ବ୍ରାଉନସୁଗାର ବେପାରୀଙ୍କ ହାତରେ ଚୋରା ବନ୍ଧୁକ

ଭୁବନେଶ୍ୱର,୧।୩(ବ୍ୟୁରୋ): ବନ୍ଧୁକ ମୁନରେ ଚାଲିଛି ବ୍ରାଉନସୁଗାର ବେପାର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କଟକ ଟାଙ୍ଗୀ ଅଞ୍ଚଳରୁ ଦୁଇଜଣ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରିବା ପରେ ଚୋରା ବନ୍ଧୁକ କାରବାରର ମଧ୍ୟ ସୁରାକ ପାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀର ଅନନ୍ତ ସାହୁ ଓରଫ ବୁଦ୍ଧିଆ ଏବଂ ଦୀପ୍ତିରଞ୍ଜନ ବାରିକ ଓରଫ ଇଲୁ। ଉଭୟଙ୍କ ନିକଟରୁ ଏସ୍‌ଟିଏଫ୍‌ ୫୬ ଗ୍ରାମର ବ୍ରାଉନସୁଗାର,୯ ଏମ୍‌ଏମ୍‌ର ଗୋଟିଏ ବନ୍ଧୁକ, ୪ ଗୁଳି ଓ ଗୋଟିଏ କାର୍‌ ଜବତ କରିଛି। ଏସ୍‌ଟିଏଫ୍‌ ସେମାନଙ୍କୁ ଟାଙ୍ଗୀ ପୋଲିସକୁ ହସ୍ତାନ୍ତର କରିଛି। ଏନେଇ ଟାଙ୍ଗୀ ଥାନାରେ କେସ୍‌ ନଂ-୪୩/୨୦ ଦଫା ୨୧(ବି) ଏନ୍‌ଡିପିଏସ୍‌ ମାମଲା ରୁଜୁ କରାଯିବା ସହ ୨୫(୧)(ଏ) ଆର୍ମ ଆକ୍ଟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତ ଏବଂ ଦୀପ୍ତିରଞ୍ଜନ ବାଲେଶ୍ୱରରୁ ଜଣେ ମହିଳାଙ୍କଠାରୁ ବ୍ରାଉନସୁଗାର ଆଣି କଟକ ଓ ଭୁବନେଶ୍ୱରରେ ବେପାର କରନ୍ତି। ପୂର୍ବରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଗିରଫ ହୋଇଥିବା ଅନ୍ୟ ଦୁଇ ବେପାରିଙ୍କୁ ପଚରାଉଚରା ପରେ ଏମାନଙ୍କ ସମ୍ପର୍କରେ ସୂଚନା ପାଇଥିଲା ଏସ୍‌ଟିଏଫ୍‌। ପରେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ବ୍ରାଉନସୁଗାର ବେପାର ପାଇଁ ସେମାନେ ପାଖରେ ଚୋରା ବନ୍ଧୁକ ରଖିଥିଲେ। ଯେଉଁମାନେ ପୋଲିସକୁ ଖବର ଦେବାଲାଗି କହୁଥିଲେ ସେମାନେ ବନ୍ଧୁକ ଦେଖାଇ ଧମକ ଚମକ ଦେଉଥିଲେ। ଫଳରେ ଏମାନଙ୍କ କଳା କାରବାର ବିଷୟରେ ଯିଏ ଜାଣୁଥିଲେ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ। ଶୁକ୍ରବାର ରାତିରେ ଉଭୟ ଟାଙ୍ଗୀ ଅଞ୍ଚଳରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ କାର ଭିତରେ ବସି ବ୍ରାଉନସୁଗାର ବିକ୍ରି କରିବାକୁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରି ଉଭୟଙ୍କୁ କାବୁ କରିଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ଓ ଗୁଳି ଭର୍ତ୍ତି ବନ୍ଧୁକ ମିଳିଥିଲା। ସେମାନେ ଉକ୍ତ ଚୋରା ବନ୍ଧୁକ କେଉଁଠି କିଣିଥିଲେ ଓ ତାହାକୁ ଅନ୍ୟ କେଉଁସବୁ ଘଟଣାରେ ବ୍ୟବହାର କରିଛନ୍ତି ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନାମରେ ଟାଙ୍ଗୀ କିମ୍ବା ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏପରି କି ଆବଶ୍ୟକ ହେଲେ ଏସ୍‌ଟିଏଫ୍‌ ଉଭୟଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ତେବେ ଉଭୟ ଅଭିଯୁକ୍ତ ସମ୍ଭ୍ରାନ୍ତ ଘରର ବୋଲି ଜଣାପଡିଛି। ଅନନ୍ତଙ୍କ ବାପା ଲୋକସେବା ଭବନରେ ଚାକିରି କରିଥିବାବେଳେ ଦୀପ୍ତିରଞ୍ଜନଙ୍କ ବାପା ସିଆର୍‌ପିଏଫ୍‌ରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?