ଢେଙ୍କାନାଳ ଅଫିସ, ୨୭।୯-ଐତିହ୍ୟସମ୍ପନ୍ନ ବୈଷ୍ଣବ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଉଦ୍ବେଗ ବ୍ୟକ୍ତ କରିଛନ୍ତି ଅଦାଲତ। ୨୦୨୦ ଏପ୍ରିଲ ସୁଦ୍ଧା ମାଟିଉଠା କାର୍ଯ୍ୟ ଶେଷ କରିବା ସହ ପୋଖରୀର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୌରାଞ୍ଚଳ ଅଧୀନ ୨୨ନଂ. ୱାର୍ଡରେ ଥିବା ପ୍ରାଚୀନ ବୈଷ୍ଣବ ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ନିକଟରେ ଶ୍ମଶାନ ଥିବାରୁ ଏହି ପୋଖରୀକୁ ଶୁଦ୍ଧି କାମରେ ବ୍ୟବହାର କରାଯାଉଥିଲା। ହେଲେ ପୋଖରୀ ଏବେ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅଞ୍ଚଳବାସୀଙ୍କ ସମେତ ଜୀବଜନ୍ତୁ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ସୁଫଳ ମିଳିଲାନାହିଁ। ଫଳରେ ଆଇନଜୀବୀ ପୁଷ୍ପକ ତ୍ରିପାଠୀ ଜିଲା ଆଇନସେବା ପ୍ରାଧିକରଣର ସ୍ଥାୟୀ ଲୋକ ଅଦାଲତରେ ପୌରସଂସ୍ଥାକୁ ପକ୍ଷ କରି ପିଏଲ୍ଏ କେସ୍ ନଂ.୩୭/୨୦୧୮ରେ ମାମଲା ଦାଏର କରିଥିଲେ। ଏହା ଜନସମସ୍ୟା ସେବା ସମ୍ବନ୍ଧୀୟ ବିବାଦ ହୋଇଥିବାରୁ ସ୍ଥାୟୀ ଲୋକ ଅଦାଲତ ଉକ୍ତ ମାମଲାକୁ ବିଚାର ଲାଗି ଗ୍ରହଣ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ। ଏହାପରେ ପୌର କର୍ତ୍ତୃପକ୍ଷ ପୋଖରୀର କିଛି ଅଂଶ ପୁନରୁଦ୍ଧାର କରିଥିଲେ। ହେଲେ ବର୍ଷା ଯୋଗୁ କାମ ସମ୍ଭବପର ହୋଇ ନ ଥିଲା। ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଏବଂ ପ୍ରତିପକ୍ଷ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ରଥ, ସଦସ୍ୟ ବିଭୁଦେନ୍ଦୁ ପଟ୍ଟନାୟକ, ହରେକୃଷ୍ଣ କର ମାମଲାର ଶୁଣାଣି କରିଥିଲେ।
୨୦୨୦ ଏପ୍ରିଲ ସୁଦ୍ଧା ପୌରସଂସ୍ଥା ପୋଖରୀରୁ ସମ୍ପୂର୍ଣ୍ଣ ମାଟିଉଠା କାମ ଶେଷ କରିବ। ଗାର୍ଡୱାଲ ସମ୍ମୁଖରେ ପକାଯାଇଥିବା ମାଟି ଉଠାଇ ପୋଖରୀ ହୁଡାରେ ପକାଇବ। ପୋଖରୀର ଚଉହଦି ମାପ କରାଯିବ। ଜବରଦଖଲ ଥିଲେ ଜିଲା ପ୍ରଶାସନ ସହାୟତାରେ ଉଚ୍ଛେଦ କରିବ। ପୌରସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କଲେ ଆବେଦନକାରୀ କୌଣସି କ୍ଷତିପୂରଣ ପାଇବେ ନାହିଁ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ବୈଷ୍ଣବ ପୋଖରୀ ପୁନରୁଦ୍ଧାର ମାମଲାର ରାୟ: ‘ଏପ୍ରିଲ ସୁଦ୍ଧା ମାଟି ଉଠା କାର୍ଯ୍ୟ ସାର’
Posted inଆମ ଜିଲା ଖବର, ଢେଙ୍କାନାଳ View All
କେନାଲରେ ଫସି ରହିଥିଲା ବାର୍ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…
ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…
ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…
ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…
ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…
ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…
ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…
ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…
ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….
ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…
ବର୍ଷାରେ ଧସିଲା ଗାର୍ଡ଼ ୱାଲ୍, ନଦୀକୂଳ ବାସୀ ଭୟଭିତ
ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍ ଗେଟର ଗାର୍ଡ ୱାଲ୍ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…
Archives

