ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସ୍‌ଆରଟିସି)। ରବିବାରରୁ ୪ଟି ରୁଟ୍‌ ବସ୍‌ ଚଳାଚଳ ବନ୍ଦ ରହିବ। ବ୍ରହ୍ମପୁର-ବାଲିମେଳା, ବ୍ରହ୍ମପୁର-ଉମରକୋଟ, ବ୍ରହ୍ମପୁର-ରାୟଗଡ଼ା ଓ ବ୍ରହ୍ମପୁର-ଭବାନୀପାଟଣା ବସ୍‌ ଉଭୟପଟୁ ଚଳାଚଳ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ଭଞ୍ଜନଗର- ମାଲକାନଗିରି ୨ଟି, ଭଞ୍ଜନଗର-ସୁନାବେଡ଼ା ଗୋଟିଏ, ଭଞ୍ଜନଗର-ଇନ୍ଦ୍ରାବତୀ ଗୋଟିଏ ଓ ଭୁବନେଶ୍ୱର-ମୋଟୁ, ଭୁବନେଶ୍ୱର-ମାଲକାନଗିରି ଓ କଟକ- ଚିତ୍ରକୋଣ୍ଡା ଯାଉଥିବା ଉଭୟପଟର ବସ୍‌ ଚଳାଚଳକୁ ଓଏସ୍‌ଆରଟିସି ତରଫରୁ ସପ୍ତାହେ ପର୍ଯ୍ୟନ୍ତ ବନ୍ଦକରି ଦିଆଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ। ତେବେ ଘରୋଇ ବସ୍‌ଗୁଡ଼ିକ ଚଳାଚଳ କରୁଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ ତରଫରୁ ଏନେଇ ମାଲିକମାନଙ୍କୁ ବସ୍‌ ଚଳାଚଳ ବନ୍ଦ ନ କରିବାକୁ ନିବେଦନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପାଟ୍ରୋଲିଂ ଚାଲିଥିବା ଯୋଗୁ ଭୟଭୀତ ନ ହୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ତଥାପି ସରକାରୀ ବସ୍‌ଗୁଡ଼ିକ ହିଂସା ଭୟରେ ବନ୍ଦ ରହୁଛି । ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ନାନା ହଇରାଣ ହେବାର ଆଶଙ୍କା ଦେଖାଦେଇଛି।
୨୦୦୦ରେ ମାଓବାଦୀ ସଂଗଠନ ତରଫରୁ ପିପୁଲ ଲିବେରେଶନ ଗରିଲା ଆର୍ମି (ପିଏଲଓ) ସ୍ଥାପନ କରାଯାଇଥିଲା।
ଏହା ପରଠୁ ବିଭିନ୍ନ ସମୟରେ ମାଓବାଦୀମାନେ ପିଏଲଓ ସପ୍ତାହ ଡ଼ାକରା ଦେଇଛନ୍ତି। ସପ୍ତାହ ପାଳନ ବେଳେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଏପରିକି ମାଓବାଦୀମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରି ଦେଉଛନ୍ତି । ଶହୀଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ରାସ୍ତା କାଟିବା ସହ ଏହା ଉପରେ ଗଛ ପକାଇ ଦେଇଥାନ୍ତି। ଫଳରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ଏହିସବୁକୁ ଦୃଷ୍ଟିରେ ରଖି ବସ୍‌ ଚଳାଚଳ ବନ୍ଦ ରଖାଯାଇଥାଏ ବୋଲି ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri