ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସ୍‌ଆରଟିସି)। ରବିବାରରୁ ୪ଟି ରୁଟ୍‌ ବସ୍‌ ଚଳାଚଳ ବନ୍ଦ ରହିବ। ବ୍ରହ୍ମପୁର-ବାଲିମେଳା, ବ୍ରହ୍ମପୁର-ଉମରକୋଟ, ବ୍ରହ୍ମପୁର-ରାୟଗଡ଼ା ଓ ବ୍ରହ୍ମପୁର-ଭବାନୀପାଟଣା ବସ୍‌ ଉଭୟପଟୁ ଚଳାଚଳ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ଭଞ୍ଜନଗର- ମାଲକାନଗିରି ୨ଟି, ଭଞ୍ଜନଗର-ସୁନାବେଡ଼ା ଗୋଟିଏ, ଭଞ୍ଜନଗର-ଇନ୍ଦ୍ରାବତୀ ଗୋଟିଏ ଓ ଭୁବନେଶ୍ୱର-ମୋଟୁ, ଭୁବନେଶ୍ୱର-ମାଲକାନଗିରି ଓ କଟକ- ଚିତ୍ରକୋଣ୍ଡା ଯାଉଥିବା ଉଭୟପଟର ବସ୍‌ ଚଳାଚଳକୁ ଓଏସ୍‌ଆରଟିସି ତରଫରୁ ସପ୍ତାହେ ପର୍ଯ୍ୟନ୍ତ ବନ୍ଦକରି ଦିଆଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ। ତେବେ ଘରୋଇ ବସ୍‌ଗୁଡ଼ିକ ଚଳାଚଳ କରୁଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ ତରଫରୁ ଏନେଇ ମାଲିକମାନଙ୍କୁ ବସ୍‌ ଚଳାଚଳ ବନ୍ଦ ନ କରିବାକୁ ନିବେଦନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପାଟ୍ରୋଲିଂ ଚାଲିଥିବା ଯୋଗୁ ଭୟଭୀତ ନ ହୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ତଥାପି ସରକାରୀ ବସ୍‌ଗୁଡ଼ିକ ହିଂସା ଭୟରେ ବନ୍ଦ ରହୁଛି । ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ନାନା ହଇରାଣ ହେବାର ଆଶଙ୍କା ଦେଖାଦେଇଛି।
୨୦୦୦ରେ ମାଓବାଦୀ ସଂଗଠନ ତରଫରୁ ପିପୁଲ ଲିବେରେଶନ ଗରିଲା ଆର୍ମି (ପିଏଲଓ) ସ୍ଥାପନ କରାଯାଇଥିଲା।
ଏହା ପରଠୁ ବିଭିନ୍ନ ସମୟରେ ମାଓବାଦୀମାନେ ପିଏଲଓ ସପ୍ତାହ ଡ଼ାକରା ଦେଇଛନ୍ତି। ସପ୍ତାହ ପାଳନ ବେଳେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଏପରିକି ମାଓବାଦୀମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରି ଦେଉଛନ୍ତି । ଶହୀଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ରାସ୍ତା କାଟିବା ସହ ଏହା ଉପରେ ଗଛ ପକାଇ ଦେଇଥାନ୍ତି। ଫଳରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ଏହିସବୁକୁ ଦୃଷ୍ଟିରେ ରଖି ବସ୍‌ ଚଳାଚଳ ବନ୍ଦ ରଖାଯାଇଥାଏ ବୋଲି ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri