାଯିବ। ଏଥିରୁ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri